ETV Bharat / science-and-technology

Train Accident: ଟ୍ରେନ ଲାଇନଚ୍ୟୁତ ସମୟରେ ବଗିରେ ଏହି ସ୍ଥାନରେ ବସିଥିବା ଯାତ୍ରୀ ରହିଥାନ୍ତି ସୁରକ୍ଷିତ ! - ଟ୍ରେନ୍ ଦୁର୍ଘଟଣା

ଟ୍ରେନରେ କେତେବେଳେ ଦୁର୍ଘଟଣା ଘଟିବ, କେତେବେଳେ ମୃତ୍ୟୁ ଆସିବ ତାହା କହିବା ସମ୍ଭବପର ନୁହେଁ। କିନ୍ତୁ ଟ୍ରେନ ଯାତ୍ରା କରିବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଅଧିକ ପଢନ୍ତୁ

best place for people to sit while train derailed

author img

By

Published : Jun 3, 2023, 3:20 PM IST

ହାଇଦ୍ରାବାଦ: ଓଡ଼ିଶାର ବାଲେଶ୍ବର ନିକଟସ୍ଥ ବାହନଗାରେ ଯେଉଁ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି ତାହା ସାରା ବିଶ୍ବକୁ ଦୋହଲାଇ ଦେଇଛି । ଏହି ଛାତିଥରା ଦୁର୍ଘଟଣାରେ 250ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଛି । ଏହି ଟ୍ରେନ୍ ଦୁର୍ଘଟଣା ଅତ୍ୟନ୍ତ ବିପଜ୍ଜନକ ପ୍ରମାଣିତ ହୋଇଥିଲା ଯାହା ବିଷୟରେ କାହାରି ଧାରଣା ନଥିଲା । ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ଯଶୋବନ୍ତ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ରାତ୍ରୀ ପ୍ରାୟ 8ଟା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ତେବେ ଟ୍ରେନ ଦୁର୍ଘଟଣା ସମୟରେ ନିଜକୁ ସୁରକ୍ଷା ପ୍ରଦାନ କରିବା କଷ୍ଟକର ହୋଇଥାଏ, କାରଣ ଟ୍ରେନର ବେଗ ଅଧିକ ରହିଥାଏ । ତେବେ ଏକ ମିଡିଆ ରିପୋର୍ଟ ଅନୁସାରେ, ଟ୍ରେନ କୋଚର ଏପରି କିଛି ସ୍ଥାନ ରହିଛି ଯେଉଁଥିଲେ ଆପଣ ନିଜକୁ ସୁରକ୍ଷିତ ରଖିପାରିବେ ।

ମଝିରେ ବସନ୍ତୁ: ଯେ କୌଣସି ଟ୍ରେନ୍ ଦୁର୍ଘଟଣାରେ ଯଦି ଆପଣ ମଝିରେ ବସିଥିବେ, ତାହାଲେ ଆପଣ ସୁରକ୍ଷିତ ହେବାର ସମ୍ଭାବନା ଅଧିକ ରହିଥାଏ । ଏହାର ଅର୍ଥ ଟ୍ରେନ ସିଟରେ ବସିବା ସମୟରେ ଆପଣ ଲୋକମାନଙ୍କ ମଝିରେ ବସନ୍ତୁ । ଫଳରେ ଟ୍ରେନ ଦୁର୍ଘଟଣା ସମୟରେ ଟ୍ରେନ କମ୍ପାଟମେଣ୍ଟ, ଟ୍ରେନ ଝରକା କିମ୍ବା ଛାତରେ ମାଡ ହେବାର ସମ୍ଭାବନା ବହୁତ କମ ଥାଏ । ତଳୁ ମଝିରେ ବସିବା ସୁରକ୍ଷିତ ସ୍ଥାନ ବୋଲି ମଣାଯାଏ ।

ସିଟରେ ବସିଲା ବେଳେ ପଛକୁ ପଛକୁ ପ୍ରେସ କରି ବସନ୍ତୁ: ଟ୍ରେନ୍ ଯେଉଁ ଦିଗକୁ ଗତି କରୁଛି ତାହାର ବିପରିତ ଦିଗର ସିଟରେ ବସନ୍ତୁ। ବସିଲା ବେଳେ ସିଟର ପଛକୁ ଲାଗିକି ବସନ୍ତୁ । ଏପରି ପରିସ୍ଥିତିରେ ଦୁର୍ଘଟଣା ସମୟରେ ଗୁରୁତର ଆଘାତରୁ ରକ୍ଷା କରିପାରିବ । କାରଣ ଟ୍ରେନ ଲାଇନଚ୍ୟୁତ ହେବା ସମୟରେ ସିଟର ଆଗକୁ ଆସି ବସିଥିବା ବେଳେ ତଳକୁ ଖସିପଡିବାର ସମ୍ଭାବନା ଅଧିକ ରହିଥାଏ।

ଝରକା ପାଖରେ ବସିବାକୁ ସୁରକ୍ଷିତ ସ୍ଥାନ କୁହାଯାଇପାରେ: କୌଣସି ଦୁର୍ଘଟଣା ସମୟରେ, ଆପଣ ଟ୍ରେନ୍ ଭିତରେ ଫସି ରହିପାରନ୍ତି ଏବଂ ଏଥିରେ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ । ଏପରି ପରିସ୍ଥିତିରେ, ଦୁର୍ଘଟଣା ପରେ, ଆପଣ ଝରକା ଆଡକୁ ରହିଥିଲେ, ଜରୁରୀକାଳୀନ ଝରକାକୁ ଖୋଲି ବାହାରକୁ ବାହାରି ପାରିବେ । ତେବେ ସର୍ବଦା ଜରୁରୀକାଳୀନ ଝରକା ବା ଏମରଜେନ୍ସି ଓ୍ବିଣ୍ଡୋ ବିଷୟରେ ଜାଣିବା ଉଚିତ।

ଯଦି ଆପଣ ବାରମ୍ବାର ଟ୍ରେନରେ ବୁଲାବୁଲି କରନ୍ତି ଏବଂ କ୍ରମାଗତ ଭାବରେ ଚାଲନ୍ତି କିମ୍ବା ସିଟ୍ ଉପରେ ବସନ୍ତି ନାହିଁ, ତେବେ ଟ୍ରେନ ଦୁର୍ଘଟଣା ସମୟରେ ଅଧିକ ଆପଣ ପ୍ରଭାବିତ ହେବେ। ଚାହିଁଲେ ମଧ୍ୟ ଏଭଳି ପରିସ୍ଥିତିରେ ଜୀବନ ରକ୍ଷା କରିବା ସମ୍ଭବ ନୁହେଁ। କାରଣ ଛିଟକି ହୋଇ ପଡିବାର ସମ୍ଭବନା ଅଧିକ ରହିଥାଏ। ତେଣୁ ଟ୍ରେନ ଚାଲିବା ସମୟରେ ଟ୍ରେନରେ ବସି ରୁହନ୍ତୁ।

ବିଦ୍ର: ଏହି ସମସ୍ତ ତଥ୍ୟ ଏକ ରିପୋର୍ଟ ଉପରେ ଆଧାରିତ

ଏହା ମଧ୍ୟ ପଢନ୍ତୁ: Odisha Train Tragedy: ରକ୍ତଦାନ ପାଇଁ ରାତିସାରା ଲମ୍ବା ଲାଇନ, 500 ୟୁନିଟ ରକ୍ତ ସଂଗ୍ରହ, ପ୍ରଶଂସା କଲେ ମୁଖ୍ୟ ଶାସନ ସଚିବ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.