ETV Bharat / science-and-technology

Chandrayaan 3 Update: ଚନ୍ଦ୍ରର ଦକ୍ଷିଣ ମେରୁ ମାଟିର ତାପମାତ୍ରା କେତେ ? ଆସିଲା ନୂଆ ତଥ୍ୟ

author img

By ETV Bharat Odisha Team

Published : Aug 27, 2023, 5:08 PM IST

ଚନ୍ଦ୍ରର ଦକ୍ଷିଣ ମେରୁ ମାଟିର ତାପମାତ୍ରା କେତେ ? ନୂଆ ଅପଡେଟ ଜାରି କଲା ଇସ୍ରୋ । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: ବିକ୍ରମ ଲ୍ୟାଣ୍ଡରରୁ ପୃଥକ ହେବା ପରେ ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରି ନୂଆ ତଥ୍ୟ ପ୍ରଦାନ କରୁଛି ରୋଭର ପ୍ରଜ୍ଞାନ । ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ଚଳପ୍ରଚଳକୁ 5ଦିନ ପୁରିଥିବା ବେଳେ ସାମ୍ନାକୁ ଆଜି ଆସିଛି ଏକ ରୋଚକ ତଥ୍ୟ । ତେବେ ଚନ୍ଦ୍ରର ଦକ୍ଷିଣ ମେରୁର ମାଟିର ତାପମାତ୍ରା କେତେ ସେନେଇ ସୂଚନା ଜାରି କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଦକ୍ଷିଣ ମେରୁର ତାପମାତ୍ରା ମାପିବା ଲାଗି ପ୍ରାୟ 10ସେମିକୁ ଯାଇ ରୋଭର ପ୍ରଜ୍ଞାନ ଗବେଷଣା କରିଥିବା ଜଣାପଡ଼ିଛି ।

  • Chandrayaan-3 Mission:
    Here are the first observations from the ChaSTE payload onboard Vikram Lander.

    ChaSTE (Chandra's Surface Thermophysical Experiment) measures the temperature profile of the lunar topsoil around the pole, to understand the thermal behaviour of the moon's… pic.twitter.com/VZ1cjWHTnd

    — ISRO (@isro) August 27, 2023 " class="align-text-top noRightClick twitterSection" data=" ">

ଏ ନେଇ ଇସ୍ରୋ ଟ୍ବିଟ କରି କହିଛି, "ଏହା ପ୍ରଥମ ଥର ଯେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରର ମୃତ୍ତିକାର ତାପମାତ୍ରା ପ୍ରୋଫାଇଲିଂ କରାଯାଉଛି । କାରଣ ପ୍ରଥମ ଥର ଲାଗି କୌଣସି ରାଷ୍ଟ୍ର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛି ।" ଏହାସହିତ ଇସ୍ରୋ ପକ୍ଷରୁ ମୃତ୍ତିକାର ତାପମାତ୍ରାର ଏକ ଗ୍ରାଫ୍‌ ମଧ୍ୟ ଜାରି କରାଯାଇଛି । ଚନ୍ଦ୍ର ଦକ୍ଷିଣ ମେରୁ ଅଞ୍ଚଳରେ ମୃତ୍ତିକାର ତାପମାତ୍ରା -10 ଡିଗ୍ରୀ ସେଲସିୟସରୁ 50 ଡିଗ୍ରୀ ସେଲସିୟସ ମଧ୍ୟରେ ଥିବା ଗ୍ରାଫରେ ଦର୍ଶାଯାଇଛି ।

ଏହା ବି ପଢନ୍ତୁ- Pragyan Rover: ଶିବଶକ୍ତି ପଏଣ୍ଟରେ ବୁଲୁଛି ପ୍ରଜ୍ଞାନ, ଦେଖନ୍ତୁ ଏଥର ନୂଆ କଣ ?

