ETV Bharat / science-and-technology

'Google for India': ଗୁଗଲ ପିକ୍ସେଲ ସ୍ମାର୍ଟଫୋନ ହେବ ମେଡ ଇନ ଇଣ୍ଡିଆ, 2024ରେ ହେବ ଆରମ୍ଭ

author img

By ETV Bharat Odisha Team

Published : Oct 19, 2023, 3:42 PM IST

ଏଣିକି ଭାରତରେ ତିଆରି ହେବ ଗୁଗଲ ପିକ୍ସେଲ ସ୍ମାର୍ଟଫୋନ । ଏନେଇ ଘୋଷଣା କରିଛନ୍ତି ଗୁଗଲର ଡିଭାଇସ ଆଣ୍ଡ ସର୍ଭିସେସର ବରିଷ୍ଠ ଉପସଭାପତି । ଅଧିକ ପଢନ୍ତୁ

Google for India
Google for India

ହାଇଦ୍ରାବାଦ: ଏଣିକି ଗୁଗଲ ପିକ୍ସେଲ ମେଡ ଇନ ଚାଇନା ନୁହେଁ, ମେଡ ଇନ ଇଣ୍ଡିଆ ହେବ । ମେଡ ଇନ ଇଣ୍ଡିଆ ପିକ୍ସେଲ 8 ଫୋନ ବ୍ୟବହାର କରିବେ ଭାରତୀୟ । ଏନେଇ ଆଜି(ଗୁରୁବାର) ଗୁଗଲ ଫର ଇଣ୍ଡିଆରେ ଘୋଷଣା କରିଛନ୍ତି ଗୁଗଲର ଡିଭାଇସ ଆଣ୍ଡ ସର୍ଭିସେସର ବରିଷ୍ଠ ଉପସଭାପତି । ଗୁଗୁଲ ଭାରତରେ ପିକ୍ସେଲ ସ୍ମାର୍ଟଫୋନ୍ ନିର୍ମାଣ କରିବ ଯାହା ଭାରତୀୟ ବଜାରରେ ଏବଂ ବିଦେଶରେ ବିକ୍ରି ହେବ ହେବ ବୋଲି ସେ କହିଛନ୍ତି । ଏହା ପାଇଁ ଗୁଗଲ ଅନ୍ତରାଷ୍ଟ୍ରୀୟ ଚୁକ୍ତିନାମା ନିର୍ମାତାମାନଙ୍କ ସହ ଅଂଶୀଦାର କରିବ ବୋଲି କୁହାଯାଇଛି ।

କେବେ ଉପଲବ୍ଧ ହେବ ମେଡ ଇନ ଇଣ୍ଡିଆ ପିକ୍ସେଲ 8: ଗୁଗୁଲର ଡିଭାଇସ୍ ଆଣ୍ଡ ସର୍ଭିସର ବରିଷ୍ଠ ଉପସଭାପତି ରିକ୍ ଓଷ୍ଟେରଲୋହ କହିଛନ୍ତି, "ଗୁଗଲ ଆସନ୍ତା ବର୍ଷ ଆରମ୍ଭରେ ଭାରତରେ ପିକ୍ସେଲ ସ୍ମାର୍ଟଫୋନ୍ ନିର୍ମାଣ ଏବଂ ଆସେମ୍ବେଲିଂ କରିବା ଆରମ୍ଭ କରିବ । ଏହା ପରେ ଭାରତୀୟ ବ୍ୟବହାରକାରୀମାନେ 2024ରେ ମେଡ ଇନ୍ ଇଣ୍ଡିଆ ପିକ୍ସେଲ 8 ଫୋନ ପାଇବେ । ଦେଶରେ ମହଜୁଦ ହୋଇ ରହିଥିବା ପିକ୍ସେଲ ସ୍ମାର୍ଟଫୋନ୍ ସହିତ ସ୍ଥାନୀୟ ବିନିର୍ମାଣ ଆରମ୍ଭ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ଏବଂ ରପ୍ତାନୀ ମଧ୍ୟ କରାଯିବ।"

