ETV Bharat / science-and-technology

WhatsApp launches Channels: ହ୍ବାଟ୍ସଆପରେ ଆସିଲା ଚ୍ୟାନେଲ ଫିଚର, ଏଭଳି କରିବ କାମ

author img

By ETV Bharat Odisha Team

Published : Sep 14, 2023, 11:47 AM IST

Updated : Sep 14, 2023, 12:09 PM IST

ଭାରତ ସମେତ 150ରୁ ଅଧିକ ଦେଶରେ ଲଞ୍ଚ ହେଲା ହ୍ବାଟ୍ସଆପ ଚ୍ୟାନେଲ ଫିଚର । ମିଳିବ ଏହି ସୁବିଧା ।

WhatsApp launches Channels
WhatsApp launches Channels

ହାଇଦ୍ରାବାଦ: ପୁଣି ଏକ କମାଲ ଫିଚର ଲଞ୍ଚ କରିଲା ହ୍ବାଟ୍ସଆପ । ବୁଧବାର ଦିନ ଭାରତ ସେମେତ 150ରୁ ଦେଶରେ ହ୍ବାଟ୍ସଆପ ଚ୍ୟାନେଲ ଲଞ୍ଚ ହୋଇଛି । ଏନେଇ ମେଟାର ସଂସ୍ଥାପକ ତଥା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । ବେଳେ ଆଗାମୀ ଦିନରେ ଏହି ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି କୁହାଯାଇଛି । ଏହି ଫିଚରକୁ ହ୍ବାଟ୍ସଆପର 'Update' ଟ୍ୟାବରେ ପାଇବେ । ଏଥିରେ ଆପଣ ଷ୍ଟାଟସ ଅପଡେଟ ଏବଂ ଚ୍ୟାନେଲ ଦେଖିପାରିବେ । ତେବେ କହିରଖୁଛି କି ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିଥିବା ବ୍ୟକ୍ତି ବା କଣ୍ଟେଣ୍ଟ ତିଆରି କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବିଶେଷ ଲାଭ ଦାୟକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏଥିରେ ଆପଣ ଫଲୋର୍ସ ସହ ଯୋଡି ହୋଇପାରିବେ ।

କଣ ଏହି ଚ୍ୟାନେଲ ଫିଚର: ହ୍ବାଟ୍ସଆପର ଏହି ନୂଆ ଚ୍ୟାନେଲ ଫିଚର ଗ୍ରୁପ ଏବଂ କମ୍ୟୁନିଟି ଫିଚର ଠାରୁ ସମ୍ପୂର୍ଣ୍ଣ ଅଲଗା । ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ବା ସଂଯୋଗ ପାଇଁ କମ୍ପାନୀ ଏହି ଫିଚର ରୋଲଆଉଟ କରିଥିବା କୁହାଯାଉଛି । ହ୍ବାଟ୍ସଆପର ଅନ୍ୟ ଫିଚର ଭଳି ଚ୍ୟାନେଲ ଫିଚର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇନାହିଁ । ଏକ ଚ୍ୟାନେଲ କ୍ରିଏଟ ବା ତିଆରି କରିବା ସମୟରେ, କମ୍ପାନୀ ଆଡମିନଙ୍କୁ ଅନେକ ପ୍ରକାରର ଅଧିକାର ଦେଇଥାଏ ଯାହାକି ଆଡମିନ ନିଜ ଚ୍ୟାନେଲରେ ପ୍ରୟୋଗ କରିପାରିବେ ।

  • are you channeling your faves? find them in the directory under the Updates tab in your app. pic.twitter.com/0EILYkV1OE

    — WhatsApp (@WhatsApp) September 13, 2023 " class="align-text-top noRightClick twitterSection" data="

are you channeling your faves? find them in the directory under the Updates tab in your app. pic.twitter.com/0EILYkV1OE

— WhatsApp (@WhatsApp) September 13, 2023 ">

କିଭଳି କାମ କରିବ ଏହି ଫିଚର: ଚ୍ୟାନେଲ ଫିଚର ଇନଷ୍ଟାଗ୍ରାମର ଚ୍ୟାନେଲ ଫିଚର ପରି କାର୍ଯ୍ୟ କରିବ। ଯେଉଁଥିରେ ଆଡମିନ ଫଟୋ, ଭିଡିଓ, ଇମୋଜି, ଭଏସ୍-ନୋଟ୍ ଇତ୍ୟାଦି ପୋଷ୍ଟ କରିପାରିବେ । ଚ୍ୟାନେଲରେ ଆଡମିନ ଏବଂ ଫଲୋର୍ସଙ୍କ ବିବରଣୀ ପରସ୍ପରକୁ ଦୃଶ୍ୟମାନ ହୁଏ ନାହିଁ ଏବଂ ଲୋକମାନେ ଏହା ମାଧ୍ୟମରେ ସେମାନଙ୍କ ପ୍ରିୟ କ୍ରିଏଟର କିମ୍ବା ବ୍ୟକ୍ତିଙ୍କ ସହ ସହଜରେ ସଂଯୋଗ କରିପାରିବେ ।

