ETV Bharat / science-and-technology

ସକ୍ରିୟ ସାଇବର ଲୁଟେରା, ଜାଣନ୍ତୁ କିପରି ଆକାଉଣ୍ଟକୁ ରଖିବେ ସୁରକ୍ଷିତ - ସାଇବର କ୍ରାଇମ

ଦ୍ରୁତଗତିରେ ବଢିଚାଳିଛି ସାଇବର ଅପରାଧ(Cyber Crime), ଆଖି ପିଛୁଳାକେ ଗାଏବ୍ ହୋଇଯାଉଛି ଅର୍ଜିତ ଧନ । କେମିତି ଏଥିରୁ ବର୍ତ୍ତିବେ ଜାଣନ୍ତୁ... ସାଇବର ଅପରାଧରୁ କିପରି ବର୍ତ୍ତିବେ

Cyber Crime
Cyber Crime
author img

By

Published : Dec 28, 2022, 10:23 AM IST

Updated : Dec 28, 2022, 10:58 AM IST

ହାଇଦ୍ରାବାଦ: ସାଇବାର ଅପରାଧ(Cyber Crime) ଏପରି ଏକ ଅଦୃଶ୍ୟ ଅପରାଧ, ଯାହା ଆଖି ପିଛୁଳାକେ ଲୋକଙ୍କ ବର୍ଷ ବର୍ଷର ଅର୍ଜିତ ଧନକୁ ଚଳୁ କରିଦେଉଛି । ଏହି ଅନ୍ଧାରୀ ଅପରାଧର ମାୟାଜାଲରେ ପଡି ଯାଉଛନ୍ତି ଅଧିକାଂଶ ଲୋକ । ଏହି କ୍ରମରେ ଅନ୍‌ଲାଇନ୍ ସପିଂ ମଧ୍ୟ ଲୋକଙ୍କ ଉପରେ ଭାରି ପଡୁଛି । ତେଲେଙ୍ଗାନାର ଜଣେ ଇଞ୍ଜିନିୟର ଶ୍ରୀଧର ଏହାର ଶିକାର ହୋଇଛନ୍ତି । ଅନ୍‌ଲାଇନ୍ ଫୋନ୍ ଅର୍ଡର ସମୟରେ OTP ଦେଇ ଫସି ଯାଇଛନ୍ତି ଶ୍ରୀଧର, ଏନେଇ ସେ ଥାନାରେ ଅଭିଯୋଗ ପରେ ସତ ପଦାକୁ ଆସିଥିଲା ।

ତେବେ ଏହା କେବଳ ଶ୍ରୀଧରଙ୍କ କାହାଣୀ ନୁହେଁ, ଏପରି ଅନେକ ଲୋକ ଅନ୍ଧାରୀ ଅପରାଧର ଶିକାର ହେଉଛନ୍ତି । କାହିଁକି ଏପରି ଅପରାଧ ବୃଦ୍ଧି ପାଉଛି, କିପରି ଏହାକୁ ପ୍ରତିହତ କରାଯାଇ ପାରିବ, ଜାଣନ୍ତୁ...

ଅନ୍‌ଲାଇନ୍ ସପିଂ ଆଦୃତି ବଢିବା ଅପରାଧୀଙ୍କ ପାଇଁ ଅସ୍ତ୍ର ହେଉଛି:-

ବର୍ତ୍ତମାନ ସମୟରେ ଅନ୍‌ଲାଇନ୍ ସପିଂ ବହୁଳ ହେବାରେ ଲାଗିଛି । ଦିଲ୍ଲୀରୁ ପଲ୍ଲୀ ସବୁଠି ଏହାର ଆଦୃତି ବଢିଛି । ଖାଦ୍ୟ ସାମଗ୍ରୀଠୁ ଆରମ୍ଭ କରି ପୋଷାକ, ଘରୋଇ ଉପକରଣ, ଫୋନ୍ ଏବଂ ବୈଦ୍ୟୁତିକ ଉପକ୍ରଣ ମଧ୍ୟ କ୍ରୟ କରାଯାଉଛି । ସାଇବର ଅପରାଧୀମାନେ ଏହି ବଢୁଥିବା ଅନଲାଇନ୍ ସପିଂ ଆଦୃତିକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି । ସେମାନେ ବିଭିନ୍ନ ଉପାୟରେ ଗ୍ରାହକଙ୍କୁ ଲୁଟ୍ କରୁଛନ୍ତି । ସାମାନ୍ୟ ଅସାବଧାନତାରେ ଖାଲି ହୋଇଯାଉଛି ଆକାଉଣ୍ଟ ।

