ହାଇଦ୍ରାବାଦ: ବ୍ଲଡ ଗ୍ରୁପକୁ 4ଟି ଭାଗରେ ବିଭକ୍ତ କରାଯାଇଥିବା ନେଇ ସମସ୍ତେ ଜାଣନ୍ତି। ଏ(A), ବି(B), ଏବି(AB) ଏବଂ ଓ(B) ବ୍ଲଡଗ୍ରୁପ ରହିଥିବା ବେଳେ ଏହାକି ପଜିଟିଭ ଏବଂ ନେଗେଟିଭରେ ମଧ୍ୟ ବିଭକ୍ତ କରାଯାଇଛି । ସେ ବହୁତ ଚତୁର, ତାଙ୍କର ପ୍ରବଳ ଜ୍ଞାନ ଏଭଳି କହୁଥିବା ଲୋକମାନଙ୍କୁ ଆପଣ ଶୁଣିଥିବେ । ତେବେ ଆପଣ ଜାଣିଛନ୍ତି କି ଏହାର ମୁଖ୍ୟ କାରଣ ବ୍ଲବ ଗ୍ରୁପ ହୋଇଥାଏ । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଅନୁସନ୍ଧାନରୁ ଏହା ଖୁଲାସା କରାଯାଇଛି ଯେ, କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତି କେତେ ଜ୍ଞାନୀ । ତେବେ ଶାରିରୀକ ଗଠନ ରକ୍ତର ବ୍ଲଡ ଗ୍ରୁପ ଅନୁସାରେ ହୋଇଥାଏ । ଏହାର ପ୍ରଭାବ ଶରୀରର ଅଙ୍ଗ ଉପରେ ମଧ୍ୟ ପଡିଥାଏ । ତେବେ କେଉଁ ବ୍ଲଡ୍ ଗ୍ରୁପର ବ୍ୟକ୍ତିଙ୍କର କେତେ ଜ୍ଞାନ ରହିଛି ଜାଣିବା ପୂର୍ବରୁ ପ୍ରଥମେ ଜାଣନ୍ତୁ କଣ ଏହି ବ୍ଲଡ୍ ଗ୍ରୁପ
ବ୍ଲଡ ଗ୍ରୁପ ମୁଖ୍ୟତଃ ଆଣ୍ଟିଜେନ୍ ଏବଂ ଆଣ୍ଟିବଡି ଉପରେ ନିର୍ଭର କରେ। ଯାହାକି ଏକ ପ୍ରକାର ପ୍ରୋଟିନ ମଲିକ୍ୟୁଲ ଅଟେ । ପ୍ଲାଜମାରେ ଆଣ୍ଟିବଡି ରହିଥିବା ବେଳେ ଆଣ୍ଟିଜେନ ଲୋହିତ ରକ୍ତକଣିକାର ଉପରି ଭାଗରେ ରହିଥାଏ । ତେବେ ଆଣ୍ଟିଜେନ ଏବଂ ଆଣ୍ଟିବଡି ମିଶି ରକ୍ତର ପ୍ରକାର ନିର୍ଦ୍ଧାରିତ କରାଯାଇଥାଏ ।
B+ ବ୍ଲଡ ଗ୍ରୁର ବ୍ୟକ୍ତିଙ୍କର ମସ୍ତିଷ୍କ ତୀକ୍ଷ୍ଣ ଥାଏ: କାଲିଫର୍ଣ୍ଣିଆ ୟୁନିଭରସିଟିରେ କରାଯାଇଥିବା ଏହି ଅନୁସନ୍ଧାନରୁ ଜଣାପଡିଛି ଯେ B+ ରକ୍ତ ଗୋଷ୍ଠୀର ଲୋକଙ୍କ ମସ୍ତିଷ୍କ ଅନ୍ୟ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କଠାରୁ ତୀକ୍ଷ୍ଣ ରହିଥାଏ । ଅନ୍ୟମାନଙ୍କ ଅପେକ୍ଷା ସେମାନଙ୍କର ଭାବିବା ଏବଂ ବୁଝିବା ଶକ୍ତି ଅଧିକ ଥାଏ । ଏହି ଗ୍ରୁପର ବ୍ୟକ୍ତିମାନଙ୍କର ମସ୍ତିଷ୍କରେ ପେରିଟୋନିଆଲ୍ ଏବଂ ଟେମ୍ପୋରାଲ୍ ଲୋବର ଅଧିକ ସକ୍ରିୟ ରହିଥାଏ । ଫଳରେ ସେମାନଙ୍କର ସ୍ମୃତିଶକ୍ତି ଏବଂ ମତିଷ୍କ ତିକ୍ଷ୍ମ ରହିଥାଏ ।
B+ ବ୍ଲଡ ଗ୍ରୁପ ପଛରେ ରହିଥାଏ o+ ବ୍ଲଡ ଗ୍ରୁପ: B + ବ୍ଲଡ୍ ଗ୍ରୁପ୍ ବ୍ୟକ୍ତିମାନଙ୍କ ପରେ ବୁଦ୍ଧି, ଜ୍ଞାନରେ ଦ୍ବିତୀୟ ସ୍ଥାନରେ ରହିଥାନ୍ତି o+ ବ୍ଲଡ ଗ୍ରୁପ ବ୍ୟକ୍ତି । ଏହି ଲୋକମାନଙ୍କର ମସ୍ତିଷ୍କ ମଧ୍ୟ ଅତ୍ୟନ୍ତ ତୀକ୍ଷ୍ଣ ହୋଇଥାଏ। ଅନ୍ୟ ବ୍ଲଡ ଗ୍ରୁପ ଅପେକ୍ଷା ସେମାନଙ୍କର ରକ୍ତ ସଞ୍ଚାଳନ ସହ ମସ୍ତିଷ୍କରେ ଅମ୍ଲଜାନର ପ୍ରବାହ ମଧ୍ୟ ଠିକ ରହିଥାଏ । o+ ଲୋକଙ୍କ ମସ୍ତିଷ୍କରେ ସେରୋବ୍ରେନ୍ ଅଧିକ ସକ୍ରିୟ ଥାଏ, ଫଳରେ ସେମାନଙ୍କର ସ୍ମୃତିଶକ୍ତି ମଧ୍ୟ ଉତ୍କୃଷ୍ଟ ହୋଇଥାଏ ।