ଏହା ମଧ୍ୟ ପଢନ୍ତୁ: WhatsApp Group Chat Filter: ଫିଲ୍ଟର ଗ୍ରୁପ ଚାଟ୍‌ ଫିଚର ଉପରେ କାର୍ଯ୍ୟ କରୁଛି ହ୍ବାଟ୍ସଆପ୍‌, ଚାଟ ଉପରେ ରହିବ ନିୟନ୍ତ୍ରଣ

ତେବେ ପର୍ଯ୍ୟାୟ କ୍ରମେ ଏହି ଫିଚରକୁ ରୋଲଆଉଟ କରିବାକୁ ଯାଉଛି କମ୍ପାନୀ । ଏଥିରେ ମଧ୍ୟ ଅନେକ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି । ତେବେ ଚ୍ୟାନେଲରେ ପୋଷ୍ଟ କରିଥିବା ଭିଡିଓକୁ ମଧ୍ୟ ପରବର୍ତ୍ତୀ ସମୟରେ ଏଡିଟ କରିବା ପାଇଁ ସୁବିଧା ପାଇବେ । ପୋଷ୍ଟ କରିବାର 30 ଦିନ ଭିତରେ ଆଡମିନ ଏଡିଟ କରିପାରିବ । ଏହା ପରେ ହ୍ବାଟ୍ସଆପ୍ ସର୍ଭରରୁ ଡିଲିଟ୍ ହୋଇଯିବ । ଏହା ବ୍ୟତୀତ, ଯଦି ଆଡମିନ୍ କୌଣସି ପୋଷ୍ଟକୁ ଚ୍ୟାନେଲରୁ ଗ୍ରୁପ କିମ୍ବା ଚାଟରେ ସେୟାର କରିବାକୁ ଚାହାନ୍ତି ତେବେ ସାମ୍ନାରେ ରହିଥିବା ବ୍ୟକ୍ତିକୁ ଚ୍ୟାନେଲରେ ଯୋଡିହେବାର ଅପ୍ସନ ମିଳିବ । ଏହା ଦ୍ବାରା ୟୁଜର୍ସ ସମସ୍ତ ବିଷୟରେ ଅଧିକ ସୂଚନା ପାଇପାରିବେ ।

ଯେକୌଣସି ଚ୍ୟାନେଲରେ ଯୋଗଦେବାକୁ ହେଲେ ପ୍ରଥମେ ଆପ ଅପଡେଟ କରିବା ଆବଶ୍ୟକ । ହ୍ବାଟ୍ସଆପ ଖୋଲିବା ପରେ ଅପଡେଟ ପାଖକୁ ଯାଇ ଟ୍ୟାବ ତଳେ ବିଭିନ୍ନ ଚ୍ୟାନେଲ ଉପଲବ୍ଧ ରହିଥିବ । ତେବେ ନିଜ ମନ ପସନ୍ଦ ଅନୁସାରେ ଯେକୌଣସି ଚ୍ୟାନେଲରେ ଯୋଗଦେଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାଇଦ୍ରାବାଦ: ପୁଣି ଏକ କମାଲ ଫିଚର ଲଞ୍ଚ କରିଲା ହ୍ବାଟ୍ସଆପ । ବୁଧବାର ଦିନ ଭାରତ ସେମେତ 150ରୁ ଦେଶରେ ହ୍ବାଟ୍ସଆପ ଚ୍ୟାନେଲ ଲଞ୍ଚ ହୋଇଛି । ଏନେଇ ମେଟାର ସଂସ୍ଥାପକ ତଥା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । ବେଳେ ଆଗାମୀ ଦିନରେ ଏହି ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି କୁହାଯାଇଛି । ଏହି ଫିଚରକୁ ହ୍ବାଟ୍ସଆପର 'Update' ଟ୍ୟାବରେ ପାଇବେ । ଏଥିରେ ଆପଣ ଷ୍ଟାଟସ ଅପଡେଟ ଏବଂ ଚ୍ୟାନେଲ ଦେଖିପାରିବେ । ତେବେ କହିରଖୁଛି କି ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିଥିବା ବ୍ୟକ୍ତି ବା କଣ୍ଟେଣ୍ଟ ତିଆରି କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବିଶେଷ ଲାଭ ଦାୟକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏଥିରେ ଆପଣ ଫଲୋର୍ସ ସହ ଯୋଡି ହୋଇପାରିବେ ।

