ETV Bharat / science-and-technology

ଜେମିନି ଓ ଚାଟ ଜିପିଟି ମଧ୍ୟରେ ପାର୍ଥକ୍ୟ କଣ ? ଗୁଗଲ-ଓପନଏଆଇ ମଧ୍ୟରେ ହେବ କି ଟକ୍କର

author img

By ETV Bharat Odisha Team

Published : Dec 8, 2023, 1:24 PM IST

Gemini vs OpenAI's ChatGPT: ଓପନ୍ AIର ଚାଟ୍‌ ଜିପିଟି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗୁଗଲ୍ ଏହାର ଉନ୍ନତ ମଡେଲ୍ ଜେମିନି AI ଲଞ୍ଚ କରିଛି । ତେବେ ଜାଣନ୍ତୁ ଦୁଇଟି ମଧ୍ୟରେ ପାର୍ଥକ୍ୟ କଣ ।

Gemini vs ChatGPT
Gemini vs ChatGPT

ହାଇଦ୍ରାବାଦ: ଗୋଟିଏ ଦିନ ପୂର୍ବରୁ ଗୁଗଲ ଲଞ୍ଚ କରିଛି ଏଆଇ ଟୁଲ ଜେମିନି । ତେବେ ଏହା ଓପନ୍ AIର ଚାଟ୍‌ ଜିପିଟି ଠାରୁ ଉନ୍ନତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କାରଣ ଚାଟଜିପିଟି ଗୋଟିଏ ସମୟରେ କେବଳ ଟେକ୍ସଟର କାର୍ଯ୍ୟ କରିବାରେ ସକ୍ଷମ ହେଉଥିବା ବେଳେ ଜେମିନି ଗୋଟିଏ ସମୟରେ ଅନେକ କାର୍ଯ୍ୟ କରିବାରେ ସକ୍ଷମ ଅଟେ । ଟେକ୍ସଟ, ଅଡିଓ, ଇମେଡ, କୋର୍ଡ ଭଳି କାର୍ଯ୍ୟକୁ ଗୋଟିଏ ସମୟରେ କରିପାରେ । କହିରଖୁଛୁ କି, କମ୍ପାନୀ ଜେମିନି ଏଆଇକୁ 3ଟି ସାଇଜରେ ଲଞ୍ଚ କରିଛି । ଅଲଟ୍ରା, ପ୍ରୋ ଏବଂ ନାନୋ । ନାନୋ ଆଣ୍ଡ୍ରୋଏଡ ଡିଭାଇସରେ କାର୍ଯ୍ୟ କରୁଥିବା ବେଳେ ପ୍ରୋ ଗୁଗଲର ସର୍ଭିସେସରେ କାର୍ଯ୍ୟ କରିବ। ଅନ୍ୟପଟେ ଜଟିଳ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଅଲଟ୍ରା ପ୍ରସ୍ତୁତ କରିଛି କମ୍ପାନୀ ।

Geminiରେ କଣ ରହିଛି: ନିକଟରେ ଗୁଗଲ ଲଞ୍ଚ କରିଥିବା ଏଆଇ ଟୁଲ ଜେମିନି ହେଉଛି ଏକ ପ୍ରକାର ମଲ୍ଟିମୋଡେଲ ଟୁଲ । ଯାହା ଗୋଟିଏ ସମୟରେ ଏକାଧିକ କାର୍ଯ୍ୟ ପରିଚାଳନା କରିବାରେ ସମ୍ଭବ ହୋଇପାରିବ । ଚାଟଜିପିଟି ଯେଉଁଭଳି ଭାବେ ଟେକ୍ସ ଉପରେ କାର୍ଯ୍ୟ କରିଥାଏ ସେଭଳି ଭାବେ ଜେମିନି ମଧ୍ୟ ଟେକ୍ସଟ ସହିତ ଆହୁରି ଅନେକ କାର୍ଯ୍ୟ କରିବାରେ ସକ୍ଷମ ହୋଇଥାଏ । ବର୍ତ୍ତମାନ ସୁଦ୍ଧା ଜେମିନି ନାନୋ ନାମକ ଲାଇଟ ଭର୍ସନରେ ଲଞ୍ଚ କରାଯାଇଥିବା ବେଳେ ଖୁବଶୀଘ୍ର ଆହୁରି ଅଧିକ ଭର୍ସନରେ ମାର୍କେଟରେ ଲଞ୍ଚ କରାଯିବ । ନାନୋ ଭର୍ସରେ ଆଣ୍ଡ୍ରୋଏଡ ଏବଂ ଲାଇଟ ଭର୍ସନରେ ଉପଯୋଗ କରାଯାଇ ପାରିବ ।

