ନୂଆଦିଲ୍ଲୀ: ପ୍ରଥମ ସ୍ବଦେଶ ନିର୍ମିତ ଦୃଷ୍ଟି 10 ଷ୍ଟାରଲାଇନର ମାନବ ବିହୀନ (UAV) ଡ୍ରୋନର ଉଦଘାଟନ କଲେ ଭାରତର ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର । ଆଜି ହାଇଦ୍ରାବାଦରେ ଏହି ଡ୍ରୋନର ଉଦଘାଟନ କରାଯାଇଛି । ଏହାର ନିର୍ମାଣ ଆଦାନୀ ଡିଫେନ୍ସ ଏବଂ ଏରୋସ୍ସେସ ଦ୍ବାରା କରାଯାଇଛି । ରଣନୀତି ଏବଂ ବୈଷୟିକ ନେତୃତ୍ବ ଦିଗରେ ଭାରତ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ ।
ଏହି ଡ୍ରୋନର ଉଦଘାଟନ ସମୟରେ ଭାରତର ନୌସେନା ପ୍ରମୁଖ ଆଡମିରାଲ ଆର ହରି କୁମାରଙ୍କ ସହିତ 75 ଜଣ ସୈନିକ ମଧ୍ୟ ଉପସ୍ଥିତ ରହିଥିଲେ । ଭାରତୀୟ ନୌସେନାର ଆବଶ୍ୟକତା ଅନୁସାରେ ଏହାର ରୋଡମ୍ୟାପ ବିଷୟରେ ଉଲ୍ଲେଖ କରି କହିଛନ୍ତି, "ଭାରତୀୟ ନୌସେନାର ବଳ ଆହୁରି ବୃଦ୍ଧି ପାଇବ । ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଭାରତୀୟ ନୌସେନା UAVର ବ୍ୟବହାର କରୁଛୁ । ଦୃଷ୍ଟି 10 ଭଳି ଡ୍ରୋନର ସ୍ବଦେଶୀକରଣ ଦ୍ବାରା ଆମକୁ ଏହି କ୍ଷମତା ସ୍ବଦେଶୀ ଭାବେ ପ୍ରାପ୍ତ କରିବା ପାଇଁ ସୁବିଧା ହେବ । ନୌସେନା କ୍ଷେତ୍ରରେ ଏହି ISR ଟେକ୍ନୋଲୋଜି ଏକ ଗେମ୍ ଚେଞ୍ଜର ଭଳି କାର୍ଯ୍ୟ କରିବ । ଏହା ଆମ ପାଇଁ ଏକ ସ୍ବପ୍ନ ସାକାର କରିବା ଭଳି ଅଟେ । "
-
#WATCH | Indian Navy chief Admiral R Hari Kumar unveils the Drishti 10 Starliner drones manufactured by Adani Defence in Hyderabad.
— ANI (@ANI) January 10, 2024 " class="align-text-top noRightClick twitterSection" data="
The firm said the drone is an advanced Intelligence, Surveillance and Reconnaissance (ISR) platform with 36 hours of endurance, 450 kgs payload… pic.twitter.com/tfdSYImRuX
">#WATCH | Indian Navy chief Admiral R Hari Kumar unveils the Drishti 10 Starliner drones manufactured by Adani Defence in Hyderabad.
— ANI (@ANI) January 10, 2024
The firm said the drone is an advanced Intelligence, Surveillance and Reconnaissance (ISR) platform with 36 hours of endurance, 450 kgs payload… pic.twitter.com/tfdSYImRuX#WATCH | Indian Navy chief Admiral R Hari Kumar unveils the Drishti 10 Starliner drones manufactured by Adani Defence in Hyderabad.
— ANI (@ANI) January 10, 2024
The firm said the drone is an advanced Intelligence, Surveillance and Reconnaissance (ISR) platform with 36 hours of endurance, 450 kgs payload… pic.twitter.com/tfdSYImRuX
ଏହା ମଧ୍ୟ ପଢନ୍ତୁ: ଶକ୍ତିଶାଳୀ UAV ଡ୍ରୋନ ‘ଘାତକ’ର ସଫଳ ପରୀକ୍ଷଣ; ଏଲିଟ୍ କ୍ଲବରେ ଭାରତ, ଟେନସନରେ ପାକିସ୍ତାନ-ଚୀନ
UAVର ବିଶେଷତା:
ଏହି ମାନବ ବିହୀନ ଡ୍ରୋନକୁ ଆଦାନୀ ଡିଫେନ୍ସ ଏବଂ ଏରୋସ୍ପେସ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ।
ଏହା ସମ୍ପୂର୍ଣ୍ଣ ସ୍ବଦେଶୀ ୟୁଏଭି ଅଟେ । ଅର୍ଥାତ ଏହାକୁ ଭାରତରେ ତିଆରି କରାଯାଇଛି ।
ଏହାର ତିଆରି ପାଇଁ ବ୍ୟବହୃତ ହୋଇଥିବା ସାମଗ୍ରୀ ମଧ୍ୟରୁ 60 ପ୍ରତିଶତ ଭାରତର ଅଟେ ।
ଏହି UAVର ପେଲୋଡ୍ କ୍ଷମତା 450 କିଲୋଗ୍ରାମ ଅଟେ ।
ଏହା ଏକ ମାନବ ବିହୀନ UAV ଅଟେ । ଅର୍ଥାତ୍ ଏହି ଡ୍ରୋନ୍ ଚଳାଇବା ପାଇଁ କୌଣସି ମନୁଷ୍ୟର ଆବଶ୍ୟକତା ନଥାଏ ।
ସବୁ ପ୍ରକାର ଜଳବାୟୁରେ କାର୍ଯ୍ୟ କରିପାରିବ ଏହି ଡ୍ରୋନ ।
36 ଘଣ୍ଟା ପର୍ଯ୍ୟନ୍ତ ଉଡାଣ ଭରିପାରିବ ଦୃଷ୍ଟି ।
ଅତ୍ୟାଧୁନିକ ଇଣ୍ଟେଲିଜେନ୍ସ, ସର୍ଭିଲାନ୍ସ ଆଣ୍ଡ ରିକୋନେସାନ୍ସ(ISR) ପ୍ଲାଟଫର୍ମ ଅଟେ ।
ଉନ୍ମୋଚନ ସମୟରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଉପାଧ୍ୟକ୍ଷ ଜିତ୍ ଆଦାନୀ କହିଛନ୍ତି, "ଜଳ, ସ୍ଥଳ ଏବଂ ଆକାଶ କ୍ଷେତ୍ରରେ ଗୁପ୍ତଚର, ନୀରିକ୍ଷଣ ଏବଂ ଅନୁସନ୍ଧାନ ପ୍ଲାଟଫର୍ମ ମୁଖ୍ୟ ପ୍ରାଥମିକତା । ଯାହା ଭାରତୀୟ ସଶସ୍ତ୍ର ବାହିନୀର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ । ଏବଂ ରପ୍ତାନୀ କ୍ଷେତ୍ରରେ ଭାରତକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