ରିହାତି ନାମରେ ଠକାମି:-

ରିହାତିରେ ସାମଗ୍ରୀ କ୍ରୟ କରିବାକୁ କିଏବା ଆଗ୍ରହୀ ହୋଇନଥାଏ । ହେଲେ ଏହି ରିହାତିର ଲୋଭ ଅପରାଧୀମାନଙ୍କ ବାଟ ପରିଷ୍କାର କରିଦେଉଛି । ଉଦାହରଣ ସ୍ୱରୂପ, ଅପରାଧୀମାନେ ଅନ୍‌ଲାଇନ୍‌ରେ ଅଧା ମୂଲ୍ୟରେ ଏକ ମହଙ୍ଗା ଫୋନ୍ ବିଜ୍ଞାପନ କରନ୍ତି । ଯଦି ଆପଣ ଏହା ଉପରେ କ୍ଲିକ୍ କରନ୍ତି, ନିଶ୍ଚିତ ରୂପେ ଏକ ୱେବସାଇଟ୍ ପାଇବେ, ଯେଉଁଥିରେ ରିହାତିରେ ଦାମୀ ଫୋନ୍ ରହିଥିବ ।

ମାତ୍ର କ୍ୟାସ୍-ଅନ୍ ଡେଲିଭରି ବୋଲି ରହିଥାଏ । ଅର୍ଥାତ୍ ଅର୍ଡର ଡେଲେଭେରୀ ସମୟରେ ନଗଦ ଟଙ୍କା ଦେବାକୁ କହିଥାଏ । ନେଟ୍ ଟ୍ରାଞ୍ଜାକ୍ସନ ସମୟରେ ଓଟିପି ମାଧ୍ୟମରେ ଆକାଉଣ୍ଟର ସବୁ ଟଙ୍କା ନେଇଯାଇଥାନ୍ତି ଅପରାଧୀ ।

କ୍ୟାସବ୍ୟାକ୍ ନାମରେ ଲୁଟ୍:-

ୱାଲେଟ୍ ମାଧ୍ୟମରେ କରାଯାଇଥିବା କାରବାର ପାଇଁ କ୍ୟାସବ୍ୟାକ୍ ଅଫର ଗ୍ରହଣ କରାଯାଇଥିବା ଦର୍ଶାଇ ଫୋନ୍ ନମ୍ବରକୁ ଏକ ଲିଙ୍କ୍ ପଠାଇଥାନ୍ତି ସାଇବର ଲୁଟେରା । ଏହାକୁ ଖୋଲିବା ସମୟରେ ଏକ QR କୋଡ୍ ଦେଖାଯାଏ । ଟଙ୍କା ଆପଣଙ୍କ ଆକାଉଣ୍ଟରେ ଜମା ହେବ ବୋଲି କୁହାଯାଇ ଥିଲେ ମଧ୍ୟ ଏହି QR କୋଡ୍ ମାଧ୍ୟମରେ ହିଁ ଆକାଉଣ୍ଟରୁ ଟଙ୍କା ଗାଏବ୍ କରିନେଇଥାନ୍ତି ଅପରାଧୀ ।

କଲ୍ ସେଣ୍ଟରକୁ କଲ କରିଛନ୍ତି କି ?

