ହାଇଦ୍ରାବାଦ: ଯକ୍ଷ୍ମା ଚିକିତ୍ସାରେ ଆସିବ କ୍ରାନ୍ତିକାରୀ ପରିବର୍ତ୍ତନ । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ(IISC)ର ବୈଜ୍ଞାନିକମାନେ ଯକ୍ଷ୍ମା ଚିକିତ୍ସାରେ ଏକ ଗୁରୁତ୍ବପୂର୍ଣ୍ଣ ଆବିଷ୍କାର କରିଛନ୍ତି । ଦୀର୍ଘ ସମୟ ଧରି ଶରୀରରେ ଏମଟିବି (ମାଇକୋବ୍ୟାକ୍ଟେରିୟମ ଟୁବରକ୍ୟୁଲୋସିସ) ବ୍ୟାକ୍ଟେରିଆ କିଭଳି ରହିଥାଏ, ତାହା ଜାଣିବା ପାଇଁ ଆଇଆଇଏସସିର ମାଇକ୍ରୋବାୟୋଲୋଜି ଆଣ୍ଡ ସେଲ ବାୟୋଲୋଜିର ବୈଜ୍ଞାନିକମାନେ ଏନେଇ ଗବେଷଣା ଆରମ୍ଭ କରିଥିଲେ । ତେବେ ଏହି ସମୟରେ ବୈଜ୍ଞାନିକମାନେ ଏକ ଜିନ ଚିହ୍ନଟ କରିଛନ୍ତି । ଏହି ଜିନ ହିଁ ଯକ୍ଷ୍ମା ବ୍ୟାକ୍ଟେରିଆକୁ ଶରୀରରେ ତିଷ୍ଠି ରହିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଅଧ୍ୟୟନଟି ସାଇନ୍ସ ଆଡଭାସେନ୍ସରେ ପ୍ରକାଶିତ ହୋଇଛି ।
ଆଇଆଇଏସସିର ମାଇକ୍ରୋବାୟୋଲୋଜି ଆଣ୍ଡ ସେଲ ବାୟୋଲୋଜିର ଆସୋସିଏଡ ପ୍ରଫେସର ଅମିତ ସିଂହଙ୍କ ନେତୃତ୍ବରେ ଏହି ଗବେଷଣା ଆରମ୍ଭ ହୋଇଥିବା ବେଳେ ଗବେଷକମାନେ ଆଇଆଇଏସସିର ସେଣ୍ଟର ଫର ଅନଫେକ୍ସିୟସ ଡିଜିଜ ରିସର୍ଚ୍ଚରେ ଥିବା ବାୟୋ ସେଫଲି ଲେବଲ-3 କେନ୍ଦ୍ରରେ ଏମଟିବି ଉପରେ ଅଧ୍ୟୟନ କରିଥିଲେ । ଏହି ଅଧ୍ୟୟନରେ ଆସୋସିଏଟ ପ୍ରଫେସରଙ୍କ ସହିତ ପିଏଚଡି ଛାତ୍ର ସାମିଲ ହୋଇଥିଲେ । ବୈଜ୍ଞାନିକଙ୍କ କହିବା ଅନୁସାରେ, ଏମଟିବିକୁ ପ୍ରତିହତ କରିବାର କ୍ଷମତା ଶରୀରର ପ୍ରତିରକ୍ଷା ପ୍ରଣାଳୀରେ ରହିଥାଏ । କିନ୍ତୁ କେତେକ କ୍ଷେତ୍ରରେ ଏହି ବ୍ୟାକ୍ଟେରିଆ ଫୁସଫୁସର ଏକ ଅଂଶରେ ଲୁଚି ରହିଯାଇଥାଏ । ସେହି ସ୍ଥାନକୁ କମ୍ ଅମ୍ଳଜାନ ପହଞ୍ଚୁଥିବା ବେଳେ ସେଠାରେ ରହି ତିଷ୍ଠିବାର ମାର୍ଗ ବିକଶିତ କରିଥାଆନ୍ତି । ସେହି ସ୍ଥାନକୁ ପ୍ରତିରକ୍ଷା ପ୍ରଣାଳୀ କିମ୍ବା ଯକ୍ଷ୍ମା ଔଷଧ ପହଞ୍ଚିପାରେ ନାହିଁ ।
ଏହା ମଧ୍ୟ ପଢନ୍ତୁ: TB Eradication: ଏହି ଉପାୟରେ କମ ହୋଇପାରିବ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା, କମିବ ମୃତ୍ୟୁ
ଲୌହ ଗନ୍ଧକ ସହିତ ଯକ୍ଷ୍ମା ବ୍ୟାକ୍ଟେରିଆକୁ ଅନୁଧ୍ୟାନ କରିଥିଲେ ବୈଜ୍ଞାନିକ । ଏହି ଲୌହ ଗନ୍ଧକ ଶ୍ବାସକ୍ରିୟା ଏବଂ ଶକ୍ତି ଉତ୍ପନ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଫୁସଫୁସର ଯେଉଁ ସ୍ଥାନକୁ କମ୍ ପରିମାଣରେ ଅମ୍ଳଜାନ ପହଞ୍ଚିଥାଏ ସେହି ସ୍ଥାନରେ ତିଷ୍ଠି ରହିବା ସହିତ ସଂକ୍ରମଣ ପ୍ରସାର କରିବାରେ ଯକ୍ଷ୍ମା ବ୍ୟାକ୍ଟେରିଆକୁ ସକ୍ଷମ କରିଥାଏ । ଏହା ଆଇଏସସିଏସ ନାମକ ଏକ ଜିନ ଦ୍ବାରା ନିୟନ୍ତ୍ରିତ ହୋଇଥାଏ ।
ଯକ୍ଷ୍ମା ବ୍ୟାକ୍ଟେରିଆ ଯେଉଁ ସମୟରେ ଅକ୍ସିଡେଟିଭ ରହିଥାଏ, ଏସୟୁ ଏଫଓପରନ୍ ନାମକ ଏକ ଜିନ ଲୌହ ଗନ୍ଧକ ସମୂହର ବୃଦ୍ଧି ପାଇଁ ସକ୍ରିୟ ହୋଇଥାଏ । ତେବେ ମୂଷାମାନଙ୍କ ଉପରେ ଏହି ପରୀକ୍ଷଣ କରାଯାଇଥିବା ବେଳେ ଆଇଏସସିଏସ ଜିନର ଅନୁପସ୍ଥିତି ମୂଷାମାନଙ୍କ ଠାରେ ଯକ୍ଷ୍ମା ରୋଗ ଗଭୀର ପ୍ରଭାବ ପକାଇଥାଏ । କାରଣ ଏସୟୁ ଏଫଓପରନ୍ ଜିନକୁ ଆଇଏସସିଏସ ଜିନ ନିୟନ୍ତ୍ରିତ କରିଥାଏ । ତେବେ ଯକ୍ଷ୍ମା ରୋଗରେ ମୃତ୍ୟୁ ହେଉଥିବା କାରଣ ମଧ୍ୟରୁ ଏହା ଏକ କାରଣ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।