ଗୁଗୁଲ୍ ଫର୍ ଇଣ୍ଡିଆ 2023 ଇଭେଣ୍ଟରେ କମ୍ପାନୀ ଦେଶରେ ଅନେକ ଜେନେରେଟିଭ୍ AI ଫିଚରର ଘୋଷଣା କରିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆମେ ଇମେଜ ଏବଂ ଭିଡିଓକୁ ସମୀକ୍ଷା କରି ଅଧିକ ଭିଜୁଆଲ୍ ଏବଂ ଲୋକାଲ କରିବା ପାଇଁ ଚେଷ୍ଟା କରୁଛୁ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Google Pixel 8 ସିରିଜର ପ୍ରିବୁକିଂ ଆରମ୍ଭ, ଲଞ୍ଚ ହେବା ମାତ୍ରେ କମ୍ପାନୀ ଲଗାଇଲା ରିହାତି

Pixel 8 ଏବଂ Pixel 8 Pro: ସ୍ପେସିଫିକେସନ ବିଷୟରେ କହିବାକୁ ଗଲେ, ପିକ୍ସେଲ 8 ରେ 120Hz ର ରିଫ୍ରେସ ରେଟ ସହିତ 6.2-ଇଞ୍ଚ Actua ଡିସପ୍ଲେ ରହିବ । ଏହା 2,000 ନଟ୍ସର ବ୍ରାଇଟେନସ ସହ ଲଞ୍ଚ ହେବ। ପିକ୍ସେଲ 8 ପ୍ରୋରେ 6.7 -ଇଞ୍ଚର ସୁପର Actua ଡିସପ୍ଲେ ଅଛି ଯାହାର 120Hz ରିଫ୍ରେସ ରେଟ ରହିଛି । ଏଥିରେ 2400 ନଟ୍ସର ବ୍ରାଇଟନେସ ଫିଚର ରହିବ। ଉଭୟ ସ୍ମାର୍ଟଫୋନ୍ ଗୁଗୁଲର ଇନ୍-ହାଉସ୍ Tensor G3 ଚିପସେଟ ଉପରେ କାମ କରିବ।

ଫଟୋଗ୍ରାଫି କଥା ଦେଖିବାକୁ ଗଲେ ପିକ୍ସେଲ 8ରେ ଏକ ଡୁଆଲ୍ କ୍ୟାମେରା ସେଟଅପ ରହିଛି। ଯେଉଁଥିରେ 50MP ପ୍ରାଇମେରି କ୍ୟାମେରା ଏବଂ 12MP ଅଲଟ୍ରାୱାଇଡ୍ କ୍ୟାମେରା ରହିଛି। ଫ୍ରଣ୍ଟ (ସାମ୍ନାରେ) ଏକ 10.5MP କ୍ୟାମେରା ରହିଛି। ଅନ୍ୟପଟେ କମ୍ପାନୀ ପିକ୍ସେଲ 8 ପ୍ରୋରେ ଟ୍ରିପଲ କ୍ୟାମେରା ସେଟଅପ ବ୍ୟବସ୍ଥା କରିଛି। ଯେଉଁଥିରେ 5MP ଅପ୍ଟିକାଲ୍ ଜୁମ୍ ସହିତ 48MP ଅଲଟ୍ରାୱାଇଡ୍, 50MP ୱାଇଡ୍ ଲେନ୍ସ ଏବଂ 48MP ଟେଲିଫୋଟୋ ଲେନ୍ସ 5X ଅଲଟ୍ରା ଜୁମ ସହିତ ମିଳିବ। ଫ୍ରଣ୍ଟରେ 10.5MP କ୍ୟାମେରା ରହିଛି। ପ୍ରୋ ମଡେଲରେ ଏକ ଟେମପ୍ରେଚର ସେନ୍ସର ମଧ୍ୟ ରହିବ। ଯାହା ଦ୍ବାରା ଆପଣ ନିଜ ଶରୀରର ତାପମାତ୍ରା ମଧ୍ୟ ମାପି ପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.