ETV Bharat / science-and-technology

WhatsApp New Feature: ଏଣିକି ହ୍ବାଟସ୍‌ଆପ୍‌ରେ ବ୍ଯବହାର କରିପାରିବେ ଡିଜିଟାଲ ଅବତାର - ଡିଜିଟାଲ ଅବତାର

ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗଙ୍କ ନୂଆ ଘୋଷଣା, ଏଣିକି ହ୍ବାଟସ୍‌ଆପ୍‌ରେ ବି ବ୍ଯବହାର କରିପାରିବେ ଡିଜିଟାଲ ଅବତାର(Mark Zuckerberg brings digital avatars to WhatsApp users) । ଅଧିକ ପଢନ୍ତୁ

WhatsApp New Feature: ଏଣିକି ହ୍ବାଟସ୍‌ଆପ୍‌ରେ ବ୍ଯବହାର କରିପାରିବେ ଡିଜିଟାଲ ଅବତାର

author img

By

Published : Dec 7, 2022, 3:30 PM IST

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ରେ ବି ଆସିବ ଡିଜିଟାଲ ଅବତାର । ହ୍ବାଟସ୍‌ଆପ୍‌ରେ, ଲୋକମାନେ ବର୍ତ୍ତମାନ ସେମାନଙ୍କର ବ୍ୟକ୍ତିଗତ ଅବତାରକୁ ପ୍ରୋଫାଇଲ୍ ଫଟୋ ଭାବରେ ବ୍ୟବହାର କରିପାରିବା ସହ 36 ଟି କଷ୍ଟମ୍ ଷ୍ଟିକର୍ ବ୍ୟବହାର କରିପାରିବେ । ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ବୁଧବାର(ଡିସେମ୍ବର 7)ରେ ଏନେଇ ଘୋଷଣା କରିଛନ୍ତି(Mark Zuckerberg brings digital avatars to WhatsApp users) ।

ଜୁକରବର୍ଗ କହିଛନ୍ତି, "ଆମେ ଅବତାରକୁ ହ୍ବାଟସ୍‌ଆପ୍‌କୁ ଆଣିଛୁ ! ବର୍ତ୍ତମାନ ଆପଣ ଆପଣଙ୍କର ଅବତାରକୁ ଚାଟରେ ଷ୍ଟିକର୍ ଭାବରେ ବ୍ୟବହାର କରିପାରିବେ । ଆମର ସମସ୍ତ ଆପ୍‌ରେ ଏହିପରି ଫିଚର୍ସ ଖୁବ୍‌ଶୀଘ୍ର ଆସିବାକୁ ଯାଉଛି ।"

ତେବେ ଅବତାର ହେଉଛି ଏକ ଡିଜିଟାଲ୍ ସଂସ୍କରଣ ଯାହା ଜଣେ ବ୍ୟକ୍ତିଙ୍କ ଭିନ୍ନ ଭିନ୍ନ ହେୟାର୍ ଷ୍ଟାଇଲ୍, ଫେସିଆଲ୍ ଫିଚର୍ସ ଏବଂ ଡ୍ରେସ୍ ଡିଜାଇନ୍ ହୋଇପାରିବ । ହ୍ବାଟସ୍‌ଆପ୍‌ ପକ୍ଷରୁ କୁହଯାଇଛି ଯେ, "ଅବତାର ସେଣ୍ଡ୍ କରି ବନ୍ଧୁ ଏବଂ ପରିବାର ସହ ଭାବନା ବାଣ୍ଟିବାରେ ଏକ ଦୃତ ଏବଂ ମଜାଳିଆ ଉପାୟ । ଏହା ମଧ୍ୟ ଆପଣଙ୍କର ପ୍ରକୃତ ଫଟୋ ବ୍ୟବହାର ନକରି ନିଜକୁ ପ୍ରତିନିଧିତ୍ୱ କରିବା ପାଇଁ ଏକ ଉତ୍ତମ ଉପାୟ ହୋଇପାରେ । ଏହା ସହ ଆପଣଙ୍କ ପ୍ରାଇଭେସିକୁ ବଜାୟ ରଖିବାରେ ଆହୁରି ସହାୟକ ହୋଇଥାଏ ।"

କମ୍ପାନୀ କହିଛି ଯେ, ଏହା ଆଲୋକ, ଛାୟା, ହେୟାର ଷ୍ଟାଇଲ୍, ଟେକ୍ସଚର୍ ଏବଂ ଅନ୍ୟାନ୍ୟ ଷ୍ଟାଇଲ୍‌ର ନୂଆ ନୂଆ ଅପଡେଟ୍ ଆଣିବା ଜାରି ରଖିବ ଯାହା ଅବତାରକୁ ସମୟ ସହିତ ଆହୁରି ଉନ୍ନତ କରିବ । ମେଟା ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ, ଆମେ ଚାହୁଁଛୁ ସମସ୍ତେ ହୋରିଜନ୍ ୱାର୍ଲ୍ଡରେ ସେମାନଙ୍କର ଅଭିଜ୍ଞତା ଉପରେ ନିୟନ୍ତ୍ରଣ ରଖନ୍ତୁ । ତେଣୁ ଆମେ ଅଧିକ ଉପକରଣ ଏବଂ ଫିଚର୍ସ ଯୋଡିବା ପାଇଁ କାର୍ଯ୍ୟ କରୁଛୁ । ଯାହା ଲୋକଙ୍କୁ ନିଜ ଅନୁଭୂତି କଷ୍ଟମାଇଜ୍ କରିବାକୁ ଦେଇଥାଏ ।

ହୋରିଜନ୍ ୱାର୍ଲ୍ଡସ୍(Horizon Worlds) ହେଉଛି ଏକ ମାଗଣା ଭର୍ଚୁଆଲ୍ ରିଆଲିଟି, ମେଟା ପ୍ଲାଟଫର୍ମ ଦ୍ୱାରା ବିକଶିତ ଏବଂ ପ୍ରକାଶିତ ଏକ ସମନ୍ୱିତ ଗେମ୍ କ୍ରିଏଟ୍ ପ୍ରଣାଳୀ ସହିତ ଅନଲାଇନ୍ ଭିଡିଓ ଗେମ୍ । ଏହି ମଲ୍ଟି ପ୍ଲେୟାର ଭର୍ଚୁଆଲ୍ ପ୍ଲାଟଫର୍ମରେ, ଖେଳାଳିମାନେ ବିଭିନ୍ନ ଦୁନିଆରେ ପରସ୍ପର ସହିତ କଥାବାର୍ତ୍ତା କରନ୍ତି ଏବଂ ଇଭେଣ୍ଟ, ଖେଳ ଏବଂ ସାମାଜିକ କାର୍ଯ୍ୟକଳାପ ଆୟୋଜନ କରନ୍ତି ।

ତେବେ କହିରଖୁଛୁ ଯେ, ବର୍ତ୍ତମାନ ଅବତାରରେ କେବଳ ଶରୀରର ଅଧାଭାଗ ଅର୍ଥାତ୍ ଅଣ୍ଟାର ଉପରି ଭାଗ ଆସିଥାଏ । କିନ୍ତୁ ମେଟା ଆଗକୁ ଶରୀରର ସମ୍ପୂର୍ଣ୍ଣ ଭାଗ ଯୋଡିବାକୁ ଯୋଜନା କରୁଛି । ଆସନ୍ତା ବର୍ଷ ଆରମ୍ଭରେ ଏହି ଫିଚର୍ସ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.