ଜେମିନି ଏଆଇ ସୁବିଧା: ଜେମିନିକୁ ଲଞ୍ଚ କରିବା ପରେ ସୁନ୍ଦର ପିଚାଇ କହିଥିଲେ, ଏହି ମଡେଲ ସାଧାରଣ ବ୍ୟକ୍ତିଙ୍କ କଥାବାର୍ତ୍ତା ଶୈଳୀରୁ ପ୍ରେରଣା ନେଇ ବିକଶିତ କରାଯାଇଛି । ଏହାର ଅର୍ଥ ମନୁଷ୍ୟ କିଭଳି ପରସ୍ପର ସହିତ କଥାବାର୍ତ୍ତା କରେ, ସେହି ଆଧାରରେ ଏହି ମଡେଲକୁ ବିକଶିତ କରାଯାଇଛି । ଏଆଇକୁ ଡିପମାଇଣ୍ଡ ଏବଂ ଗୁଗଲର ରିସର୍ଚ୍ଚ ଟିମ୍‌ର ମିଳିତ ପ୍ରୟାସରେ ଏହାକୁ ବିକଶିତ କରାଯାଇଛି । ଜେମିନିର ବେସିକ ମଡେଲ ଟେକ୍ସଟ ଇନ ଏବଂ ଟେକ୍ସଟ ଆଉଟ ଉପରେ ଆଧାରିତ । କିନ୍ତୁ ଜେମିନି ଅଲଟ୍ରାର ଆଡଭାନ୍ସ ମଡେଲ ଫଟୋ, ଭିଡିଓ ଏବଂ ଅଡିଓ ସହିତ କାର୍ଯ୍ୟ କରିପାରେ । ଗୁଗଲ ପୂର୍ବରୁ ଏଆଇ ମଡେଲ ବାର୍ଡକୁ ଲଞ୍ଚ କରିଥିଲା । ଯାହା ବର୍ତ୍ତମାନ ଜେମିନି ପ୍ରୋ ଦ୍ବାରା ସଞ୍ଚାଳିତ କରାଯାଉଛି । ଅନ୍ୟପଟେ ପିକ୍ସେଲ 8 ପ୍ରୋ ବ୍ୟବହାରକାରୀକୁ ମଧ୍ୟ ଜେମିନି ନାନୋର ସୁବିଧା ମିଳିବ । ସୂଚନା ଅନୁସାରେ, ଜେମିନି ପ୍ରୋକୁ ଆଗାମୀ ବର୍ଷ ଲଞ୍ଚ କରାଯିବ ।

