ETV Bharat / science-and-technology

International Day for Biodiversity 2023: ପ୍ରକୃତି ପାଇଁ ଆମ କର୍ତ୍ତବ୍ୟକୁ ବୁଝିବା ପାଇଁ ଦିନଟିଏ - ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସର ମହତ୍ତ୍ବ

ପ୍ରତିବର୍ଷ ମେ’ ମାସ 22 ତାରିଖରେ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଇଥାଏ । ପ୍ରକୃତି ପାଇଁ ଆମ କର୍ତ୍ତବ୍ୟକୁ ବୁଝିବା ସହ ଜୈବିକ ସମ୍ବଳର ସୁରକ୍ଷାକୁ ନେଇ ସୁରକ୍ଷାବାର୍ତ୍ତା ଦେବା ପାଇଁ ଏହି ଦିନଟିଏ । ଅଧିକ ପଢନ୍ତୁ

International Day for Biodiversity
International Day for Biodiversity
author img

By

Published : May 22, 2023, 1:13 PM IST

ହାଇଦ୍ରାବାଦ: ମନୁଷ୍ୟ ଏବଂ ପ୍ରକୃତି.. ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତି କ୍ଷେତ୍ରରେ ପ୍ରକୃତି ମନୁଷ୍ୟ ଉପରେ ଏବଂ ମନୁଷ୍ୟ ପ୍ରକୃତି ଉପରେ ନିର୍ଭରଶୀଳ । ତେଣୁ ମନୁଷ୍ୟକୁ ପ୍ରକୃତି ପାଇଁ କିଛି ସମୟ ବାହାର କରିବା ଆବଶ୍ୟକ । ଯୁଗ ଯୁଗରୁ ମାନବ ସମାଜର ଜୀବନ ପ୍ରଣାଳୀ ଚଳାଉଥିବା ପ୍ରକୃତିକୁ ଆଜିକା ଦିନରେ ଅଣଦେଖା କରାଯାଉଛି । ଏଭଳି ପରିସ୍ଥିତିରେ ମେ 22 ତାରିଖକୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଉଛି । ଆମେ ପ୍ରକୃତି ବିନା ତୁଚ୍ଛ ବୋଲି ଭାବିବା ଦରକାର । ଏହାସହ ଆଜିର ଦିନରେ ବିଶ୍ବସ୍ତରରେ ପରିବେଶକୁ ରକ୍ଷା କରୁଥିବା ଜୈବିକ ସମ୍ବଳର ସୁରକ୍ଷାକୁ ନେଇ ସଚେତନତା ବାର୍ତ୍ତା ବଣ୍ଟାଯାଇଥାଏ ।

ଆଜିକା ଦୁନିଆରେ ଅନେକ ଲୋକ ଭାବୁନାହାନ୍ତି ଯେ, ଆମେ ଯେଉଁ ନିଶ୍ବାସ ନେଉଛୁ, ଯେଉଁଥିରୁ ଇନ୍ଧନ ପ୍ରସ୍ତୁତ ହୁଏ ଏବଂ ଯେଉଁ ଔଷଧକୁ ବ୍ୟବହାର କରି ଲୋକେ ଆରୋଗ୍ୟ ଲାଭ କରୁଛନ୍ତି ସେ ସବୁ କେଉଁଠାରୁ ପାଇଥାଉ ? ସାଧାରଣତଃ ଜୈବ ବିବିଧତାକୁ ବୁଝିବା ପାଇଁ ଗଛ ଲତା, ପଶୁ ପକ୍ଷୀ ଓ ମାଇକ୍ରୋ ଅର୍ଗାନିଜମର ସହାୟତା ନେବାକୁ ହୁଏ । ମନୁଷ୍ୟ ପ୍ରକୃତି ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ ହୋଇଥିବା ବେଳେ ମନୁଷ୍ୟ ପ୍ରତିଦିନ ଏମିତି କିଛି କାର୍ଯ୍ୟ କରିଥାଏ, ଯାହାକି ପରିବେଶକୁ ସମସ୍ତ ଦିଗରୁ ନଷ୍ଟ କରିଥାଏ ।

ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ବାସସ୍ଥାନ ନଷ୍ଟ ହେବା, ପ୍ରଦୂଷଣ ବୃଦ୍ଧି ଏବଂ ଜଳବାୟୁ ସଙ୍କଟ ଯୋଗୁଁ ପ୍ରାୟ ଏକ ଲକ୍ଷ ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା ରହିଛି । ପ୍ରକୃତି ବିରୋଧରେ ଚାଲିଥିବା ଏହି ଯୁଦ୍ଧକୁ ଯଥାଶୀଘ୍ର ଶେଷ କରିବାକୁ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସର ଇତିହାସ: 1993 ମସିହାରେ ମିଳିତ ଜାତିସଂଘର ସାଧାରଣ ସଭାର ଦ୍ୱିତୀୟ କମିଟି ବୈଠକ ପରଠୁ ପ୍ରତିବର୍ଷ ମେ 22 ତାରିଖକୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି । ଜୈବ ବିବିଧତାର ଗୁରୁତ୍ବ ଏବଂ ଏହାର ସୁରକ୍ଷାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସକୁ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରାୟ 3 ବିଲିୟନ ଲୋକଙ୍କୁ ମାଛ ଦ୍ବାରା 20 ପ୍ରତିଶତ ପ୍ରୋଟିନ ମିଳୁଥିବା ବେଳେ ଗଛ ଓ ସବୁଜିମା ଦ୍ବାରା 80 ପ୍ରତିଶତ ପ୍ରୋଟିନ ମିଳିଥାଏ । ସେହିପରି ବିକଶିତ ରାଷ୍ଟ୍ରର ଗ୍ରାମୀଣ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ପାରମ୍ପରିକ ବୃକ୍ଷ ଔଷଧୀ ଏବେ ବି ସାଧାରଣ ସ୍ବାସ୍ଥ୍ୟସେବାର ମାଧ୍ୟମ ।

ଚଳିତ ବର୍ଷର ଥିମ: ପ୍ରତିବର୍ଷ ଏକ ଥିମ ସହ ଏହି ଦିନ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏବର୍ଷର ଥିମ ରହିଛି, "ଚୁକ୍ତିନାମାଠାରୁ କାର୍ଯ୍ୟ ଏବଂ ଜୈବବିବିଧତା ଗଠନ କରିବା"। ଅର୍ଥାତ ପ୍ରକୃତିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଶୃତି ନେଇ କାର୍ଯ୍ୟ କରିବା । ଏହି ବିଷୟ ଅକ୍ଟୋବର 2022ରେ ଚୀନର କୁନମିଂରେ ଅନୁଷ୍ଠିତ ହୋଇଥିବା ଜୈବ ବିବିଧତା(Cop15)ର 15ତମ ସମ୍ମିଳନୀର ନିଷ୍ପତ୍ତି ଉପରେ ଆଧାରିତ ।

ଜୈବ ବିବିଧତା ହେଉଛି ପୃଥିବୀର ଉପରେ ଜୀବନର ବିବିଧତା । ଯେଉଁଥିରେ ସମସ୍ତ ଉଦ୍ଭିଦ, ପ୍ରାଣୀ, କବକ ଏବଂ ଅଣୁଜୀବ ସାମିଲ ରହିଛନ୍ତି । ଏହା ମାନବ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଆବଶ୍ୟକ ରହିଛି । ଜୈବ ବିବିଧତା ଜଳବାୟୁକୁ ନିୟନ୍ତ୍ରଣ କରିବାରେ ଏବଂ ଆମକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରେ ।

ଗଛକାଟି ବାସସ୍ଥାନ ତିଆରି କରିବା, ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜୈବ ବିବିଧତା ବିପଦରେ ରହିଛି। ବିଗତ 50 ବର୍ଷ ମଧ୍ୟରେ ପ୍ରାୟ 60% ଜଙ୍ଗଲ ନଷ୍ଟ ହୋଇଛି। ଯଦି ସମୟ ଅନୁସାରେ ଜୈବ ବିବିଧତାର ସୁରକ୍ଷା ପାଇଁ କାର୍ଯ୍ୟ କରୁନାହୁଁ, ତେବେ ଆମେ ନିର୍ଭର କରୁଥିବା ଅନେକ ଉଦ୍ଭିଦ ଏବଂ ପ୍ରାଣୀ ଅସବୁଧାର ସମ୍ମୁଖୀନ ହେବା ନେଇ ଆଶଙ୍କା ସୃଷ୍ଟି ହେଉଛି। ଭବିଷ୍ୟତରେ ପାଇଁ ଏହା ଏକ ବଡ ବିପଦ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସର ମହତ୍ତ୍ବ: ପୃଥିବୀରେ ସମସ୍ତ ଜୀବନର ଅସ୍ତିତ୍ୱ ଜୈବ ବିବିଧତା ଉପରେ ନିର୍ଭର କରେ । ମନୁଷ୍ୟର ଅସ୍ତିତ୍ୱ ପାଇଁ ଖାଦ୍ୟ, ଜଳ ଏବଂ ଅନ୍ୟାନ୍ୟ ମୌଳିକ ଜିନିଷ କେବଳ ପ୍ରକୃତି ଦ୍ୱାରା ସମ୍ଭବ ହୋଇଥାଏ । ସେଥିପାଇଁ ଲୋକଙ୍କୁ ଜୈବ ବିବିଧତାର ଗୁରୁତ୍ବ ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି । ଏହି ଦିନର ଉଦ୍ଦେଶ୍ୟ ହେଉଛି ପରିବେଶର ସୁରକ୍ଷା ପାଇଁ ଲୋକଙ୍କୁ ଏକଜୁଟ କରି କାମ କରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.