ହାଇଦ୍ରାବାଦ: Whatsapp ପରେ ଏବେ ଇନଷ୍ଟାଗ୍ରାମରେ ସମସ୍ୟା । ମେଟା ଦ୍ବାରା ପରିଚାଳିତ ଇନଷ୍ଟାଗ୍ରାମ ଆକାଉଣ୍ଟ କିଛି ସ୍ଥାନରେ ଅଚଳ ହୋଇଯାଇଛି(Instagram outage Across The World) । ଅନେକ ଇନଷ୍ଟାଗ୍ରାମ ୟୁଜର୍ସ ଆଜି ସକାଳେ ହଠାତ ଆକାଉଣ୍ଟ ସସପେଣ୍ଡ ହୋଇଯାଇଥିବା କହିଛନ୍ତି । ଲୋକଙ୍କ ଦାବି ଲଗଇନ କରିବା ସମୟରେ ଆକାଉଣ୍ଟ ସେସପେଣ୍ଡ (accounts suspended) ହେବାର ନିଟୋଫିକେସନ ଦେଖାଯାଉଛି । ତେବେ ଏନେଇ ଜବାବ ରଖିଛି ଇନଷ୍ଟାଗ୍ରାମ ।
-
We're aware that some of you are having issues accessing your Instagram account. We're looking into it and apologize for the inconvenience. #instagramdown
— Instagram Comms (@InstagramComms) October 31, 2022 " class="align-text-top noRightClick twitterSection" data="
">We're aware that some of you are having issues accessing your Instagram account. We're looking into it and apologize for the inconvenience. #instagramdown
— Instagram Comms (@InstagramComms) October 31, 2022We're aware that some of you are having issues accessing your Instagram account. We're looking into it and apologize for the inconvenience. #instagramdown
— Instagram Comms (@InstagramComms) October 31, 2022
ଏନେଇ ଇନଷ୍ଟାଗ୍ରାମ ପକ୍ଷରୁ ଟ୍ବିଟ କରି କୁହାଯାଇଛି, "ଆମେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଅବଗତ ରହିଛୁ। ଅସୁବିଧା ପାଇଁ କ୍ଷମାପ୍ରାର୍ଥନା କରୁଛୁ । ଆମେ ଜଲଦି ଏହାର ସମାଧାନ କରିବୁ ।"
ଡାଉନଡିକ୍ଟେରର ତଥ୍ୟ ଅନୁସାରେ, ଇନଷ୍ଟାଗ୍ରାମର ପ୍ରାୟ 74% ଉପଭୋକ୍ତା ଲଗଇନ୍ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ 16%ୟୁଜର୍ସ ଇନଷ୍ଟାଗ୍ରାମ ବ୍ୟବହାର କରିପାରୁ ନାହାନ୍ତି । ଏବଂ 9% ସର୍ଭର ସଂଯୋଗ ସମସ୍ୟା ରିପୋର୍ଟ କରିଛନ୍ତି । ଏହି ସମସ୍ୟା ଦିଲ୍ଲୀ, ଚଣ୍ଡିଗଡ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ନାଗପୁର ଏବଂ ମୁମ୍ବାଇରେ ଦେଖିବାକୁ ମିଳିଛି ।
ସେମବାର ଅନେକ ଲୋକ ସୋସିଆଲ ମିଡିଆରେ ସେମାନଙ୍କ ଆକାଉଣ୍ଟ ୩୧ ଅକ୍ଟୋବରରେ ରହସ୍ୟଜନକ ଭାବେ ସସପେଣ୍ଡ ହୋଇଯାଇଥିବା ପୋଷ୍ଟ କରିଛନ୍ତି। ସେଥିମଧ୍ୟରୁ ଅନେକ ୟୁଜର୍ସ ଆଇଫୋନ ବ୍ୟବହାରକାରୀ ଅଟନ୍ତି । ଏହି ସମସ୍ୟାପରେ ଅସନ୍ତୋଷ ପ୍ରକାଶ ପାଇବା ସହ ଅନେକ ୟୁଜର୍ସଙ୍କ ଫଲୋଅର୍ସଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି ।
ଏହା ମଧ୍ୟ ପଢନ୍ତୁ: WhatsApp down: ସାରା ଦେଶରେ ହ୍ବାଟସ୍ଆପ୍ ଡାଉନ୍, ମେସେଜ୍ ଯାଉନି କି ଆସୁନି
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୫ ତାରିଖରେ ସାରାଦେଶରେ Whatsapp ଡାଉନ ରହିଥିଲା । ଦିନ ପ୍ରାୟ 12ଟା 30 ମିନିଟ୍ ସମୟରୁ ହ୍ବାଟ୍ସ ଆପ୍ ମୋବାଇଲ୍ ଆପ୍ ଏବଂ ୱେବ୍ ଜରିଆରେ କୌଣସି ମେସେଜ୍, ଫଟୋ କିମ୍ବା ଭିଡିଓ ସେଣ୍ଡ୍ କି ରିସିଭ୍(ପ୍ରେରଣ ଏବଂ ଗ୍ରହଣ) ହେଉନଥିଲା । ଏପରିକି ଅଡିଓ ଏବଂ ଭିଡିଓ କଲ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ଖବର ଲେଖା ହେବା ସୁଦ୍ଧା 2 ହଜାରରୁ ଊର୍ଦ୍ଧ୍ବ ବ୍ୟବହାରକାରୀ ଏନେଇ ସୋସିଆଲ ମିଡିଆରେ ରିପୋର୍ଟ କରିଥିଲେ । 69 ପ୍ରତିଶତ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ଡାଉନ୍ଡିଟେକ୍ଟର ରିପୋର୍ଟ ମଧ୍ୟ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