ETV Bharat / science-and-technology

TikTok, YouTube ମୁହାଁ କିଶୋର, Facebook ବ୍ୟବହାରକାରୀଙ୍କ ସଂଖ୍ୟା କମୁଛି

author img

By

Published : Aug 12, 2022, 5:04 PM IST

ମାର୍କ ଜୁକରବର୍ଗଙ୍କୁ ଚିନ୍ତାରେ ପକାଇଲା ନୂତନ ସର୍ଭେ । ଫେସ୍‌ବୁକ୍ ଠାରୁ ମୁହଁ ଫେରାଉଛନ୍ତି କିଶୋର, କିଶୋରୀ । ଗତ 7 ବର୍ଷରେ ବ୍ୟବହାରକାରୀଙ୍କ ସଂଖ୍ୟା 71ରୁ ହ୍ରାସ ପାଇ 32ରେ ପହଞ୍ଚିଲା । ଅଧିକ ପଢନ୍ତୁ

TikTok, YouTube ମୁହାଁ କିଶୋର, Facebook ହରାଉଛି ବ୍ୟବହାରକାରୀ

ନୂଆଦିଲ୍ଲୀ: ନୂତନ ସର୍ଭେ ଅନୁସାରେ ମାର୍କ ଜୁକରବର୍ଗଙ୍କ ନେତୃତ୍ବାଧୀନ ଫେସବୁକ୍ ପାଇଁ ବିପଦ ସଙ୍କେତ । ବିଗତ 7 ବର୍ଷ ମଧ୍ୟରେ ଫେସବୁକରୁ ବିରତି ନେଇଛନ୍ତି ସର୍ବାଧିକ କିଶୋର-କିଶୋରୀ । 13 ରୁ 17 ବର୍ଷର ପିଲାମାନଙ୍କୁ ନେଇ ଆମେରିକାର ପ୍ୟୁ ରିସର୍ଚ୍ଚ ସେଣ୍ଟର(Pew Research Center) କରିଥିବା ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି । 2014-15 ରେ ଫେସବୁକ ବ୍ୟବହାର କରୁଥିବା କିଶୋରଙ୍କ ସଂଖ୍ୟା 71 ପ୍ରତିଶତରୁ ହ୍ରାସ ପାଇ ବର୍ତ୍ତମାନ 32 ପ୍ରତିଶତରେ ରହିଛି ।

ଚାଇନାର short-form ଭିଡିଓ ପ୍ଲାଟଫର୍ମ TikTok ସବୁଠୁ ଅଧିକ ଲୋକପ୍ରିୟତା ହାସଲ କରିଛି ଏବଂ କିଶୋରମାନଙ୍କ ପାଇଁ ବର୍ତ୍ତମାନ ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ସ୍ନାପଚାଟ ଟପ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ । ପ୍ରାୟ 67% କିଶୋର କହିଛନ୍ତି ଯେ, ସେମାନେ ଟିକଟକ୍ ବ୍ୟବହାର କରନ୍ତି, 16% କିଶୋର ନିୟମିତ ଭାବେ ଟିକ୍‌ଟକ୍‌ ବ୍ୟବହାର କରନ୍ତି । ସୋସିଆଲ ପ୍ଲାଟଫର୍ମଗୁଡିକ ମଧ୍ୟରେ 2022 ରେ ଗୁଗୁଲ୍‌ର ୟୁଟ୍ୟୁବକୁ 95 ପ୍ରତିଶତ କିଶୋର ବ୍ୟବହାର କରୁଛନ୍ତି ।

ୟୁଟୁବ୍ ପରେ ଟିକ୍‌ଟକ୍‌ ଦ୍ବିତୀୟ ସ୍ଥାନରେ ରହିଛି । ତା’ପରେ ଇନଷ୍ଟାଗ୍ରାମ ଏବଂ ସ୍ନାପଚାଟ, ଯାହା କି 10 ଜଣ କିଶୋରଙ୍କ ମଧ୍ୟରୁ ପ୍ରାୟ ଛଅ ଜଣ ବ୍ୟବହାର କରନ୍ତି । ସେହି ପ୍ଲାଟଫର୍ମଗୁଡିକ ଫେସବୁକ୍ ଆସିବା ପରେ 32 ପ୍ରତିଶତ ଏବଂ ଅଳ୍ପ ପ୍ରତିଶତ ଯେଉଁମାନେ Twitter, Twitch, WhatsApp, Reddit ଏବଂ Tumblr ବ୍ୟବହାର କରନ୍ତି ।

