ETV Bharat / science-and-technology

Chandrayaan 3 Soft Landing: 'ମୁଁ ନିଶ୍ଚିତ, ଚନ୍ଦ୍ରଯାନ-୩କୁ ମିଳିବ ବଡ ସଫଳତା'

author img

By ETV Bharat Odisha Team

Published : Aug 23, 2023, 12:39 PM IST

ଆଜି ସନ୍ଧ୍ୟା 6ଟା 4 ମିନିଟ ସମୟରେ ଜହ୍ନକୁ ଛୁଇଁବ ଚନ୍ଦ୍ରଯାନ-3 । ଏହାରି ଭିତରେ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ଇସ୍ରୋର ପୂର୍ବତନ ନିର୍ଦ୍ଦେଶକ ଡ.ସୁରେନ୍ଦ୍ର ପାଲ । ଅଧିକ ପଢନ୍ତୁ

Chandrayaan 3 Soft Landing
Chandrayaan 3 Soft Landing

ହାଇଦ୍ରବାଦ: ଜହ୍ନର ଦୂରତା ଆଉ ଅଳ୍ପ ଦୂର । ମାତ୍ର କେଇ ଘଣ୍ଟାର ଅପେକ୍ଷା । ଭାରତର ୩ୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିବ ଭାରତ । ସମୟ ପାଖେଇ ଆସୁଥିବା ବେଳେ ଦେଶବାସୀଙ୍କ ମନରେ ଉତ୍କଣ୍ଠା ମଧ୍ୟ ବଢିବାରେ ଲାଗିଛି । ସଫ୍ଟ ଲ୍ୟାଣ୍ଡିଂ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଚନ୍ଦ୍ରଯାନ-3ର ଗତି ଏବଂ କାର୍ଯ୍ୟକଳାପ ଉପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକମାନେ ତୀକ୍ଷ୍ମ ନଜର ରଖିଛନ୍ତି । ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-3 ଉପରେ ସାରା ବିଶ୍ବର ନଜର ରହିଥିବା ବେଳେ ସଫଳ ହେବ ବୋଲି ଇସ୍ରୋ ପକ୍ଷରୁ ଦୃଢୋକ୍ତି ପ୍ରକାଶ ପାଇଛି । ଏହାରି ଭିତରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ପୂର୍ବତନ ନିର୍ଦ୍ଦେଶକ ଡ. ସୁରେନ୍ଦ୍ର ପାଲ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

ଚନ୍ଦ୍ରଯାନ-2 ତୁଳନାରେ ଚନ୍ଦ୍ରଯାନ-3ର ଗଠନ ଏବଂ ପ୍ରସ୍ତୁତି ଉନ୍ନତମାନର ହୋଇଥିବାରୁ ଏହା ନିଶ୍ଟୟ ସଫଳ ହେବ ବୋଲି ଡ. ସୁରେନ୍ଦ୍ର ପାଲ ନିଜର ମନ୍ତବ୍ୟ ଦେଇଛନ୍ତି । ଚନ୍ଦ୍ରଯାନ-2ର ବିଫଳତାର ଅନୁଭୂତିକୁ ନେଇ ଇସ୍ରୋ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ଚନ୍ଦ୍ରଯାନ-3 ନିଶ୍ଟୟ ସଫଳତା ପାଇବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Chandrayaan-3 soft-landing: ଆଜି ଚନ୍ଦ୍ରଯାନ-3ର ଅବତରଣ, ସଫ୍ଟ ଲ୍ୟାଣ୍ଡିଂ ଉପରେ ବିଶ୍ବର ନଜର

ଆଜି ସନ୍ଧ୍ୟା 6 ଟା 4 ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ପୂର୍ବତନ ନିର୍ଦ୍ଦେଶକ ଡ. ସୁରେନ୍ଦ୍ର ପାଲ କହିଛନ୍ତି," ମୁଁ ନିଶ୍ଚିତ ଯେ, ଇସ୍ରୋର ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-3 ସଫଳ ହେବ । ଚନ୍ଦ୍ରଯାନ-2ରେ ଯେଉଁ ସବୁ ତ୍ରୁଟି ହୋଇଥିଲା ତାହା ଚନ୍ଦ୍ରଯାନ-3ରେ ହେବ ନାହିଁ । ଅନେକ ଯନ୍ତ୍ରାଂଶ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ଓ ସାଇଣ୍ଟିଫିକ ଉପକରଣରେ ପରିବର୍ତ୍ତନ କରାଯାଇଛି । ସଫେଟ ଲ୍ୟାଣ୍ଡିଂ ଏକ ଜଟିଳ ପ୍ରକ୍ରିୟା ହେଲେ ମଧ୍ୟ ସଫ୍ଟ ଲ୍ୟାଣ୍ଡିଂରେ କୌଣସି ଅସୁବିଧା ହେବ ନାହିଁ । ଲ୍ୟାଣ୍ଡିଂର ପରିସରକୁ 2.5 କିମିରୁ ବୃଦ୍ଧି କରି 4କିମି କରାଯାଇଛି ।" କହିରଖୁଛୁ କି, 1970-71ରୁ କ୍ୟାରିୟର ଆରମ୍ଭ କରିଥିବା ଡ. ସୁରେନ୍ଦ୍ର ପାଲ ANIକୁ ସାକ୍ଷାତକାରରେ ଏଭଳି କହିଛନ୍ତି । ଯଦି ସବୁକିଛି ସଠିକ ହୁଏ ତାହାଲେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡି କରିବାରେ ସଫଳ ହେବ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଡ ଅତିକ୍ରମ କରିବ ଇସ୍ରୋ ।

ଏହା ମଧ୍ୟ ପଢନ୍ତୁ: Chandrayaan 3: ଲ୍ୟାଣ୍ଡରକୁ ସ୍ବାଗତ କଲା CH-2 ଅର୍ବିଟର, ୨୩ ସନ୍ଧ୍ୟା 5.20ରୁ ଲ୍ୟାଣ୍ଡିଂ ଲାଇଭ୍‌

କହିରଖୁଛୁ କି, ବାହୁବଳୀ GSLV Mark 3 (LVM 3) ଲଞ୍ଚ ଭେଇକିଲ ମାଧ୍ୟମରେ ଚନ୍ଦ୍ରଯାନ-୩ ସ୍ପେଶକ୍ରାଫ୍ଟକୁ ଉତକ୍ଷେପଣ କରାଯାଇଥିଲା ଚନ୍ଦ୍ରଯାନ-୩ ସଫଳ ଅବତରଣ ପରେ ଭାରତ ଚନ୍ଦ୍ରରେ ପହଞ୍ଚିବାରେ ଚତୁର୍ଥ ଦେଶ ଭାବେ ଇତିହାସ ରଚିବ । ପୂର୍ବରୁ ସୋଭିଏତ ଋଷ, ଆମେରିକା ଓ ଚୀନ ଚନ୍ଦ୍ରରେ ପହଞ୍ଚିଛନ୍ତି । ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂକୁ ନେଇ ଉତ୍ସୁକତାର ସହ ଅପେକ୍ଷା କରିଛି ସାରା ବିଶ୍ବ । ତେବେ ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ଲାଇଭ ଦେଖିପାରିବେ ବିଶ୍ବବାସୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଥିବା ବେଳେ ଭର୍ଚୁଆଲ ଭାବେ ସଫ୍ଟ ଲ୍ୟାଣ୍ଡିଂ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.