ରୋଭର ପ୍ରଜ୍ଞାନ ଲାଗିଥିବା ChaSTE ପେଲୋଡ ସମ୍ପର୍କରେ ସୂଚନା ଦେଇ ଇସ୍ରୋ କହିଛି, "ChaSTE ପେଲୋଡ ଚନ୍ଦ୍ରର ଉପର ଭାଗ ମୃତ୍ତିକାର ତାପମାତ୍ରା ମାପିଛି । ଏଥିଲାଗି ଏକ ପେନିଟ୍ରେସନ ମେକାନିଜମ ଗ୍ରହଣ କରାଯାଇଛି । ପ୍ରଜ୍ଞାନରେ ଲାଗିଥିବା ଏକ ଯନ୍ତ୍ର ମୃତ୍ତିକାର 10ସେମିରେ ରହି ତାପମାତ୍ରା ମାପିଛି । ଏଥିରେ 10ଟି ଭିନ୍ନଭିନ୍ନ ସେନ୍ସର ଲଗାଯାଇଛି । ଚନ୍ଦ୍ର ଦକ୍ଷିଣ ମେରୁ ଲାଗି ଏହା ପ୍ରଥମ ଗ୍ରାଫ୍‌ । ଆଗକୁ ଗବେଷଣା ଜାରି ରହିଛି ।"

ସୂଚନା ଥାଉ କି ଚନ୍ଦ୍ରରେ ଗବେଷଣା କରିବା ଲାଗି ପ୍ରଜ୍ଞାନ ରୋଭରରେ ବିଭିନ୍ନ ପ୍ରକାର ପେଲୋଡ୍‌ ଲଗାଯାଇଛି । ILSA, RAMBHA, ChaSTE ଏହି ପେଲୋଡଗୁଡ଼ିକ ଆକ୍ଟିଭ ହୋଇଛି । APXS ବା ଆଲ୍‌ଫା ପାର୍ଟିକଲ ଏକ୍ସ-ରେ ସ୍ପେକ୍ଟ୍ରୋମିଟର ଚନ୍ଦ୍ରପୃଷ୍ଠରେ ଥିବା ବିଭିନ୍ନ ରାସାୟନିକ ପଦାର୍ଥର ତଥ୍ୟ ସଂଗ୍ରହ କରୁଛି । ସେପଟେ LIBS ବା ଲେଜର୍‌ ଇଣ୍ଡ୍ୟୁସଡ୍‌ ବ୍ରେକଡାଇନ ସ୍ପେକ୍ଟ୍ରୋସ୍କୋପ୍‌ ଚନ୍ଦ୍ରପୃଷ୍ଠରେ ଥିବା ମୌଳିକ ପଦାର୍ଥ ଯେପରିକି ମ୍ୟାଗ୍ନେସିୟିମ, ଆଲୁମିନିୟମ, କ୍ୟାଲସିୟମ୍‌, ସିଲିକନ୍‌, ପୋଟାସିୟମ୍‌, ଆଇରନ୍‌, ଟାଇଟାନିୟମକୁ ଚିହ୍ନଟ କରିଛି । ଚନ୍ଦ୍ରପୃଷ୍ଠର ଲ୍ୟାଣ୍ଡିଂ ସାଇଟରେ ଥିବା ମୃତ୍ତିକା ଓ ପଥର ମଧ୍ୟରୁ ଏହି ମୌଳିକ ପଦାର୍ଥକୁ ଚିହ୍ନଟ କରିଛି LIBS । ILSA ଚନ୍ଦ୍ରପୃଷ୍ଠରେ ସେସିମିକ ଆକ୍ଟିଭିଟିର ତଥ୍ୟ ସଂଗ୍ରହ କରୁଛି । RAMBHA ଚନ୍ଦ୍ରର ପ୍ଲାଜମା ଏନଭାରମେଣ୍ଟ (ପୃଥିବୀର ଆୟୋନୋସ୍ଫିୟର ପରି)ର ମଧ୍ୟ ତଥ୍ୟ ସଂଗ୍ରହ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.