ETV Bharat / science-and-technology

Mark Zuckerberg's Resign: ଜୁକରବର୍ଗଙ୍କ ଇସ୍ତଫା ଖବରକୁ ମେଟାର ଖଣ୍ଡନ

author img

By

Published : Nov 24, 2022, 9:05 AM IST

ମେଟା ତଥା ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଆସନ୍ତା ବର୍ଷ ଇସ୍ତଫା ଦେବା ଖବରକୁ ଖଣ୍ଡନ କଲା କମ୍ପାନୀ(Meta denies Mark Zuckerberg is set to resign next year) । ଅଧିକ ପଢନ୍ତୁ

Mark Zuckerberg's Resign: ଜୁକରବର୍ଗଙ୍କ ଇସ୍ତଫା ଖବରକୁ ଖଣ୍ଡନ କଲା ମେଟା

ସାନ ଫ୍ରାନ୍ସିସ୍କୋ: ମେଟା ତଥା ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଇସ୍ତଫାକୁ ଖଣ୍ଡନ । ଜୁକରବର୍ଗ, ଆସନ୍ତା ବର୍ଷ ମେଟା ଦାୟିତ୍ବ ଛାଡିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ଖଣ୍ଡନ କରିଛି କମ୍ପାନୀ । ଲିକ୍ ପୋର୍ଟାଲ(Leak portal) ପ୍ରଥମେ, ଜୁକରବର୍ଗ ଆସନ୍ତା ବର୍ଷ ଇସ୍ତଫା ଦେବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ କରିଥିଲା(Meta denies Mark Zuckerberg is set to resign next year) ।

ରିପୋର୍ଟରେ ଦର୍ଶାଯାଇଥିଲା ଯେ, "ମେଟାର ମନ୍ଥର ଅଭିବୃଦ୍ଧି ଏବଂ ବ୍ୟାପକ କର୍ମଚାରୀଙ୍କ ଛଟେଇ କାରଣରୁ ସିଇଓ ତଥା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଇସ୍ତଫା ଦେବା ନେଇ ପ୍ରସ୍ତୁତ ହେଉଛନ୍ତି ଏବଂ ଏହା ତାଙ୍କର ବହୁ-ବିଲିୟନ ଡଲାରର ପ୍ରକଳ୍ପ "ମେଟାଭର୍ସ" ଉପରେ ପ୍ରଭାବ ପକାଇବ ନାହିଁ ।"

ମେଟାର ଯୋଗାଯୋଗ ନିର୍ଦ୍ଦେଶକ ଆଣ୍ଡି ଷ୍ଟୋନ୍ ମଙ୍ଗଳବାର(ନଭେମ୍ବର 23)ରେ ଏହି ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି ଯେ, ଜୁକରବର୍ଗଙ୍କ ଇସ୍ତଫା ଖବର ମିଥ୍ୟା ଅଟେ । ଜୁକରବର୍ଗ ତାଙ୍କ ମେଟାଭର୍ସ ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପବଦ୍ଧ । ଚଳିତ ମାସ ଆରମ୍ଭରେ, ଜୁକରବର୍ଗ 11,000 ରୁ ଅଧିକ କର୍ମଚାରୀଙ୍କୁ ବରଖାସ୍ତ କରିଥିଲେ ।

ତୃତୀୟ ତ୍ରୟ ମାସିକରେ(Quarter 3), ମେଟାର ଆୟ ବର୍ଷ ତୁଳନାରେ 4% ହ୍ରାସ ପାଇ 27.7 ବିଲିୟନ ଡ଼ଲାରରେ ପହଞ୍ଚିଛି । କମ୍ପାନୀ 4.395 ବିଲିୟନ ଡ଼ଲାରର ନିଟ୍ ପୋଷ୍ଟ କରିଛି, ଯାହା ବର୍ଷ ତୁଳନାରେ 9.194 ବିଲିୟନ ଡ଼ଲାର୍ । ମେଟାର ଭର୍ଚୁଆଲ୍ ରିଅଲିଟି ଡିଭିଜନ୍ ରିଆଲିଟି ଲ୍ୟାବରେ ବିପୁଳ କ୍ଷତି ହେତୁ ଏହି ହ୍ରାସ ଘଟିଛି, ଯେଉଁ କାରଣରୁ Q3 ରେ କମ୍ପାନୀ 3.672 ବିଲିୟନ ଡ଼ଲାର୍ ହରାଇଛି ।

ମେଟା ସିଏଫଓ(Chief Financial Officer, CFO) ଡେଭିଡ ୱେହେନର କହିଛନ୍ତି ଯେ, ରାଜସ୍ୱ ହ୍ରାସ ମୁଦ୍ରାସ୍ଫୀତି କାରଣରୁ ହୋଇଛି । ମେଟା ନିବେଶକମାନେ କମ୍ପାନୀକୁ ଏହାର କର୍ମଜୀବୀଙ୍କୁ ଅତି କମରେ 20 ପ୍ରତିଶତ ହ୍ରାସ କରିବାକୁ ଏବଂ ମେଟାଭର୍ସରେ ପୁଞ୍ଜି ବିନିଯୋଗ ବନ୍ଦ କରିବାକୁ ଆହ୍ବାନ କରିଛନ୍ତି । ଜୁକରବର୍ଗଙ୍କୁ ସମାଲୋଚନା କରି ଅଲ୍ଟିମିଟର କ୍ୟାପିଟାଲ୍ ଚେୟାର ତଥା ବ୍ରାଡ ଗେର୍ଷ୍ଟନର୍ ସିଇଓ କହିଥିଲେ ଯେ, ମେଟାଭର୍ସରେ ଅଧିକ ଖର୍ଚ୍ଚ ବନ୍ଦ କରିବା ଆବଶ୍ୟକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.