ETV Bharat / science-and-technology

Chandrayaan-3: ଅବତରଣ ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି ବିକ୍ରମ ଲ୍ୟାଣ୍ଡର, ଲ୍ୟାଣ୍ଡିଂ ପୂର୍ବରୁ ପଠାଇଲା ଚନ୍ଦ୍ର ଫଟୋ - ଚନ୍ଦ୍ରଯାନ ଲାଟେଷ୍ଟ ଅପଡେଟ

ଚନ୍ଦ୍ରଯାନ-2ର ସଫଳତା ଏବଂ ବିଫଳତାର ଅନୁଭୂତିକୁ ନେଇ ଚନ୍ଦ୍ରଯାନ-3କୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚନା କରିବ ଇସ୍ରୋ । ଏହାରି ଭିତରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଫଟୋ ଉତ୍ତୋଳନ କରିଛି । ଅଧିକ ପଢନ୍ତୁ

Chandrayaan 3
Chandrayaan 3
author img

By

Published : Aug 21, 2023, 11:05 AM IST

ହାଇଦ୍ରାବାଦ: ଆଉ ମାତ୍ର କିଛି କିଲୋମିଟରର ଦୂରତା । ଆଉ ମାତ୍ର 2 ଦିନ ପରେ ଇତିହାସ ରଚିବ ଭାରତ । ସମୟ କ୍ରମେ ଚନ୍ଦ୍ରର ନିକଟତର ହେବାରେ ଲାଗିଛି ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-3 । ଋଷର ମୁନ ମିଶନ ଲୁନା-25 କ୍ରାସ ହେବା ପରେ ଏବେ ବିଶ୍ବବାସୀଙ୍କ ନଜର ଭାରତର ଚନ୍ଦ୍ରଯାନ-3 ଉପରେ ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡି କରିବା ପାଇଁ ଆଉ ମାତ୍ର 2 ଦିନ ବାକି ରହିଥିବା ବେଳେ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଏହାରି ଭିତରେ ଚନ୍ଦ୍ରଯାନ-3ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର କିଛି ଫଟୋ ପଠାଇଥିବା ବେଳେ ଏହାକୁ ଇସ୍ରୋ ପକ୍ଷରୁ ସେୟାର କରାଯାଇଛି । ଏନେଇ ଟ୍ବିଟ ଯୋଗେ ଫଟୋ ସେୟାର କରି ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)।

ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଛି ଯେ," ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର କିଛି ଫଟୋ ଉତ୍ତୋଳନ କରିଛି । ଲ୍ୟାଣ୍ଡରରେ ସ୍ଥାପିତ କ୍ୟାମେରା(LHDAC) ଅବତରଣ ସମୟରେ ବୋଲ୍ଡର ଏବଂ ଗଭୀର ଖାଲ ବିଷୟରେ ସୂଚନା ପ୍ରଦାନ କରିଥାଏ ।"

  • Chandrayaan-3 Mission:

    Here are the images of
    Lunar far side area
    captured by the
    Lander Hazard Detection and Avoidance Camera (LHDAC).

    This camera that assists in locating a safe landing area -- without boulders or deep trenches -- during the descent is developed by ISRO… pic.twitter.com/rwWhrNFhHB

    — ISRO (@isro) August 21, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: Chandrayaan-3: ଘୋଷଣା ହେଲା ସଫ୍ଟ ଲ୍ୟାଣ୍ଡିଂର ସମୟ ଓ ତାରିଖ

ତେବେ ଗତକାଲି(ରବିବାର) ଦିନ ଚନ୍ଦ୍ରଯାନ ଲ୍ୟାଣ୍ଡିର ସମୟ ଏବଂ ତାରିଖ ଘୋଷଣା କରାଯାଇଛି । ଅନ୍ତିମ ଡିବୁଷ୍ଟିଙ୍ଗ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସୋସିଆଲ ମିଡିଆ ଏକ୍ସରେ ଖୁସି ବ୍ୟକ୍ତ କରିଥିଲେ । ଆସନ୍ତା 23 ତାରିଖ ସନ୍ଧ୍ୟା 6ଟା 4 ମିନିଟରେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ନେଇ ଆକଳନ କରାଯାଇଛି ।

କହିରଖୁଛି କି ଚନ୍ଦ୍ରଯାନ-3କୁ ନେଇ ସମଗ୍ର ଭାରତବାସୀଙ୍କ ଆଶା ଆକାକ୍ଷାଂ ରହିଥିବା ବେଳେ ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକ୍ସରେ ଏକ ପୋଷ୍ଟରେ ଉତ୍ତର ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ଚନ୍ଦ୍ରଯାନ-3କୁ ନେଇ ଅନେକ ଆଶା ରହିଛି । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା କରୁଛି । ଭାରତୀୟ ବୈଜ୍ଞାନିକଙ୍କ ଉପରେ ମୋର ପୁରା ଭରସା ରହିଛି।"

ଏହା ମଧ୍ୟ ପଢନ୍ତୁ: Chandrayaan-3: ଚନ୍ଦ୍ରପୃଷ୍ଠରୁ ଆଉ ମାତ୍ର କିଛି ଦୂରରେ ଲ୍ୟାଣ୍ଡର, 23 ସଂଧ୍ୟା 5.45ରେ ଲ୍ୟାଣ୍ଡିଂ

କହିରଖୁଛି କି, ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନର ଡିବୁଷ୍ଟିଙ୍ଗ ସଫଳାର ସହ ଶେଷ ହୋଇଛି । ଏହାପରେ ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ମଡ୍ୟୁଲର ଅର୍ବିଟ ହ୍ରାସ ପାଇଛି । ପ୍ରକାଶଥାଉକି, ଡିବୁଷ୍ଟିଙ୍ଗ ଦ୍ବାରା ମହାକାଶ ଯାନର ବେଗକୁ ହ୍ରାସ କରାଯିବା ସହିତ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଚାପକୁ ମଧ୍ୟ କମ କରାଯାଇଥାଏ । ଭାରତର ଏହି ମିଶନର ସିଧାପ୍ରସାରଣ ଅଗଷ୍ଟ 23 ତାରିଖ ସନ୍ଧ୍ୟା 5ଟା 27 ମିନିଟରେ ଆରମ୍ଭ ହେବ। ଇସ୍ରୋର ୟୁଟ୍ୟବ, ଓ୍ବେବସାଇଟ ଏବଂ ଫେସବୁକରେ ଲାଇଭ ଦେଖିପାରିବେ । ଚନ୍ଦ୍ରଯାନ-2ର ସଫଳତା ଏବଂ ବିଫଳତାର ଅନୁଭୂତିକୁ ନେଇ ଚନ୍ଦ୍ରଯାନ-3କୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚନା କରିବ ବୋଲି ଆଶା କରାଯାଉଛି । ସଫ୍ଟ ଲ୍ୟାଣ୍ଡି ସଫଳ ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣରେ ଏହା ପ୍ରଥମ ଯାନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.