170 ଦେଶରେ ଉପଲବ୍ଧ ହେବ: ବାର୍ଡ ମଧ୍ୟରେ ଜେମିନି ପ୍ରୋର ପ୍ରାରମ୍ଭରେ ଟେକ୍ସଟ ବେସ ପ୍ରଣ୍ଟର ସପୋର୍ଟ ମିଳିବ ଏହା ପରେ ମଲ୍ଟିମଡେଲକୁ ସପୋର୍ଟ ମିଳିବ । ଏହି ନୂଆ ମଡେଲ 170ରୁ ଅଧିକ ଦେଶ ଏବଂ କ୍ଷେତ୍ରରେ ଇଂରାଜୀ ଭାଷାରେ ଉପଲବ୍ଧ ହେବ । କିନ୍ତୁ ନିକଟ ଭବିଷ୍ୟତରେ ୟୁରୋପ ଭଳି ଅଧିକ ଭାଷା ଏବଂ ଭୌଗଳିକ କ୍ଷେତ୍ରରେ ଉପଲବ୍ଧ ହେବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଲଞ୍ଚ ହେଲା Gemini AI, ଗୁଗଲ-ଓପନଏଆଇ ମଧ୍ୟରେ ହୋଇପାରେ ଟକ୍କର

ଚାଟବୋଟ ଏବଂ ଜେମିନି ମଧ୍ୟରେ ପାର୍ଥକ୍ୟ

1. ଗୁଗଲ ଲଞ୍ଚ କରିଥିବା ଏଆଇ ଟୁଲ ଜେମିନି ମନୁଷ୍ୟ ଭଳି ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହିତ ପ୍ରଶ୍ନ ମଧ୍ୟ ସୃଷ୍ଟି କରିପାରେ । ଅନ୍ୟପଟେ ଚାଟଜିପିଟି ଏକ ଏଆଇ ଚାଟବୋଟ ଅଟେ । ଏହା ସମସ୍ତ ପ୍ରଶ୍ନର ଉତ୍ତର ଦେବାରେ ସକ୍ଷମ ହୁଏ ନାହିଁ। ଏହାକୁ ନିର୍ଦ୍ଦିଷ୍ଟ ସୀମା ରହିଛି ।

2.ଜେମିନିକୁ ଅଧିକ ଫ୍ଲେକ୍ସିବଲ କରାଯାଇଥିବା ବେଳେ ଏହା ବିନା ଇଣ୍ଟରନେଟ ମଧ୍ୟ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବ। କିନ୍ତୁ ଚାଟଜିପିଟିର ବ୍ୟବହାର ପାଇଁ ଇଣ୍ଟରନେଟର ଆବଶ୍ୟକତା ଜରୁରୀ ଅଟେ ।

3. ଜେମିନିକୁ ଅଲଟ୍ରା, ପ୍ରୋ ଏବଂ ନାନୋ ଭଳି 3ଟି ସାଇଜରେ ଲଞ୍ଚ କରାଯାଇଛି । ଯାହାର କାର୍ଯ୍ୟ କ୍ଷମତା ମଧ୍ୟ ଅଲଗା ଅଟେ । କିନ୍ତୁ ଚାଟଜିପିଟିକୁ କୌଣସି ଶ୍ରେଣୀରେ ଭାଗ କରାଯାଇନାହିଁ ।

4.ଜେମିନିକୁ ଗୁଗଲ ବାର୍ଡ ସହିତ ଗୁଗଲ ପିକ୍ସେଲ 8 ପ୍ରୋ ସ୍ମାର୍ଟଫୋନରେ ବ୍ୟବହାର କରିପାରିବେ । ଜେମିନି ଗୁଗଲ ସ୍ମାର୍ଟଫୋନ ସହିତ ମଧ୍ୟ ଯୋଡିବା ସମ୍ଭବ ଅଟେ । କିନ୍ତୁ ଚାଟଜିପିଟି ସହିତ ଏହା ସମ୍ଭବ ନୁହେଁ ।

5. ଜେମନିରେ କୋର୍ଡିଂ ସମ୍ଭବ ଅଟେ । ଏହାସହିତ ଜେମିନିକୁ ଫ୍ରିରେ ଏକ୍ସେସ କରିବା ସମ୍ଭବ ଅଟେ କିନ୍ତୁ ଚାଟଜିପିଟିକୁ GPT-4କେବଲ ପେଡ ଭର୍ସନରେ ହିଁ ଉପଲବ୍ଧ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.