ETV Bharat / science-and-technology

ଆସନ୍ତା 23ରେ 36ଟି OneWeb ଉପଗ୍ରହ ଉତକ୍ଷେପଣ କରିବ ISRO

author img

By

Published : Oct 15, 2022, 10:28 AM IST

Updated : Oct 15, 2022, 10:39 AM IST

ଅକ୍ଟୋବର 23ରେ ପରୀକ୍ଷଣ ହେବ ଭାରତୀୟ ମହାକାଶ ଏଜେନ୍ସି(ISRO)ର ଭାରୀ ରକେଟ୍ LVM3(ISRO to launch 36 satellites on 23 October2022) । ଅଧିକ ପଢନ୍ତୁ

ଆସନ୍ତା 23ରେ 36ଟି ଉପଗ୍ରହ ଉତକ୍ଷେପଣ କରିବ ISRO

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO)ର ଭାରୀ ରକେଟ୍ 'LVM-3' ଅକ୍ଟୋବର 23 ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ପେସ୍ ସେଣ୍ଟରରୁ ବ୍ରିଟିଶ ଷ୍ଟାର୍ଟଅପ୍ ୱାନୱେବର 36ଟି ଉପଗ୍ରହ ଉତକ୍ଷେପଣ କରିବ(ISRO's heaviest rocket LVM3 will launch British start-up OneWeb's 36 broadband satellites) । ଏହି ଉତକ୍ଷେପଣ ସହ 'LVM-3' ବିଶ୍ୱ ବାଣିଜ୍ୟିକ ଉପଗ୍ରହ ଉତକ୍ଷେପଣ ବଜାରରେ ପ୍ରବେଶ କରିବ । 'LVM-3' ପୂର୍ବରୁ 'GSLV Mk-3' ରକେଟ୍ ଭାବରେ ଜଣାଶୁଣା ଥିଲା ।

  • LVM3 - M2/OneWeb India-1 Mission: Launch scheduled at 0007 hrs. IST on October 23, 2022. Cryo stage, equipment bay (EB) assembly completed. Satellites are encapsulated and assembled in the vehicle. Final vehicle checks are in progress. @NSIL_India @OneWeb pic.twitter.com/pPbqjDjFmS

    — ISRO (@isro) October 14, 2022 " class="align-text-top noRightClick twitterSection" data=" ">

ବେଙ୍ଗାଲୁରୁର ISRO ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, 'LVM-3-M2 / OneWeb India-1 ମିଶନ ଅକ୍ଟୋବର 23 (ଅକ୍ଟୋବର 22 ମଧ୍ୟରାତ୍ର)ରେ 12:07 ISTରେ ଉତକ୍ଷେପଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ISRO କହିଛି, "କ୍ରାୟୋ ଷ୍ଟେଜ୍, ଇକ୍ୟୁପମେଣ୍ଟ ୱେ (Cryo stage, equipment bay, EB)ର ପର୍ଯ୍ୟବେକ୍ଷଣ ଶେଷ ହୋଇଛି । ଉପଗ୍ରହ ଗୁଡିକ ଏକ କ୍ୟାପସୁଲରେ ଲୋଡ୍ ହୋଇ ରକେଟରେ ରଖାଯାଇଛି । ଲଞ୍ଚରର ଅନ୍ତିମ ପରୀକ୍ଷଣ ମଧ୍ୟ ଜାରି ରହିଛି ।'

ଏହାପୂର୍ବରୁ, ISRO କହିଛି ଯେ, ସ୍ପେସ୍ ଏଜେନ୍ସି ଅଧୀନରେ କାର୍ଯ୍ୟ କରୁଥିବା ଏକ ପବ୍ଲିକ ସେକ୍ଟର କେନ୍ଦ୍ରୀୟ ଉଦ୍ୟୋଗ (CPSE) ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ବ୍ରିଟେନ ଭିତ୍ତିକ ନେଟୱାର୍କ ଆକ୍ସେସ୍ ଆସୋସିଏଟ୍ସ ସହିତ ଦୁଇଟି ଲଞ୍ଚ ସେବା ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହି ଚୁକ୍ତିନାମା ଅନୁଯାୟୀ, ୱାନୱେବର ନିମ୍ନ-କକ୍ଷପଥ (OneWeb LEO, low earth orbit) ବ୍ରଡବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ LVM-3 ରକେଟ୍ ଦ୍ୱାରା ଉତକ୍ଷେପଣ କରାଯାଉଥିଲା ।

ISRO କହିଛି ଯେ, ଚାହିଦା ଆଧାରରେ NSIL ମାଧ୍ୟମରେ LVM-3 ର ଏହା ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ଉତ୍‌କ୍ଷେପଣ । ୱାନୱେବ ସହିତ ଏହି ଚୁକ୍ତି NSIL ଏବଂ ISRO ପାଇଁ ଏକ ମାଇଲଖୁଣ୍ଟ, କାରଣ ଏହି 'LVM-3' ରକେଟ୍ ବିଶ୍ୱ ବାଣିଜ୍ୟିକ ଉପଗ୍ରହ ଉତକ୍ଷେପଣ ବଜାରରେ ପ୍ରବେଶ କରିବାକୁ ଯାଉଛି । 'LVM-3' ହେଉଛି ଏକ ତିନି-ପର୍ଯ୍ୟାୟ ଲଞ୍ଚ ଯାନ ଯାହା ଦୁଇଟି କଠିନ ମୋଟର ଷ୍ଟ୍ରାପ୍, ଏକ ତରଳ ପ୍ରୋପେଲାଣ୍ଟ ଷ୍ଟେଜ୍ ଏବଂ କ୍ରାୟୋଜେନିକ୍ ପର୍ଯ୍ୟାୟ । ଏହି ରକେଟ୍ ଚାରି ଟନ୍ ଶ୍ରେଣୀ ଉପଗ୍ରହକୁ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ ଅର୍ବିଟ୍ (GTO)ରେ ଉତକ୍ଷେପଣ କରିବାରେ ସକ୍ଷମ । ଏହା ଭାରତର ଭାରତୀ ଏଣ୍ଟରପ୍ରାଇଜେସ୍(India's Bharti Enterprises) ୱାନୱେବର ଏକ ପ୍ରମୁଖ ନିବେଶକ ଏବଂ ଅଂଶୀଦାର(Shareholder) ।

Last Updated : Oct 15, 2022, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.