କଣ ଏହି ଚ୍ୟାନେଲ ଫିଚର: ହ୍ବାଟ୍ସଆପର ଏହି ନୂଆ ଚ୍ୟାନେଲ ଫିଚର ଗ୍ରୁପ ଏବଂ କମ୍ୟୁନିଟି ଫିଚର ଠାରୁ ସମ୍ପୂର୍ଣ୍ଣ ଅଲଗା । ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ବା ସଂଯୋଗ ପାଇଁ କମ୍ପାନୀ ଏହି ଫିଚର ରୋଲଆଉଟ କରିଥିବା କୁହାଯାଉଛି । ହ୍ବାଟ୍ସଆପର ଅନ୍ୟ ଫିଚର ଭଳି ଚ୍ୟାନେଲ ଫିଚର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇନାହିଁ । ଏକ ଚ୍ୟାନେଲ କ୍ରିଏଟ ବା ତିଆରି କରିବା ସମୟରେ, କମ୍ପାନୀ ଆଡମିନଙ୍କୁ ଅନେକ ପ୍ରକାରର ଅଧିକାର ଦେଇଥାଏ ଯାହାକି ଆଡମିନ ନିଜ ଚ୍ୟାନେଲରେ ପ୍ରୟୋଗ କରିପାରିବେ ।

କିଭଳି କାମ କରିବ ଏହି ଫିଚର: ଚ୍ୟାନେଲ ଫିଚର ଇନଷ୍ଟାଗ୍ରାମର ଚ୍ୟାନେଲ ଫିଚର ପରି କାର୍ଯ୍ୟ କରିବ। ଯେଉଁଥିରେ ଆଡମିନ ଫଟୋ, ଭିଡିଓ, ଇମୋଜି, ଭଏସ୍-ନୋଟ୍ ଇତ୍ୟାଦି ପୋଷ୍ଟ କରିପାରିବେ । ଚ୍ୟାନେଲରେ ଆଡମିନ ଏବଂ ଫଲୋର୍ସଙ୍କ ବିବରଣୀ ପରସ୍ପରକୁ ଦୃଶ୍ୟମାନ ହୁଏ ନାହିଁ ଏବଂ ଲୋକମାନେ ଏହା ମାଧ୍ୟମରେ ସେମାନଙ୍କ ପ୍ରିୟ କ୍ରିଏଟର କିମ୍ବା ବ୍ୟକ୍ତିଙ୍କ ସହ ସହଜରେ ସଂଯୋଗ କରିପାରିବେ ।

ଏହା ମଧ୍ୟ ପଢନ୍ତୁ: WhatsApp Group Chat Filter: ଫିଲ୍ଟର ଗ୍ରୁପ ଚାଟ୍‌ ଫିଚର ଉପରେ କାର୍ଯ୍ୟ କରୁଛି ହ୍ବାଟ୍ସଆପ୍‌, ଚାଟ ଉପରେ ରହିବ ନିୟନ୍ତ୍ରଣ

ତେବେ ପର୍ଯ୍ୟାୟ କ୍ରମେ ଏହି ଫିଚରକୁ ରୋଲଆଉଟ କରିବାକୁ ଯାଉଛି କମ୍ପାନୀ । ଏଥିରେ ମଧ୍ୟ ଅନେକ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି । ତେବେ ଚ୍ୟାନେଲରେ ପୋଷ୍ଟ କରିଥିବା ଭିଡିଓକୁ ମଧ୍ୟ ପରବର୍ତ୍ତୀ ସମୟରେ ଏଡିଟ କରିବା ପାଇଁ ସୁବିଧା ପାଇବେ । ପୋଷ୍ଟ କରିବାର 30 ଦିନ ଭିତରେ ଆଡମିନ ଏଡିଟ କରିପାରିବ । ଏହା ପରେ ହ୍ବାଟ୍ସଆପ୍ ସର୍ଭରରୁ ଡିଲିଟ୍ ହୋଇଯିବ । ଏହା ବ୍ୟତୀତ, ଯଦି ଆଡମିନ୍ କୌଣସି ପୋଷ୍ଟକୁ ଚ୍ୟାନେଲରୁ ଗ୍ରୁପ କିମ୍ବା ଚାଟରେ ସେୟାର କରିବାକୁ ଚାହାନ୍ତି ତେବେ ସାମ୍ନାରେ ରହିଥିବା ବ୍ୟକ୍ତିକୁ ଚ୍ୟାନେଲରେ ଯୋଡିହେବାର ଅପ୍ସନ ମିଳିବ । ଏହା ଦ୍ବାରା ୟୁଜର୍ସ ସମସ୍ତ ବିଷୟରେ ଅଧିକ ସୂଚନା ପାଇପାରିବେ ।

ଯେକୌଣସି ଚ୍ୟାନେଲରେ ଯୋଗଦେବାକୁ ହେଲେ ପ୍ରଥମେ ଆପ ଅପଡେଟ କରିବା ଆବଶ୍ୟକ । ହ୍ବାଟ୍ସଆପ ଖୋଲିବା ପରେ ଅପଡେଟ ପାଖକୁ ଯାଇ ଟ୍ୟାବ ତଳେ ବିଭିନ୍ନ ଚ୍ୟାନେଲ ଉପଲବ୍ଧ ରହିଥିବ । ତେବେ ନିଜ ମନ ପସନ୍ଦ ଅନୁସାରେ ଯେକୌଣସି ଚ୍ୟାନେଲରେ ଯୋଗଦେଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 14, 2023, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.