ନୂଆଦିଲ୍ଲୀ: ପୁଣିଥରେ ଟ୍ବିଟର ମୁଖ୍ୟ ନିର୍ବାହୀ ଅଧିକରୀ ହୋଇପାରନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ବିଶ୍ବର ଅରବପତି ତଥା ସବୁଠୁ ଧନୀ ବ୍ୟକ୍ତି ଟେସଲା ମାଲିକ ଏଲନ ମସ୍କ ଟ୍ବିଟରକୁ ନିଜ ଅଧୀନକୁ ନେଇଯିବା ପରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । ଟ୍ବିଟରର ପୂର୍ବତନ ସିଇଓ ପରାଗ୍ ଅଗ୍ରୱାଲଙ୍କୁ ବିଦା କରିବା ସହ ଅନ୍ୟାନ୍ୟ କର୍ମଚାରୀଙ୍କ ଛଟେଇ ନେଇ ଯୋଜନା ରଖିଛନ୍ତି । ତେବେ ଏହାରି ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ଶ୍ରୀରାମ କ୍ରିଷ୍ଣନ୍, ଏଲନ ମସ୍କଙ୍କୁ ଟ୍ବିଟରର ନବୀକରଣ ଦିଗରେ ସହଯୋଗ କରୁଛନ୍ତି(Indian origin Sriram Krishnan advising Elon Musk) ।
ତେଣୁ ମସ୍କଙ୍କୁ ସହଯୋଗ କରୁଥିବା କ୍ରିଷ୍ଣନ୍ ଟ୍ବିଟର CEO(Chief executive officer) ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କହି ରଖୁଛୁ ଯେ, ଟ୍ବିଟର ପୂର୍ବତନ CEO ପରାଗ ଅଗ୍ରୱାଲ ମଧ୍ୟ ଜଣେ ଭାରତୀୟ ଥିଲେ । ମସ୍କ ଟ୍ବିଟରକୁ ନିଜ ଅଧୀନକୁ ନେଇଯିବା ପରେ ତାଙ୍କୁ ଚାକିରିରୁ ବିଦା କରିଦେଇଛନ୍ତି । ବର୍ତ୍ତମାନ ଶ୍ରୀରାମ କ୍ରିଷ୍ଣନ୍ ଟ୍ବିଟର CEO ହୋଇପାରନ୍ତି ! ଅନ୍ୟପଟେ କ୍ରିଷ୍ଣନ୍ ଟ୍ବିଟ୍ କରି କହିଛନ୍ତି ଯେ, "ବର୍ତ୍ତମାନ ମୁଁ ଏଲନ୍ ମସ୍କଙ୍କୁ ସାହାଯ୍ୟ କରୁଛି ବୋଲି ଚର୍ଚ୍ଚା ହେଉଛି । ମୁଁ ବିଶ୍ବାସ କରେ ଯେ, ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ କମ୍ପାନୀ ଏବଂ ବିଶ୍ବ ଉପରେ ଏହାର ବଡ ପ୍ରଭାବ ରହିଛି, ଏଲନ ମସ୍କ ମଧ୍ୟ ଏହାକୁ ସଫଳ କରି ଦେଖାଇବେ ବୋଲି କ୍ରିଷ୍ଣନ୍ କହିଛନ୍ତି ।
ଶ୍ରୀରାମ କ୍ରିଷ୍ଣନ୍ କିଏ(Who is Sriram Krishnan) ?
ଶ୍ରୀରାମ କ୍ରିଷ୍ଣନ୍ଙ୍କ ଜନ୍ମ ଚେନ୍ନାଇର ଏକ ନିମ୍ନ ମଧ୍ୟବିତ ପରିବାରରେ । 2005 ରେ ତାଙ୍କୁ 21 ବର୍ଷ ବୟସ ହୋଇ ଥିବାବେଳେ ସେ ଆମେରିକାର ସିଟିଲ୍କୁ ସ୍ଥାନାନ୍ତର ହୋଇଥିଲେ । ସେ ଜଣେ ଟେକ୍ନୋଲୋଜିଷ୍ଟ ସାଙ୍ଗକୁ ଇଞ୍ଜିନିୟର । ସେ ବର୍ତ୍ତମାନ a16z ସଂସ୍ଥା ପାଇଁ କାମ କରୁଛନ୍ତି । ଏହା ପୂର୍ବରୁ କ୍ରିଷ୍ଣନ୍ ଟ୍ବିଟର, ମେଟା ଏବଂ ମାଇକ୍ରୋସଫ୍ଟରେ ପ୍ରଡକ୍ଟ ଏଭଂ ଇଞ୍ଜିନିୟରିଂ ଟିମଂର ନେତୃତ୍ବ ନେଇଛନ୍ତି । ଏହାସହିତ ସେ ବ୍ରିଟ୍ସ୍କି, ହପିନ୍ ଏବଂ ପରିୱାର୍କ ବୋର୍ଡରେ ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ:- ଟ୍ବିଟର କିଣିଲେ ଏଲନ ମସ୍କ, ବିଦା ହେଲେ CEO ପରାଗ ଅଗ୍ରୱାଲ