ETV Bharat / science-and-technology

X Block Feature: ଏଲନ ମସ୍କଙ୍କ ବଡ ଘୋଷଣା, ୟୁଜର୍ସଙ୍କଠୁ ଛଡାଇ ନିଆଯିବ ଏହି ଅଧିକାର - ମ୍ୟୁଟ ଏବଂ ବ୍ଲକ ମଧ୍ୟରେ ପାର୍ଥକ୍ୟ କଣ

ଏଣିକି ଏକ୍ସରେ କାହାରିକୁ ବ୍ଲକ କରିପାରିବେନି ୟୁଜର୍ସ । ବ୍ଲକ ଫିଚର ହଟାଇବା ନେଇ ଘୋଷଣା କଲେ ଏଲନ ମସ୍କ । ଅଧିକ ପଢନ୍ତୁ

X Block Feature
X Block Feature
author img

By

Published : Aug 19, 2023, 12:45 PM IST

ହାଇଦ୍ରାବାଦ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ(ପୂର୍ବର ଟ୍ବିଟର) ନେଇ ବିଗତ ଦିନରେ ଅନେକ ବିବାଦରେ ରହିଥିଲେ। ଏହାରି ଭିତରେ ଟ୍ବିଟରର ନାମ ପରିବର୍ତ୍ତନ କରିବା ସହିତ ଅନେକ ନୂଆ ଫିଚର ମଧ୍ୟ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିଛନ୍ତି । ଏହାରି ଭିତରେ ଏକ୍ସ ସିଇଓ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି । ମସ୍କ ଶୁକ୍ରବାର ଦିନ ନିଜର ବ୍ୟାପାରିକ ଯୋଜନାକୁ ନେଇ ଏକ ନୂଆ ଘୋଷଣା କରିଛନ୍ତି । ଏକ୍ସରୁ ବ୍ଲକିଂ ସୁବିଧାକୁ ହଟାଇବା ପାଇଁ କାମ ଜାରି ରହିଥିବା ନେଇ ଘୋଷଣା କରିଛନ୍ତି ମସ୍କ । ଏଣିକି ୟୁଜର୍ସ ଚାହିଁଲେ ମଧ୍ୟ ଏକ୍ସରେ କାହାକୁ ବ୍ଲକ କରିପାରିବେ ନାହିଁ ।

ସୂଚନା ଅନୁସାରେ, ଏକ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ମସ୍କ ଏଭଳି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, "ଡାଇରେକ୍ଟ ମେସେଜ(DM)କୁ ଛାଡି ଅନ୍ୟ ସମସ୍ତ ବ୍ଲକିଂ ସୁବିଧାକୁ ଏକ୍ସରୁ ଶୀଘ୍ର ହଟାଇ ଦିଆଯିବ । ଏକ୍ସରେ ଏହି ଫିଚରର କୌଣସି ଆବଶ୍ୟକତା ନାହିଁ ।" ଅନ୍ୟ ଟ୍ୱିଟରେ ମସ୍କ ପରାମର୍ଶ ଦେଇଛନ୍ତି ଯେ, ଆପ୍ ବ୍ୟବହାରକାରୀଙ୍କୁ ବ୍ଲକ କରିବା ପରିବର୍ତ୍ତେ ସେମାନଙ୍କୁ ମ୍ୟୁଟ କରିବାର ସୁବିଧାକୁ ଉପଯୋଗ କରିବା ଉଚିତ । ଖୁବଶୀଘ୍ର ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରୁ ହଟାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ଏଲନ ମସ୍କ ।

ଏହା ମଧ୍ୟ ପଢନ୍ତୁ: X New Feature: Xରେ ହେଲା ଆଉ ଏକ ପରିବର୍ତ୍ତନ, ଏହି ୟୁଜର୍ସଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା

ମ୍ୟୁଟ ଏବଂ ବ୍ଲକ ମଧ୍ୟରେ ପାର୍ଥକ୍ୟ କଣ ?: ଏକ୍ସ ନିଜର ସହାୟତା ପେଜରେ ସୂଚନା ଦେଇଛି ଯେ, ଲୋକମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଏକ୍ସ ଅନେକ ପ୍ରକାରର ଫିଚର ଦେଇଛି । ବ୍ଲକ ହେଉଛି ସେହି ଫିଚର ମଧ୍ୟରୁ ଅନ୍ୟତମ । ଗୋଟିଏ ୟୁଜର୍ସକୁ ବ୍ଲକ କରିବା ଦ୍ବାରା ତାହା ସହ ଆଉ ସମ୍ପର୍କ ରହିନଥାଏ । ବ୍ଲକ କରିବା ଦ୍ବାରା ଜଣେ ଅନ୍ୟଜଣଙ୍କର ଆକାଉଣ୍ଟ ଦେଖିପାରିବନି, ଟ୍ବିଟ ଦେଖିପାରିବେନି ତାହା ସହିତ ମେସେଜ ମଧ୍ୟ କରିବାରେ ଅସମର୍ଥ ହେବେ । ଅନ୍ୟପଟେ ଯଦି ମ୍ୟୁଟ କଥା କହିବା ତାହାଲେ ଏହା ବ୍ଲକ ଠାରୁ ସମ୍ପୁର୍ଣ୍ଣ ଅଲଗା ଅଟେ । ଯଦି ଜଣେ ୟୁଜର୍ସଙ୍କୁ ମ୍ୟୁଟ କରୁଛନ୍ତି ତାହାଲେ ତାହାର ପୋଷ୍ଟ ଆପଣଙ୍କର ଫିଡରେ ଦେଖାଇବ ନାହିଁ । କହିରଖୁଛି କି ମସ୍କଙ୍କ ଏହି ଘୋଷଣା ପରେ ୟୁଜର୍ସ ମହଲରେ ଅସନ୍ତୋଷ ଦେଖାଯାଇଛି । ଆଇନର ଅମାନ୍ୟ କରାଯାଉଥିବା ନେଇ କିଛି ୟୁଜର୍ସ କହିଥିବା ବେଳେ ଏହି ଆପ ଆଉ ସୁରକ୍ଷିତ ରହିବ ନାହିଁ ବୋଲି ଆଉ କିଛି ଜଣ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: X Ads Revenue Program: Xରୁ ଟଙ୍କା ରୋଜଗାର ଆହୁରି ହେଲା ସହଜ, ପରିବର୍ତ୍ତନ ହେଲା ମନିଟାଇଜେସନ ପଲିସି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.