ହାଇଦ୍ରାବାଦ: ଚନ୍ଦ୍ର ପରେ ଭାରତର ନଜର ଏବେ ସୂର୍ଯ୍ୟ ଉପରେ । ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ ପରେ ବର୍ତ୍ତମାନ ଏହା ସଫଳତା ଦିଗରେ ଆଗେଇ ଚାଲିଛି । ଏହାରି ଭିତରେ ଏବେ ସୂର୍ଯ୍ୟ ମିଶନ ପାଇଁ ଅଣ୍ଟା ଭିଡିଛି ଇସ୍ରୋ । ସୂର୍ଯ୍ୟଙ୍କର ଗବେଷଣା ପାଇଁ ପଠାଯିବାକୁ ଥିବା ସାଟେଲାଇଟ୍ର ମଧ୍ୟ ଫଟୋ ଜାରି କରିଛି ଇସ୍ରୋ ।
ଚନ୍ଦ୍ର ପରେ ସୂର୍ଯ୍ୟଙ୍କ ଆଡ଼କୁ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ଇସ୍ରୋ । ସୂର୍ଯ୍ୟଙ୍କ ଗବେଷଣା ପାଇଁ ଆଦିତ୍ୟ ଏଲ-1 ସାଟେଲାଇଟ ଉତକ୍ଷେପଣ କରାଯିବ ବୋଲି ସୂଚନା ଦିଆଯାଇଛି । ଏହାରି ଭିତରେ ଆଦିତ୍ୟ ଏଲ-1 ସାଟେଲାଇଟ୍ ଶ୍ରୀହରିକୋଟାରେ ପହଞ୍ଚି ସାରିଛି । ବର୍ତ୍ତମାନ ଏହି ସାଟେଲାଇଟ୍କୁ ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ରଖାଯାଇଛି । ବର୍ତ୍ତମାନ ଏଥିରେ ରକେଟ ସଂଯୋଗ କରିବାର କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଖୁବଶୀଘ୍ର ଲଞ୍ଚ ତାରିଖ ଘୋଷଣା ହୋଇପାରେ । ଦେଶବାସୀ ଆଦିତ୍ୟ- L1କୁ ସୂର୍ଯ୍ୟଯାନ ବୋଲି ମଧ୍ୟ କହୁଛନ୍ତି ।
ଆଦିତ୍ୟ- L1 ହେଉଛି ଭାରତର ପ୍ରଥମ ସୋଲର ମିଶନ । ଏହି ମିଶନ୍ ସହିତ ଜଡିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପେଲୋଡ୍ସ ହେଉଛି ଭିଜିବଲ୍ ଲାଇନ୍ ଏମିସନ୍ କରୋନାଗ୍ରାଫ୍ (VELC) । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏକ୍ସଟ୍ରୋଫିଜ୍କିସ ଦ୍ୱାରା ଏହାକୁ ତିଆରି କରାଯାଇଛି । ଭାରତୀୟ ସୂର୍ଯ୍ୟାଯାନରେ ସାତୋଟି ପେଲୋଡ୍ସ ରହିଛି । ସେଥିମଧ୍ୟରୁ ISRO ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଦ୍ୱାରା 6ଟି ପେଲୋଡ ତିଆରି କରାଯାଇଛି।
ଆଦିତ୍ୟ- L1 ମହାକାଶଯାନକୁ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ L1 କକ୍ଷପଥରେ ରଖାଯିବ। ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଲାଗ୍ରାଞ୍ଜ ପଏଣ୍ଟ 1ରେ ଏହି ମହାକାଶଯାନକୁ ସ୍ଥାପନ କରାଯିବ। ଲେରୋଜିୟନ ପଏଣ୍ଟ ପ୍ରକୃତରେ ସ୍ପେସର ପାର୍କିଂ ସ୍ପେସ୍ । ଯେଉଁଠାରେ ଅନେକ ଉପଗ୍ରହକୁ ସ୍ଥାପିତ କରାଯାଇଛି । ପୃଥିବୀଠାରୁ ପ୍ରାୟ 15 ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସ୍ଥାନରେ ରଖାଯିବ । ଏହି ସ୍ଥାନରୁ ସୂର୍ଯ୍ୟର ଅଧ୍ୟୟନ କରିବ ଆଦିତ୍ୟ- L1 ।
