ETV Bharat / science-and-technology

ଏଣିକି ଏକାଠି 32 ଜଣ କରିପାରିବେ WhatsApp Video Call - ହ୍ୱାଟ୍‌ସଆପ୍‌ ନ୍ୟୁ ଫିଚର୍ସ

ହ୍ୱାଟ୍‌ସଆପ ଭିଡିଓ କଲିଂରେ ମିଳିବ ନୂଆ ସୁବିଧା । ହ୍ୱାଟ୍‌ସଆପରେ 32 ଜଣିଆ ଭିଡିଓ କଲିଂ ସୁବିଧାର ଘୋଷଣା କଲେ ମାର୍କ ଜୁକରବର୍ଗ । ଏଣିକି ଏକାସାଙ୍ଗରେ ଭିଡିଓ କଲିଂରେ ସାମିଲ୍ ହୋଇପାରିବେ 32 ଜଣ(Mark Zuckerberg announces 32 person video call on WhatsApp) । ଅଧିକ ପଢନ୍ତୁ

ଏଣିକି ଏକାଠି 32 ଜଣ କରିପାରିବେ WhatsApp Video Call

author img

By

Published : Nov 3, 2022, 7:20 PM IST

ନୂଆଦିଲ୍ଲୀ: ହ୍ୱାଟ୍‌ସଆପ ଭିଡିଓ କଲିଂରେ ମିଳିବ ନୂଆ ସୁବିଧା । ଏଣିକି ଏକ ସମୟରେ ହ୍ୱାଟ୍‌ସଆପ୍ ଭିଡିଓ କଲିଂରେ ସାମିଲ ହୋଇପାରିବେ 32 ଜଣ(Mark Zuckerberg announces 32 person video call on WhatsApp) । ପୂର୍ବରୁ ଘୋଷଣା ହୋଇଥିବା ଏହି ଫିଚର୍ସ ଏଣିକି ବିଶ୍ବସ୍ତରୀୟ ବ୍ୟବହାର ଉପଯୋଗୀ ହୋଇପାରିବ । ମେଟା ପ୍ରତିଷ୍ଠାତା ତଥା CEO ମାର୍କ ଜୁକରବର୍ଗ ଗୁରୁବାର(ନଭେମ୍ବର 3) ହ୍ୱାଟ୍‌ସଆପ୍‌ରେ 'କମ୍ୟୁନିଟି'(Communities) ନାମକ 32 ଜଣିଆ ଭିଡିଓ କଲିଂ ଫିଚର୍ସର ଘୋଷଣା କରିଛନ୍ତି ।

ନୂତନ ଫିଚର୍ସ ବାବଦରେ ଘୋଷଣା କରିବା ସମୟରେ ଜୁକରବର୍ଗ ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ଏହାକୁ ହ୍ୱାଟ୍‌ସଆପ୍ ଆପ୍ ପାଇଁ ଏକ ପ୍ରମୁଖ ବିବର୍ତ୍ତନ ବୋଲି କହିଛନ୍ତି । ସେ କହିଛନ୍ତି, "ଆମେ ହ୍ୱାଟ୍‌ସଆପ୍ ଆପ୍‌ରେ କମ୍ୟୁନିଟି ଲଞ୍ଚ କରୁଛୁ । ଏହା ଗ୍ରୁପ୍ କଲିଂକୁ ଆହୁରି ଦୃଢ କରିବ । ଏହି ଫିଚର୍ସ ମାଧ୍ୟମରେ କୌଣସି ପ୍ରକାରର ପ୍ରାଇଭେସି ଫିଚର୍ସରେ ପ୍ରଭାବ ପଡିବ ନାହିଁ, ପୂର୍ବ ଭଳି ମେସେଜ୍ ପ୍ରାଇଭେଟ୍ ରହିବ ବୋଲି ଜୁକରବର୍ଗ କହିଛନ୍ତି ।

ନୂତନ ଫିଚର୍ସ ଆଡମିନମାନଙ୍କୁ "ଗୋଟିଏ ଛତା ତଳେ" ବାର୍ତ୍ତାଳାପକୁ ଭଲ ଭାବରେ ସଂଗଠିତ କରିବାକୁ ଅନୁମତି ଦେବ ବୋଲି ଜୁକରବର୍ଗ କହିଛନ୍ତି । କମ୍ୟୁନିଟି ବ୍ୟତୀତ, ହ୍ବାଟ୍‌ସଆପ୍ "ଗୃପ୍ ଚାଟ୍ ଅଭିଜ୍ଞତାକୁ ଉନ୍ନତ କରିବା" ପାଇଁ ଅଧିକ ଫିଚର୍ସ ପ୍ରକାଶ କରିଛି, ଯେପରିକି ଇନ୍-ଚାଟ୍ ପୋଲ୍, ଲାର୍ଜର ଫାଇଲ୍ ସେୟାର୍, ରିଆକ୍ସନ, 1,024 ୟୁଜର୍ସଙ୍କ ସମେତ ସେୟାରେବଲ୍ କଲ୍ ଲିଙ୍କ୍ସ ଇତ୍ୟାଦି ରହିଛି ।

ଭାରତର ହ୍ୱାଟ୍‌ସଆପ୍ ଆପ୍‌ରେ ଜିଓମାର୍ଟ ପେଡ୍ ମେସେଜିଂ ବଜାର ପାଇଁ ଏକ ବଡ଼ ସୁଯୋଗ ହେବ ବୋଲି ଜୁକରବର୍ଗ କହିଛନ୍ତି । କମ୍ପାନୀର Q3 ରୋଜଗାର କଲ୍(Q3 earnings call) ସମୟରେ ସିଇଓ କହିଛନ୍ତି ଯେ, ପେଡ୍ ମେସେଜିଂ ହେଉଛି ଅନ୍ୟ ଏକ ସୁଯୋଗ ଯାହାକୁ ଆମେ ଟ୍ୟାପ୍ କରିବା ଆରମ୍ଭ କରିଥିଲୁ । ଜୁକରବର୍ଗ ବିଶ୍ଳେଷକମାନଙ୍କୁ କହିଛନ୍ତି, ଆମେ ଭାରତରେ ହ୍ୱାଟ୍‌ସଆପ୍ ଆପ୍‌ରେ ଜିଓମାର୍ଟ ଲଞ୍ଚ କରିଛୁ ଏବଂ ଏହା ଆମର ପ୍ରଥମ ଏଣ୍ଡ୍ ଟୁ ଏଣ୍ଡ୍ ସପିଂ ଏକ୍ସପ୍ରିଏନ୍ସ, ଯାହା ମେସେଜିଂ ମାଧ୍ୟମରେ ଚାଟ୍ ଭିତ୍ତିକ ବାଣିଜ୍ୟର ସମ୍ଭାବନା ସୃଷ୍ଟି କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.