ସାନ ଫ୍ରାନ୍ସିସ୍କୋ: ରିପୋଷ୍ଟ ଫିଚର୍ସ ଆଣିବାକୁ ଯାଉଛି ଇନଷ୍ଟାଗ୍ରାମ(Instagram New Features) । ମେଟା ମାଲିକାନା ଫଟୋ ଏବଂ ଭିଡିଓ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ନିଶ୍ଚିତ କରିଛି ଯେ, ଖୁବଶୀଘ୍ର କମ୍ପାନୀ ବ୍ୟବହାରକାରୀଙ୍କ ପାଇଁ ରିପୋଷ୍ଟ ଅପ୍ସନ ଆଣିବ, ଯେଉଁଥିରେ ଜଣେ ୟୁଜର୍ସ ଅନ୍ୟ ଜଣେ ୟୁଜର୍ସଙ୍କ ପୋଷ୍ଟଗୁଡିକୁ ରିପୋଷ୍ଟ କରିପାରିବେ । ଯଦିଓ କମ୍ପାନୀ ଏପର୍ଯ୍ୟନ୍ତ ରିପୋଷ୍ଟ ଫିଚର୍ସ(Repost Features) ଉପଲବ୍ଧ କରିନାହିଁ, ତଥାପି ଏହା ଖୁବଶୀଘ୍ର ନିର୍ଦ୍ଦିଷ୍ଟ ବ୍ୟବହାରକାରୀ(select users)ଙ୍କ ପାଇଁ ଉପଲବ୍ଧ କରିବାକୁ ଯୋଜନା କରୁଛି ବୋଲି ଟେକ୍ କ୍ରଞ୍ଚ ରିପୋର୍ଟ କରିଛି ।
ଆମେ ଫିଡରେ ପୋଷ୍ଟଗୁଡିକ ପୁନଃ ପୋଷ୍ଟ(Reshare) କରିବାର କ୍ଷମତା ଅନୁସନ୍ଧାନ କରୁଛୁ, ସେହିପରି ଷ୍ଟୋରୀରେ ମଧ୍ୟ ଏହି ଫିଚର୍ସ ଆଣିବାକୁ ଯୋଜନା ଚାଲିଛି । ଫଳରେ ବ୍ୟବହାରକାରୀ ସେମାନଙ୍କ ସହ ଲିଙ୍କ୍ ଥିବା ପୋଷ୍ଟ କରିପାରିବା ସହ ମୂଳ ପୋଷ୍ଟ କରିଥିବା ୟୁଜର୍ସ ମଧ୍ୟ କ୍ରେଡିଟ ପାଇପାରିବେ ବୋଲି ମେଟା ମୁଖପାତ୍ର କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- Instagram Restriction, Teen Usersଙ୍କ ଆକାଉଣ୍ଟରେ ଲାଗିବ ଏହି ପ୍ରତିବନ୍ଧକ
ମୁଖପାତ୍ର କହିଛନ୍ତି ଯେ, "ଆମେ ଅଳ୍ପ ସଂଖ୍ୟକ ଲୋକଙ୍କ ସହ ଏହାକୁ ଶୀଘ୍ର ପରୀକ୍ଷା କରିବାକୁ ଯୋଜନା କରୁଛୁ । ଏହି ନୂତନ ଫିଚର୍ସ ପ୍ରଥମେ ସୋସିଆଲ ମିଡିଆ ପରାମର୍ଶଦାତା ମ୍ୟାଟ ନାଭାରାଙ୍କ ଦ୍ୱାରା ଦେଖିବାକୁ ମିଳିଥିଲା, ଯିଏ ଏକ ସ୍କ୍ରିନସଟ ପୋଷ୍ଟ କରିଥିଲେ ଯାହା ଏକ ରିପୋଷ୍ଟ ଟ୍ୟାବ ପ୍ରଦର୍ଶନ କରିଥାଏ । ଟ୍ୟାବ୍ ସମ୍ଭବତଃ ସମସ୍ତ ପୋଷ୍ଟଗୁଡିକର ହୋମ୍, ହେବ ଯାହା ଉପଭୋକ୍ତାମାନେ ସେମାନଙ୍କ ଆକାଉଣ୍ଟରେ ପୁନଃ ପୋଷ୍ଟ କରିଛନ୍ତି । ସ୍କ୍ରିନସଟ୍ ଅନୁଯାୟୀ, ପୋଷ୍ଟ, ରିଲ୍ ଏବଂ ଟ୍ୟାଗ୍ ହୋଇଥିବା ଫଟୋ ଟ୍ୟାବ ସହିତ ବ୍ୟବହାରକାରୀଙ୍କ ପ୍ରୋଫାଇଲରେ ରିପୋଷ୍ଟ ଟ୍ୟାବ୍ ଦେଖାଯିବ ।
ଇନଷ୍ଟାଗ୍ରାମ ଉପଭୋକ୍ତା ଯେଉଁମାନେ ପୋଷ୍ଟଗୁଡିକ ରିପୋଷ୍ଟ କରିବାକୁ ଚାହାଁନ୍ତି ସେମାନେ ତୃତୀୟ-ପକ୍ଷ ଆପ୍ ବ୍ୟବହାର କରି ଏପରି କରନ୍ତି, କାରଣ ବର୍ତ୍ତମାନ କୌଣସି ସିଧାସଳଖ ଫିଚର୍ସ ଉପଲବ୍ଧ ହୋଇନାହିଁ । ତେବେ ଗତ ମାସରେ, ଇନଷ୍ଟାଗ୍ରାମ ନୂଆ କିଶୋର ବ୍ୟବହାରକାରୀଙ୍କ ପାଇଁ ପ୍ଲାଟଫର୍ମରେ ଡିଫଲ୍ଟ ଭାବରେ ସମ୍ବେଦନଶୀଳ ବିଷୟବସ୍ତୁକୁ ସୀମିତ କରିବା ନେଇ ଫିଚର୍ସ ଆଣିଥିଲା, ଯେଉଁଥିରେ କିଶୋରମାନଙ୍କ ପାଇଁ ସମ୍ବେଦନଶୀଳ ବିଷୟବସ୍ତୁ ନିୟନ୍ତ୍ରଣରେ କେବଳ ଦୁଇଟି ବିକଳ୍ପ ଥିଲା-"Standard" ଏବଂ "Less"