ସୂର୍ଯ୍ୟଙ୍କର HD ଫଟୋ ଉଠାଇବ VELC: ସୂର୍ଯ୍ୟଯାନରେ ସ୍ଥାପିତ VELC ସୂର୍ଯ୍ୟଙ୍କ HD ଫଟୋ ଉଠାଇବ। ଏହି ମହାକାଶଯାନ PSLV ରକେଟରୁ ଉତକ୍ଷେପଣ କରାଯିବ। VELC ପେଲୋଡର ମୁଖ୍ୟ ଅନୁସନ୍ଧାନକାରୀ ରାଘବେନ୍ଦ୍ର ପ୍ରସାଦ କହିଛନ୍ତି ଯେ, ଏହି ପେଲୋଡରେ ସ୍ଥାପିତ କ୍ୟାମେରା ସୂର୍ଯ୍ୟଙ୍କର ହାଇ ରେଜୋଲୁସନ୍ ଫଟୋ ଉଠାଇବ। ଏହା ସହିତ ସ୍ପେକ୍ଟ୍ରୋସ୍କୋପି ଏବଂ ପୋଲୋରିମେଟ୍ରି ମଧ୍ୟ କରାଯିବ।
ଇସ୍ରୋ ଅଧ୍ୟକ୍ଷଙ୍କ କହିବା ଅନୁସାରେ, ଭାରତର ଆଦିତ୍ୟ ଏଲ-1 ସୂର୍ଯ୍ୟର ରଶ୍ମି ସହିତ ସୌର ଝଡ଼ ଉପରେ ନଜର ରଖିବ । ପୃଥିବୀରେ ସୌର ବିଦ୍ୟୁତ ଚୁମ୍ବକୀୟ ପ୍ରଭାବର ବିପଦ ଉପରେ ନଜର ରଖିପାରିବ । ଏହାଦ୍ବାରା ସୌର ଗତିବିଧି ସହ ପାଣିପାଗର ପ୍ରଭାବ ମଧ୍ୟ ଜାଣି ହେବ ।
ଏହା ମଧ୍ୟ ପଢନ୍ତୁ: Chandrayaan 3: ସଫ୍ଟ ଲ୍ୟାଣ୍ଡିଂକୁ ନେଇ ଏହା କହିଲେ ଇସ୍ରୋ ମୁଖ୍ୟ
ଆଦିତ୍ୟ- L1 ରହିଛି ଏହି ମହତ୍ବପୂର୍ଣ୍ଣ ପୋଲୋଡ୍ସ;
- ସୋଲାର ଅଲଟ୍ରାଭାୟୋଲେଟ୍ ଇମେଜିଙ୍ଗ୍ ଟେଲିସ୍କୋପ୍ (SUIT): ସୂର୍ଯ୍ୟଙ୍କର ଫଟୋସ୍ପେୟର ଏବଂ କ୍ରୋମୋସଫିର୍ ଇମେଜିଙ୍ଗ୍ କରିବ।
- ସୋଲାର ଲୋ ଏନର୍ଜି ଏକ୍ସ-ରେ ସ୍ପେକ୍ଟ୍ରୋମିଟର (SoLEXS): ସୂର୍ଯ୍ୟକୁ ତାରା ମଣି ସେଠାରୁ ବାହାରୁଥିବା ସ୍ପଟ୍ ଏକ୍ସ୍-ରେ କିରଣର ଅନୁଧ୍ୟାନ କରିବ।
- ହାଇ ଏନର୍ଜି L1 ଅର୍ବିଟିଂ ଏକ୍ସ-ରେ ସ୍ପେକ୍ଟ୍ରୋମିଟର (HEL1OS): ଏହା ଏକ ହାଇ ଏକ୍ସ-ରେ ସ୍ପେକ୍ଟ୍ରୋମିଟର। ଏହା ହାର୍ଡ ଏକ୍ସ-ରେ କିରଣର ଅଧ୍ୟୟନ କରିବ।
- ଆଦିତ୍ୟ ସୋଲର ଓ୍ବିଣ୍ଡ ପାର୍ଟିକଲ ଏକ୍ସପେରିମେଣ୍ଟ (ASPEX): ଏହା ସୂର୍ଯ୍ୟଙ୍କ ପବନ, ପ୍ରୋଟନ୍ସ ଏବଂ ଭାରୀ ଆୟନ ଏବଂ ସେମାନଙ୍କର ଦିଗ ଅଧ୍ୟୟନ କରିବ।
- ପ୍ଲାଜା ଆନାଲିଜର୍ ପ୍ୟାକେଜ୍ ଫର ଆଦିତ୍ୟ(PAPA): ଏହା ସୂର୍ଯ୍ୟର ପବନରେ ଉପସ୍ଥିତ ଇଲେକ୍ଟ୍ରନ୍ ଏବଂ ଭାରୀ ଆୟନର ଦିଗ ଏବଂ ଦିଗ ଅଧ୍ୟୟନ କରିବ ।
ଏପର୍ଯ୍ୟନ୍ତ ଆମେରିକା, ଜର୍ମାନୀ, ୟୁରୋପୀୟ ସ୍ପେସ୍ ଏଜେନ୍ସି ସୂର୍ଯ୍ୟ ପାଖକୁ ମୋଟ 22ଟି ମିଶନ ପଠାଇଛନ୍ତି । ଏଥିମଧ୍ୟରୁ କେବଳ ଗୋଟିଏ ମିଶନ ବିଫଳ ହୋଇଛି । ଗୋଟିଏ ମିଶନ ଆଂଶିକ ସଫଳତା ହାସଲ କରିଥିଲା । ନାସା ସର୍ବାଧିକ ମିଶନ ପଠାଇଛି । ନାସା 1960 ମସିହାରେ ପ୍ରଥମ ସୂର୍ଯ୍ୟ ମିଶନ Pioneer-5 ଉତକ୍ଷେପଣ କରିଥିଲା । ନାସା ସହ ମିଳିତ ଭାବରେ 1974 ରେ ଜର୍ମାନୀ ଏହାର ପ୍ରଥମ ସୂର୍ଯ୍ୟ ମିଶନ ପଠାଇଥିଲା । ୟୁରୋପୀୟ ସ୍ପେସ୍ ଏଜେନ୍ସି 1994ରେ ନାସା ସହଯୋଗରେ ଏହାର ପ୍ରଥମ ମିଶନ୍ ପଠାଇଥିବା ସୂଚନା ରହିଛି ।