ETV Bharat / science-and-technology

Aditya L1 Mission: ଆଦିତ୍ୟ L1ର ସଫଳ ଉତକ୍ଷେପଣ, ଖୋଲିବ ସୂର୍ଯ୍ୟ ରହସ୍ୟ

ଆରମ୍ଭ ହେଲା ଭାରତର ସୂର୍ଯ୍ୟାଭିମୁଖୀ ଯାତ୍ରା । ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କଲା ଆଦିତ୍ୟ ଏଲ-1। ଅଧିକ ପଢନ୍ତୁ

Aditya L1
Aditya L1
author img

By ETV Bharat Odisha Team

Published : Sep 2, 2023, 12:01 PM IST

Updated : Sep 2, 2023, 12:34 PM IST

ଆଦିତ୍ୟ L1ର ସଫଳ ଉତକ୍ଷେପଣ

ହାଇଦ୍ରାବାଦ: ଅପେକ୍ଷାର ଅନ୍ତ ଘଟିଲା । ସଫଳତାର ପାହାଚ ଅତିକ୍ରମ କରୁଥିବା ବେଳେ ଆଜି ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ । ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପରେ ସମସ୍ତଙ୍କର ନଜର ସୂର୍ଯ୍ୟ ମିଶନ ଉପରେ ରହିଥିବା ବେଳେ 140 କୋଟି ଭାରତୀୟଙ୍କ ସ୍ବପ୍ନ ଆଦିତ୍ୟ L1 ଉଡାଣ ଭରିଛି । ସୂର୍ଯ୍ୟାଭିମୁଖୀ ହୋଇଛି ଆଦିତ୍ୟ L1 । ଆଜି ପୂର୍ବାହ୍ନ 11.50ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି ।

Aditya L1 Mission
Aditya L1 Mission

ସୂର୍ଯ୍ୟ ଅଭିମୁଖେ ଆଦିତ୍ୟ L1: ସେପ୍ଟମ୍ବର 2 ତାରିଖ ପୂର୍ବାହ୍ନ 11ଟା 50 ମିନିଟ ସମୟ । ପିଏସଏଲଭି ସି57 ରକେଟ ଜରିଆରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସେଣ୍ଟରରୁ ଉତକ୍ଷେପଣ ହୋଇଛି ଆଦିତ୍ୟ L1 । ସୂର୍ଯ୍ୟ ମିଶନକୁ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିବ । ସୂର୍ଯ୍ୟ ଉପରେ ଅଧ୍ୟୟନ କରିବାରେ ଏହା ପ୍ରଥମ ମିଶନ ଅଟେ । ଏହି ମିଶନକୁ ସଫଳ କରିବା ପାଇଁ ଇସ୍ରୋର ମୁଖ୍ୟଙ୍କ ସହିତ ସମସ୍ତ ବୈଜ୍ଞାନିକମାନେ ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ବେଳେ ଭଗବାନଙ୍କ ଆଶୀର୍ବାଦ ଏବଂ ଇସ୍ରୋ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ଯୋଗୁଁ ତାହା ସଫଳ ହୋଇପାରିଛି । ଚନ୍ଦ୍ର ପରେ ସୂର୍ଯ୍ୟଙ୍କର ରହସ୍ୟ ଭେଦିବ ଭାରତ।

ଏହା ମଧ୍ୟ ପଢନ୍ତୁ: ଚନ୍ଦ୍ରଯାନ-3ରୁ ମିଳିଥିବା ପ୍ରେରଣା ଆଦିତ୍ୟ L1 ପାଇଁ ଆମକୁ ଶକ୍ତି ଯୋଗାଇଛି: ନିଗାର ସାଜି

