ହାଇଦ୍ରାବାଦ: ସମସ୍ତଙ୍କ ଫୋନରେ ଗୁଗୁଲ ଫଟୋ ରହିଛି । ବର୍ତ୍ତମାନ ଏଥିରେ ଚେହେରା ଦେଖି ଫଟୋ ଚିହ୍ନଟ କରିବାର ସୁବିଧା ରହିଛି । ଏହାର ଅର୍ଥ ଫଟୋକୁ ଦେଖି ଏକା ପ୍ରକାର ଫଟୋକୁ ଏକ ଫୋଲ୍ଡରରେ ରଖିବାକୁ ସାହାଯ୍ୟ କରିଥାଏ । ଏହା ଦ୍ବାରା ଗୁରୁଲ ଫୋଟସରୁ ଫଟୋ ଖୋଜିବାରେ ଅସୁବିଧା ହୁଏ ନାହିଁ । କିନ୍ତୁ ଫଟୋରେ ଚେହେରା ସ୍ପଷ୍ଟ ଦେଖାଯିବା ଉଚିତ୍ । ତେବେ ବର୍ତ୍ତମାନ ଆପରେ ଏକ ନୂଆ ଅପଡେଟ ଆସିବାକୁ ଯାଉଛି । ଏହି ଅପଡେଟରେ ଫଟୋକୁ ପଛରୁ ଦେଖି ଲୋକଙ୍କୁ ଚିହ୍ନଟ କରିହେବ । ଏହାସହ ଫୋଲ୍ଡର କ୍ରିଏଟ କରି ରଖିବାରେ ସାହାଯ୍ୟ କରିବ । ପ୍ରଥମ ଥର ପାଇଁ ଏହି ଆପରେ ଏହି ସୁବିଧା ମିଳିବ । ଏହା ପୂର୍ବରୁ ଏହି ସୁବିଧା ଆଉ କେଉଁ ଆପରେ ଦେଖିବାକୁ ମିଳିନାହିଁ । ତେବେ ଏନେଇ ୟୁଜର୍ସ ମଧ୍ୟ ବେଶ ଖୁସି ଅଛନ୍ତି ।
ଆଣ୍ଡ୍ରୋଏଡ୍ ଅଥରିଟିକୁ ଦିଆଯାଇଥିବା ପ୍ରତିକ୍ରିୟାରେ ଗୁଗୁଲ୍ କହିଛି ଯେ, କମ୍ପାନୀ ଏହାର ସେବାରେ ଉନ୍ନତି ଆଣିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । ଖୁବ୍ ଶୀଘ୍ର ଉପଭୋକ୍ତାମାନେ ଫଟୋ ଆପରେ ଏକ ଉତ୍ତମ ଉପାୟରେ ସେମାନଙ୍କର ଫଟୋ ଚିହ୍ନଟ କରିବାର ସୁବିଧା ପାଇବେ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ପଛପଟରୁ ନିଆଯାଇଥିବା ଫଟୋ ଗୁଡ଼ିକୁ ଆପ ଚିହ୍ନଟ କରିବ ଏବଂ ସେହି ବ୍ୟକ୍ତିଙ୍କ ଅନୁଯାୟୀ ବିଭିନ୍ନ ଫୋଲ୍ଡରରେ ବିଭକ୍ତ କରିବ । ଏଥିପାଇଁ, ଫଟୋ ଆପ୍ କ୍ଲଦିଙ୍ଗ ଏବଂ ଅନ୍ୟାନ୍ୟ ଭିଜୁଆଲ୍ ଏଲିମେଣ୍ଟର ସାହାଯ୍ୟ ନେବ ଏବଂ ଏକ ସମାନ ସମୟ ସୀମା ମଧ୍ୟରେ ବ୍ୟକ୍ତିଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ଫଟୋ ଚିହ୍ନଟ କରିବାରେ ସକ୍ଷମ ହେବ ।
ଏକ ଆର୍ଟିକିଲରେ, ଏଲ୍ ଖୌରୀ ଗୁଗୁଲର ନୂତନ ଅପଡେଟ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ଗୁଗୁଲ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କ ପଛପଟରୁ ଚିହ୍ନିଟ କରିପାରିବା ସହ ସେହି ଫଟୋକୁ ଏକ ଫଲ୍ଡୋରରେ ରଖିବାରେ ସାହାଯ୍ୟ କରିଛି । ଏହା ପରବର୍ତ୍ତୀ ସମୟରେ ସମସ୍ତ ୟୁଜର୍ସ ପାଇଁ ଉପଲବ୍ଧ ହେଲେ ଅନେକ ପ୍ରକାର ଲାଭ ହୋଇପାରିବ ବୋଲି ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ: Suit Filed On Google: ଛୁଆଙ୍କୁ ମାନସିକ ରୋଗୀ ସଜାଉଛି ଗୁଗଲ, ଆମେରିକାରେ ମାମଲା ରୁଜୁ
ଏଲ୍ ଖୌରିଙ୍କ ଅନୁଯାୟୀ, ଗୁଗୁଲ୍ ପଛପଟୁ ନିଆଯାଇଥିବା ଫଟୋକୁ 70ରୁ 80 ପ୍ରତିଶତ ଚିହ୍ନଟ କରିପାରୁଛି । ତେବେ ଭିଜୁଆଲ ଫଟୋକୁ ଚିହ୍ନିବାରେ ଅସମର୍ଥ ହେଉଛି । କିନ୍ତୁ ପରବର୍ତ୍ତୀ ସମୟରେ ଗୁଗଲ ଆଣିବାକୁ ଯାଉଥିବା ଅପଡେଟରେ ଏହା ଠିକ ହୋଇପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