କଣ କହେ ରିସର୍ଚ୍ଚ ?: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏହି ରିସର୍ଚ୍ଚରେ ପ୍ରତ୍ୟେକ ବ୍ଲଡ୍ ଗ୍ରୁପର 69 ଜଣ ବ୍ୟକ୍ତିକୁ ନେଇ ଅଧ୍ୟୟନ କରିଥିଲେ ଏବଂ ସେମାନଙ୍କ ରକ୍ତ ନମୁନା ଉପରେ ଅନୁସନ୍ଧାନ କରାଯାଇଥିଲା । ଏହି ଅନୁସନ୍ଧାନରେ, ପ୍ରତ୍ୟେକ ବ୍ଲଡ୍ ଗ୍ରୁପ ଲୋକଙ୍କ ମସ୍ତିଷ୍କ ବିଷୟରେ ସୂଚନା ସଂଗ୍ରହ କରାଯାଇଥିଲା ଏବଂ ଏହା ଦେଖାଗଲା ଯେ B+ ଏବଂ O+ ଲୋକଙ୍କ ମସ୍ତିଷ୍କ ଅନ୍ୟ ବ୍ଲଡ୍ ଗ୍ରୁପ ବ୍ୟକ୍ତିଙ୍କଠାରୁ ତୀକ୍ଷ୍ମ ଅଟେ ।
ବ୍ଲଡ ଗ୍ରୁପ ସହିତ ଜେନେଟିକ ସମ୍ପର୍କ: ଛୁଆମାନଙ୍କର ବ୍ଲଡ୍ ଗ୍ରୁପ ପିତାମାତାଙ୍କ ବ୍ଲଡ୍ ଗ୍ରୁପ ଉପରେ ନିର୍ଭର କରିଥାଏ । ଶିଶୁଟିଏ ଜନ୍ମ ହେବା ସମୟରେ ବାପା, ମାଆ କିମ୍ବା ମିଳିତ ବ୍ଲଡ୍ ଗ୍ରୁପର ହୋଇଥାଏ । ଉଦାହରଣ ସ୍ବରୂପ ପିତାମାତାଙ୍କ ବ୍ଲଡ୍ ଗ୍ରୁପ A ଏବଂ B ହୋଇଥାଏ, ତେବେ ଶିଶୁର ବ୍ଲଡ୍ ଗ୍ରୁପ A, B କିମ୍ବା AB ହୋଇପାରେ ।
କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତି ରକ୍ତ ଦାନ କରିପାରିବେ: ଅନେକ ବ୍ୟକ୍ତି ରକ୍ତ ଆବଶ୍ୟକ କରନ୍ତି ଏବଂ ଅନେକ ଲୋକ ମଧ୍ୟ ରକ୍ତ ଦାନ କରିଥାଆନ୍ତି। ସବୁ ବ୍ଲଡ୍ ଗ୍ରୁପର ବ୍ୟକ୍ତି ରକ୍ତଦାନ କରିପାରିବେ କିନ୍ତୁ ଏହା ପୂର୍ବରୁ କିଛିଟା ବିଷୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ଯଦିଓ O ବ୍ଲଡଗ୍ରୁପ ବ୍ୟକ୍ତିଙ୍କୁ ସର୍ବଜନଦାତା କୁହାଯାଏ, କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଗ୍ରୁପର ଲୋକମାନେ ରକ୍ତ ଦାନ କରିପାରିବେ । ରକ୍ତ ଦାନ କରିବା ସମୟରେ କିଛି ବିଷୟ ଉପରେ ଧ୍ୟାନ ନେବା ଉଚିତ୍-
- ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ ରହିଥିବା ଆବଶ୍ୟକ। ଆପଣଙ୍କୁ କୌଣସି ପ୍ରକାର ରୋଗରେ ପିଡୀତ ହୋଇନଥିଲେ ଆପଣ ରକ୍ତ ଦେଇପାରିବେ।
- ଓଜନ 50 କେଜିରୁ 158 କିଲୋଗ୍ରାମ ଭିତରେ ରହିଥିବା ଦରକାର।
- ବୟସ 17 ବର୍ଷରୁ 65 ବର୍ଷ ହୋଇଥିବା ଆବଶ୍ୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