ETV Bharat / science-and-technology

ମହାକାଶ ଯାତ୍ରାରେ ଅଧିକ ମହିଳାଙ୍କୁ ସାମିଲ କରିବା ମୋ ଇଚ୍ଛା: ଇସ୍ରୋ ମୁଖ୍ୟ - ଗଗନଯାନ ମିଶନ ନେଇ ଇସ୍ରୋ ମୁଖ୍ୟଙ୍କ ବୟାନ

ବିଜୟାଦଶମୀରେ ଇସ୍ରୋ ମୁଖ୍ୟଙ୍କ ବଡ ବୟାନ। ମହାକାଶ ଯାତ୍ରାରେ ଅଧିକ ମହିଳାଙ୍କୁ ସାମିଲ କରିବା ମୋ ଇଚ୍ଛା ବୋଲି କହିଲେ ଇସ୍ରୋ ମୁଖ୍ୟ। ଅଧିକ ପଢ଼ନ୍ତୁ

More women as astronauts is a part of my wish list

author img

By ETV Bharat Odisha Team

Published : Oct 25, 2023, 10:13 AM IST

ହାଇଦ୍ରାବାଦ: ମହାକାଶ ଗବେଷଣା କ୍ଷେତ୍ରରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି ଭାରତ । ପ୍ରଥମେ ମୁନ୍‌ ମିଶନ, ଦ୍ବିତୀୟରେ ସୂର୍ଯ୍ୟ ମିଶନ ପରେ ନିକଟରେ ଗଗନଯାନ ମିଶନର ଟେଷ୍ଟିଂ ମଧ୍ୟ ସଫଳତାର ସହ ଶେଷ କରିଛି ଇସ୍ରୋ। ଗତ ଶନିବାର ଦିନ କ୍ରୁ ମଡ୍ୟୁଲର ସୁରକ୍ଷିତ ଅବତରଣ ପାଇଁ ଇସ୍ରୋ TV D1 ଫ୍ଲାଇଟ ଟେଷ୍ଟ କରିଥିଲା। ଏହି ଅନ୍ତରୀକ୍ଷ ମିଶନରେ ମହିଳା ବୈଜ୍ଞାନିକମାନେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହାରି ଭିତରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ମୁଖ୍ୟ ଏସ୍‌ ସୋମନାଥ ମହାକାଶ ମିଶନରେ ମହିଳାଙ୍କ ପ୍ରତିନିଧିତ୍ୱ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ମହାକାଶ ଯାତ୍ରୀ ତାଲିକାରେ ଅଧିକ ମହିଳାଙ୍କୁ ସାମିଲ କରିବା ପାଇଁ ମୁଁ ଇଚ୍ଛା କରିଛି ବୋଲି କହିଛନ୍ତି ସୋମନାଥ ।

ସୂଚନାଅନୁସାରେ, ଗତକାଲି(ମଙ୍ଗଳବାର) କେରଳ ଥିରୁଅନନ୍ତପୁରମର ପୂର୍ଣ୍ଣମାସୀ କାବୁ ମନ୍ଦିରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୋମନାଥ । ତେବେ ବିଜୟାଦଶମୀ ଉପରେ ମହିଳା ସଶକ୍ତିକରଣ ଉପରେ ସେ ଗୁରୁତ୍ବାରୋପ କରିଥିଲେ । କାର୍ଯ୍ୟକ୍ରମରେ ସୋମନାଥ କହିଥିଲେ, "ଗଗନାଯାନ ମିଶନ ପାଇଁ ମହାକାଶଚାରୀମାନେ ମନୋନୀତ ହୋଇ ତାଲିମ ପ୍ରାପ୍ତ ହୋଇସାରିଛନ୍ତି । ତେଣୁ ଗଗନାଯାନର ଉଦଘାଟନୀ ଅଭିଯାନରେ ଅଧିକ ମହିଳା ଅଂଶଗ୍ରହଣ କରିବା ଉଚିତ ନୁହେଁ । ତଥାପି ମୁଁ ଆଗାମୀ ମହାକାଶ ଏବଂ ଗଗନଯାନ ମିଶନରେ ଅଧିକ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳାଙ୍କ ପ୍ରତିନିଧିତ୍ବ ଉପରେ ଗୁରୁତ୍ବାରୋପ କରିଛନ୍ତି।"

ଏହା ମଧ୍ୟ ପଢନ୍ତୁ: 2040 ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବା ପାଇଁ ମହତ୍ତ୍ବାକାଂକ୍ଷୀ ଲକ୍ଷ୍ୟ ରଖିବା ଜରୁରୀ: ପ୍ରଧାନମନ୍ତ୍ରୀ

ଏହାପୂର୍ବରୁ ସେ କହିଥିଲେ ଯେ, ଭବିଷ୍ୟତରେ ମାନବ ମିଶନରେ ମହିଳା ଯୁଦ୍ଧ ପରୀକ୍ଷଣ ପାଇଲଟମାନଙ୍କୁ ମହାକାଶକୁ ପଠାଯିବ । କିନ୍ତୁ ବର୍ତ୍ତମାନ ସେଭଳି କୌଣସି ପାଇଲଟ ନଥିବା କାରଣରୁ ଗଗନଯାନ ମିଶନରେ ମହିଳା ପାଇଲଟ୍‌ ପଠାଇବା ସମ୍ଭବ ନାହିଁ। ଯଦି ସେଭଳି କୌଣସି ପାଇଲଟ ମିଳିବେ ତାହେଲେ ସେମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ସୋମନାଥ ।

ପ୍ରକାଶଥାଉକି, ପ୍ରାୟ 9 ହଜାର କୋଟି ଟଙ୍କା ଖର୍ଚ୍ଚ କରି ଭାରତ ତିନି ଦିନ ପାଇଁ 3 ଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ଗଗନଯାନ ମିଶନର କାର୍ଯ୍ୟ ଜାରି ରଖିଛି । ଏହାର ସମସ୍ତ ଦିଗ ଏବଂ ବିଶେଷକରି ମହାକାଶଚାରୀଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ତେବେ 2025ରେ ଗଗନଯାନ ଲଞ୍ଚ୍‌ ହେବା ନେଇ ଯୋଜନା ରଖାଯାଇଛି । ଗତ 21 ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଲଞ୍ଚପ୍ୟାଡରୁ ମିଶନ ଗଗନାଯାନ ପାଇଁ ପ୍ରଥମ ଫାଷ୍ଟ ଫ୍ଲାଇଟ ଟେଷ୍ଟ ଭେଇକିଲ TV-D1ର ପରୀକ୍ଷଣ ସଫଳ ହୋିଥିଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.