ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସଫଳତା ବିଶ୍ବବିଦିତ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଇ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ କୀର୍ତ୍ତିମାନ ସ୍ଥାପନ କରିଥିଲା ଭାରତ । ତେବେ ଇସ୍ରୋର ଏହି ଐତିହାସିକ ସଫଳତା ପାଇଁ ସମସ୍ତ ଦେଶରୁ ଶୁଭେଚ୍ଛା ଛୁଟିଥିବା ବେଳେ ଗତକାଲି(ବୁଧବାର) ISRO ମିଳିଲା ଲିଫ ଏରିକସନ ଲୁନାର ପୁରସ୍କାର । ଚନ୍ଦ୍ରଯାନର ସଫଳତା ପାଇଁ ଲିଫ ଏରିକସନ ଲୁନାର ପୁରସ୍କାରରେ ସମ୍ମାନିତ କରାଯାଇଛି । ଚନ୍ଦ୍ରଅଭିଯାନକୁ ଆଗକୁ ବଢାଇବା ଅର୍ଥାତ ଚନ୍ଦ୍ରଯାନ-3 ଦ୍ବାରା ମହାକାଶୀୟ ରହସ୍ୟକୁ ଲୋକଲୋଚନକୁ ଆଣିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଇସ୍ରୋକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତେବେ ରାଷ୍ଟ୍ରଦୂତ ବାଲାଶୁଭ୍ରମନ୍ୟମ ଶ୍ୟାମ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
-
Congratulations @isro for the 2023 Leif Erikson Lunar Prize.
— Dr. S. Jaishankar (@DrSJaishankar) December 20, 2023 " class="align-text-top noRightClick twitterSection" data="
Chandrayaan brings more laurels to the nation. https://t.co/o2DrR7VpNU
">Congratulations @isro for the 2023 Leif Erikson Lunar Prize.
— Dr. S. Jaishankar (@DrSJaishankar) December 20, 2023
Chandrayaan brings more laurels to the nation. https://t.co/o2DrR7VpNUCongratulations @isro for the 2023 Leif Erikson Lunar Prize.
— Dr. S. Jaishankar (@DrSJaishankar) December 20, 2023
Chandrayaan brings more laurels to the nation. https://t.co/o2DrR7VpNU
ବୈଦେଶିକ ମନ୍ତ୍ରୀଙ୍କ ଶୁଭେଚ୍ଛା: ଏହି ପୁରସ୍କାର ଘୋଷଣା ହେବା ପରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ମଧ୍ୟ ଖୁସୀ ବ୍ୟକ୍ତ କରିବା ସହିତ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ଲିଫ ଏରିକସନ ଲୁନାର ପୁରସ୍କାର ପାଇଁ ବଧେଇ ଦେଇଛନ୍ତି । ଚନ୍ଦ୍ରଯାନ-3 ଦେଶର ପ୍ରତିଷ୍ଠାକୁ ଆହୁରି ଆଗକୁ ବଢ଼ାଇବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ । ଲିଫ ଏରିକସନକୁ ଖ୍ରୀଷ୍ଟୋଫର୍ କଲମ୍ବସରୁ 400 ବର୍ଷ ପୂର୍ବେ ଆମେରିକୀୟ ମାଳଦ୍ୱୀପରେ ପହଞ୍ଚିଥିବା ପ୍ରଥମ ୟୁରୋପୀୟ ବୋଲି ବିବେଚନା କରାଯାଏ । ଏହି ବର୍ଷିକ ପୁରସ୍କାର ତାଙ୍କ ନାମରେ ହିଁ ପ୍ରଦାନ କରାଯାଇଥାଏ ।
-
Leif Erikson Lunar Prize has been awarded by Husavik Museum for @ISRO's indomitable spirit in advancing lunar exploration & contributing to understanding celestial mysteries #Chandrayaan3
— India in Iceland (@indembiceland) December 19, 2023 " class="align-text-top noRightClick twitterSection" data="
ISRO Chairman Mr S.Somanath sent a message; Amb Mr Shyam received the prize on ISRO's behalf pic.twitter.com/0l8LjJj7SF
">Leif Erikson Lunar Prize has been awarded by Husavik Museum for @ISRO's indomitable spirit in advancing lunar exploration & contributing to understanding celestial mysteries #Chandrayaan3
— India in Iceland (@indembiceland) December 19, 2023
ISRO Chairman Mr S.Somanath sent a message; Amb Mr Shyam received the prize on ISRO's behalf pic.twitter.com/0l8LjJj7SFLeif Erikson Lunar Prize has been awarded by Husavik Museum for @ISRO's indomitable spirit in advancing lunar exploration & contributing to understanding celestial mysteries #Chandrayaan3
— India in Iceland (@indembiceland) December 19, 2023
ISRO Chairman Mr S.Somanath sent a message; Amb Mr Shyam received the prize on ISRO's behalf pic.twitter.com/0l8LjJj7SF
ଏହା ମଧ୍ୟ ପଢନ୍ତୁ: ଏଲ-1 ପଏଣ୍ଟରେ କେବେ ପହଞ୍ଚିବ ଆଦିତ୍ୟ ଏଲ-1 ? ଏଭଳି କହିଲେ ମନ୍ତ୍ରୀ ଜିତେନ୍ଦ୍ର ସିଂ
ଚନ୍ଦ୍ରଯାନ-3ର ସଫଳ ଯାତ୍ରା:
- ଅଗଷ୍ଟ 23 ତାରିଖରେ ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ପରିଗଣିତ ହୋଇଥିଲା । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଆମେରିକା, ଋଷ, ଚୀନ ପରେ ଭାରତ ଚତୁର୍ଥ ଦେଶ ହୋଇଥିଲା ।
- ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ବିଭିନ୍ନ ପରୀକ୍ଷଣ ମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ ।
- ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ପରେ ପ୍ରପୋଲ୍ୟୁସନ ମୋଡେଲ ଚନ୍ଦ୍ରକୁ ପରିକ୍ରମା କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇଥିଲା । ଏହାକୁ ପୃଥିବୀର କକ୍ଷପଥକୁ ଫେରାଇ ଆଣିବା ପାଇଁ ଅନେକ ପରୀକ୍ଷଣ ମଧ୍ୟ କରାଯାଇଥିଲା ।
- ଚନ୍ଦ୍ର ମିଶନରେ ଭାରତ ଐତିହାସକିତ ସଫଳତା ହାସଲ କରିବା ପରେ ସେପ୍ଟେମ୍ବର 2 ତାରିଖରେ ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଆଗକୁ ବଢିଥିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ସୌରମିଶନ ଆଦିତ୍ୟ ଏଲ-1କୁ ଉତକ୍ଷେପଣ କରାଯାଇଥିଲା । ତେବେ ଏହା ଆସନ୍ତା ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଏଲ-1 ପଏଣ୍ଟରେ ପହଞ୍ଚି ପାରେ ବୋଲି ଆଶା କରାଯାଉଛି ।