ତେବେ ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ତାଙ୍କ ପ୍ଲାଟଫର୍ମକୁ ଟିକ୍‌ଟକ୍ ପରି ଅଧିକ ବ୍ୟବହାରିକ କରିବା ପାଇଁ ନିଜର ଶତ ପ୍ରତିଶତ ପ୍ରଚେଷ୍ଟା ଜାରି ରଖିଛନ୍ତି । ଇନଷ୍ଟାଗ୍ରାମ ରିଲ୍ସରେ ଫେସବୁକ୍ / ଇନଷ୍ଟାଗ୍ରାମ ଷ୍ଟୋରୀ ତୁଳନାରେ ବିଜ୍ଞାପନ ପାଇଁ ସେ ବାର୍ଷିକ ରାଜସ୍ୱ (1 ବିଲିୟନ ଡ଼ଲାର୍) ଆୟ କରୁଛନ୍ତି । ତଥାପି 2014-15 ପରଠାରୁ ସୋସିଆଲ ମିଡିଆ ଆପ୍ ବ୍ୟବହାର ମଧ୍ୟରେ ଟିକ୍‌ଟକ୍‌ ତୁଳନାରେ ଫେସବୁକ ବ୍ୟବହାର ହ୍ରାସ ପାଇଛି ।

ତେବେ TikTok, Instagram, Twitter ଏବଂ WhatsApp ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ Black and Hispanic teens ଅର୍ଥାତ୍ ଆଫ୍ରିକାନ ଆମେରିକାନ ହିସ୍ପାନିକ ଟିନ୍ସ ବହୁଳ ବ୍ୟବହାର କରୁଛନ୍ତି । ସର୍ବେକ୍ଷଣରେ ଦର୍ଶାଯାଇଛି ଯେ "ସମ୍ପୁର୍ଣ୍ଣ 35% କିଶୋର TikTok, Instagram, Twitter, YouTube ଏବଂ WhatsApp ମଧ୍ୟରୁ ଗୋଟିଏକୁ ନିରନ୍ତର ଭାବେ ବ୍ୟବହାର କରୁଛନ୍ତି ।

ଯୁକ୍ତରାଷ୍ଟ୍ରର ଏକ ଚତୁର୍ଥାଂଶ କିଶୋର ଯେଉଁମାନେ ସ୍ନାପଚାଟ କିମ୍ବା ଟିକ୍‌ଟକ୍‌ ବ୍ୟବହାର କରନ୍ତି । 19 ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ୟୁଟ୍ୟୁବକୁ ପ୍ରାୟ ନିରନ୍ତର ବ୍ୟବହାର କରନ୍ତି, 16 ପ୍ରତିଶତ ଟିକ୍‌ଟକ୍‌ ଏବଂ 15 ପ୍ରତିଶତ ସ୍ନାପଚାଟ ବ୍ୟବହାର କରନ୍ତି । 2014-15 ପରଠାରୁ, ସ୍ମାର୍ଟଫୋନ ବ୍ୟବହାର କରୁଥିବା କିଶୋରଙ୍କ ପ୍ରତିଶତ 22 ପଏଣ୍ଟକୁ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ 95 ପ୍ରତିଶତ ଏବଂ ସେତେବେଳେ 73 ପ୍ରତିଶତ କିଶୋର ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ।

ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ଆଠ ବର୍ଷ ମଧ୍ୟରେ କିଶୋରମାନଙ୍କ ସ୍ମାର୍ଟଫୋନରେ ପ୍ରବେଶ ବୃଦ୍ଧି ପାଇଥିବାବେଳେ ଅନ୍ୟ ଡିଜିଟାଲ ଟେକ୍ନୋଲୋଜି ଯେପରିକି ଡେସ୍କଟପ୍ କିମ୍ବା ଲାପଟପ୍ କମ୍ପ୍ୟୁଟର କିମ୍ବା ଗେମିଙ୍ଗ କନସୋଲଗୁଡିକ ସେମାନଙ୍କ ପରିସଂଖ୍ୟାନ ଅନୁଯାୟୀ ଅପରିବର୍ତ୍ତିତ ରହିଛି ।

(IANS)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.