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ 125 ଦିନ: ଆଜି ଆଦିତ୍ୟ L1ର ସଫଳ ଉତକ୍ଷେପଣ ହୋଇଥିବା ବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ 125 ଦିନ ଲାଗିବ ବୋଲି ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି । ସୌରଜଗତର ସବିଶେଷ ତଥ୍ୟ ହାସଲ କରିବା ପାଇଁ ଆଦିତ୍ୟ L1କୁ ବିକଶିତ କରାଯାଇଛି । ଏହି ଯାନ ପ୍ରାୟ ୪ ମାସ ପରେ ମହାକାଶର L1 ବା ଲାଗ୍ରାଞ୍ଜ ପଏଣ୍ଟ-1ରେ ପହଞ୍ଚିବ । L1 କକ୍ଷପଥରୁ ସୂର୍ଯ୍ୟଙ୍କ ବାହ୍ୟସ୍ତର (କରୋନା) ଓ କ୍ରୋମୋସଫିର ଉପରେ ଅଧ୍ୟୟନ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

କହିରଖୁଛୁ କି ସୌରଜଗତରେ ଝଡ ହୋଇଥାଏ । ଏହାକୁ କୋରୋନାଲ ମାସ ଇଜେକ୍ସନ(ସିଏମଇ) ମଧ୍ୟ କୁହାଯାଏ । ଆଦିତ୍ୟ ଏଲ1ରେ ମୋଟ 7ଟି ପୋଲାଡ ରହିଛି । ସୂର୍ଯ୍ୟର ବିଭିନ୍ନ ଦିଗରେ ତଥ୍ୟ ସଂଗ୍ରହ କରିବା ପାଇଁ ପୋଲାଡ କାର୍ଯ୍ୟ କରିବ । ସୂର୍ଯ୍ୟଙ୍କର ଫଟୋସ୍ପିୟର, କ୍ରୋମସ୍ପିଅର ଓ ବାହ୍ୟସ୍ତର କରୋନାର ଅନୁଧ୍ୟାନ ସହିତ ସୌରଝଡ, ଚୁମ୍ବକୀୟ କ୍ଷେତ୍ର, ପ୍ଲାଜମା ସମ୍ପର୍କରେ ତଥ୍ୟ ହାସଲ କରିବ । ଲାଗ୍ରାଞ୍ଜିଆନ ପଏଣ୍ଟ-୧ରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟତଃ ସମାନ । ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପତି ହେଲେ ସେହି ସ୍ଥାନରେ କାର୍ଯ୍ୟକ୍ଷମ ହେବ । ସେହି ସ୍ଥାନରେ ଗ୍ରହଣର ପ୍ରଭାବ ପଡୁନଥିବାରୁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା କରାଯାଇ ପାରିବ । ଏହି ସୌରଯାନ ଆଦିତ୍ୟ L1 ସମ୍ପୁର୍ଣ୍ଣରୂପେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହି ଯାନରେ ରହିଥିବା 7ଟି ପେଲୋଡରୁ 4ଟି ସୂର୍ଯ୍ୟ ଉପରେ ଗବେଷଣା କରିବାକୁ ଥିବା ବେଳେ ଆଉ 3ଟି ଲାଗ୍ରାଞ୍ଜ ପଏଣ୍ଟ 1 ଉପରେ ନିରୀକ୍ଷଣ କରିବ ବୋଲି ସୂଚନା ରହିଛି ।

ରହିଛି ଦୁଇଟି ଜଟିଳ ପ୍ରକ୍ରିୟା: ତେବେ ଭାରତର ସୌର ମିଶନରେ ଜଟିଳ ପ୍ରକ୍ରିୟା ରହିଛି । ପ୍ରଥମତଃ ଆଦିତ୍ୟ L1କୁ ପୃଥିବୀର ସ୍ପିଅର ଅଫ ଇନଫ୍ଲୁଏନ୍ସରୁ ବାହାର କରିବା ଏବଂ ଦ୍ବିତୀୟରେ ଏହାକୁ ଅର୍ବିଟର ଅଲ-1ରେ ଅବସ୍ଥାପିତ କରିବା । ସୂର୍ଯ୍ୟଙ୍କର ନିଜର ମାଧ୍ୟାକର୍ଷଣ ଶକ୍ତି ରହିଥିବାରୁ ତେଣୁ ବେଗକୁ ନିୟନ୍ତ୍ରଣ କରାନଗଲେ ଏହା ସୂର୍ଯ୍ୟଙ୍କର ନିକଟକୁ ଯାଇ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 2, 2023, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.