ଦେୟ ପରେ ମଧ୍ୟ ସାମଗ୍ରୀ ଗ୍ରହଣ କରା ନଗଲେ ଗ୍ରାହକମାନେ କଲ୍ ସେଣ୍ଟରକୁ କଲ୍ କରିଥାନ୍ତି । ଏଥିପାଇଁ ଲୁଟେରାମାନେ ଟୋଲ୍ ଫ୍ରି ନମ୍ବର ଥିବା ୱେବସାଇଟ ରଖନ୍ତି । ଏହିଠାରୁ ହିଁ ଆରମ୍ଭ ହୁଏ ଲୁଟେରାଙ୍କ କାରନାମା । ଦେୟ ଫେରସ୍ତ ପାଇଁ ଗ୍ରାହକଙ୍କର ବ୍ୟାଙ୍କ ଆକାଉଣ୍ଟର ସବୁ ଡାଟା ନେବା ପରେ ଖାଲି କରିଦିଅନ୍ତି ଆକାଉଣ୍ଟ ।

ନକଲି ୱେବସାଇଟ୍‌ରେ କାରବାର:-

ଅନ୍ୟ କେତେକ ସାଇବର ଅପରାଧୀମାନେ ଖ୍ୟାତିସମ୍ପନ୍ନ ଇ-କମର୍ସ ସାଇଟଗୁଡିକର ନକଲ କରୁଛନ୍ତି । ବିଶ୍ବାସଯୋଗ୍ୟ ୱେବସାଇଟ୍ ଭଳି ଅବିକଳ ଆକାଉଣ୍ଟ କ୍ରିଏଟ୍ କରି ଗ୍ରାହକଙ୍କୁ ଲୁଟୁଛନ୍ତି ।

ଲୋଭି ହୋଇଥିଲେ ସହଜରେ ଠକାମୀର ହେବେ ଶିକାର:- CRCIDF ନିର୍ଦ୍ଦେଶକ

ସେଣ୍ଟର୍ ଫର୍ ରିସର୍ଚ୍ଚ ଅନ୍ ସାଇବର୍ ଇଣ୍ଟେଲିଜେନ୍ସ ଆଣ୍ଡ ଡିଜିଟାର ଫୋରେନ୍ସିସର ନିର୍ଦ୍ଦେଶକ କହିଛନ୍ତି ଯେ, ଆପଣ ଯଦି ଲୋଭି ହୋଇଥିବେ ତେବ୍ ଲୁଟ୍‌ର ଶିକାର ହେବେ । ସର୍ବଦା ଶସ୍ତାରେ ମିଳୁଥିବା ସାମଗ୍ରୀ କ୍ରୟ କରିବା ସମୟରେ ସଚେତନ ରୁହନ୍ତୁ । ସେହିପରି ଅନ୍ୟାନ୍ୟ କେତେକ ଦିଗ ଉପରେ ଧ୍ୟାନ ଦେବାକୁ ସେ କହିଛନ୍ତି, ନିମ୍ନରେ ସେଗୁଡିକ ବର୍ଣ୍ଣନା କରାଯାଇଛି...

  • ଅନଲାଇନ୍ ସପିଂ କରିବା ସମୟରେ ସ୍କାମ ବିଷୟରେ ସଚେତନ ରୁହନ୍ତୁ ।
  • ପ୍ରତିଷ୍ଠିତ ସାଇଟ୍ ମାଧ୍ୟମରେ କ୍ରୟ କରନ୍ତୁ ।
  • କୌଣସି ପରିସ୍ଥିତିରେ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଦିଅନ୍ତୁ ନାହିଁ । ଦେୟ କେବଳ ବସ୍ତୁର ମୂଲ୍ୟ ଅନୁସାରେ କରାଯିବା ଉଚିତ୍ ।
  • ଦେୟ ପ୍ରକ୍ରିୟା ସମାପ୍ତ କରିବା ପରେ ସବିଶେଷ ତଥ୍ୟ ଯାଞ୍ଚ କରନ୍ତୁ ।
  • ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆଇଟମ୍ ଗ୍ରହଣ କରାଯାଏ ନାହିଁ, ତୁରନ୍ତ ଥାନାର ଦ୍ବାରସ୍ତ ହୁଅନ୍ତୁ ।
  • ଯଦି ସାଇଟରୁ କୌଣସି ପ୍ରତିକ୍ରିୟା ଆସୁନାହିଁ, ତେବେ ପୋଲିସ ସହିତ ଯୋଗାଯୋଗ କରନ୍ତୁ ।

Last Updated : Dec 28, 2022, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.