ସାନ ଫ୍ରାନ୍ସିସ୍କୋ: କପର୍ଟିନୋ ଅଧୀନ(Cupertino-based) ଟେକ୍ ଜିଆଣ୍ଟ ଆପଲ୍ ଦ୍ୱିତୀୟ ଜେନେରେସନ ଏୟାରପୋଡ୍ ପ୍ରୋ(AirPods Pro) ପ୍ରଦର୍ଶନ କରିବାକୁ ଯାଉଛି, ଯାହା ପରବର୍ତ୍ତୀ ପିଢି H1 ପ୍ରୋସେସର ସହିତ ଅନେକ ଅପଗ୍ରେଡ୍ ପ୍ରଦାନ କରିବ । ଏହି ସପ୍ତାହରେ ଆପଲ୍ ଏୟାରପୋଡ୍ ପ୍ରୋ ଉନ୍ମୋଚନ ନେଇ ସୂଚନା ମିଳିଛି । ସେପ୍ଟେମ୍ବର 7ରେ ଏହାର ଇଭେଣ୍ଟରେ ଲାଟେଷ୍ଟ ଆଇଫୋନ୍(iPhones) ଏବଂ ଅନ୍ୟାନ୍ୟ ଉପକରଣ ଉନ୍ମୋଚନ କରିବ, ଯାହା 2019 ଅକ୍ଟୋବରରେ ପ୍ରଥମେ ବିକ୍ରି ହୋଇଥିଲା ବୋଲି ବ୍ଲୁମବର୍ଗର ଆପଲ୍ ଟ୍ରାକର୍ ମାର୍କ ଗୁରୁମାନ କହିଛନ୍ତି(Apple tracker Mark Gurman from Bloomberg) ।
ସେ ତାଙ୍କ ନ୍ୟୁଜଲେଟରରେ କହିଛନ୍ତି ଯେ, "ନୂତନ ଏୟାରପୋଡ୍ ପ୍ରୋ 2022ରେ ଆସିବା ନେଇ ମୁଁ ଗତ ବର୍ଷ ରିପୋର୍ଟ କରିଥିଲି ଏବଂ ଆସନ୍ତା ବୁଧବାର ଏହାର ବଡ ଉନ୍ମୋଚନ(big unveiling) ହେବ ।" ଏୟାରପୋଡସ୍ ପ୍ରୋ 2(AirPods Pro 2) ଆପଲର ଲୋସଲେସ୍ ଅଡିଓ କୋଡେକ୍ (Apple's Lossless Audio Codec, ALAC) କିମ୍ବା ବ୍ଲୁଟୁଥ୍ 5.2 ସପୋର୍ଟ ସହିତ ମଧ୍ୟ ଆସିପାରେ । ଏୟାରପୋଡସ୍ ପ୍ରୋ 2 ଇନ-ଇୟର ୱିଙ୍ଗ୍ ଟିପ୍ ଡିଜାଇନକୁ ମଧ୍ୟ ସପୋର୍ଟ କରିପାରିବ, ଏକ ଚାର୍ଜିଂ କେସ୍ ଯାହା ଆପଲର Find My app ସର୍ଚ୍ଚ କରିବା ସମୟରେ ଏକ ଶବ୍ଦ ପ୍ରେରଣ କରିବ ।
ଦ୍ୱିତୀୟ ଜେନେରେସନ ଆପଲ୍ ଏୟାରପୋଡ୍ ପ୍ରୋ କୌଣସି ଫିଟନେସ୍ ଟ୍ରାକିଂ ଫିଚର୍ସ ଅନ୍ତର୍ଭୁକ୍ତ କରିବାର ସମ୍ଭାବନା ନାହିଁ ଏବଂ ଚଳିତ ବର୍ଷ ତାପମାତ୍ରା କିମ୍ବା ହୃଦସ୍ପନ୍ଦନ ଚିହ୍ନଟ ଭଳି ଫିଚର୍ସ ରହିବ ନାହିଁ । ରିପୋର୍ଟ ଅନୁଯାୟୀ, ଆପଲ୍ ଡିଭାଇସର ଆଗାମୀ ସଂସ୍କରଣ ଅଡିଓ ଏକ୍ସପ୍ରିଏନ୍ସ ବୃଦ୍ଧି ଉପରେ ଅଧିକ ଧ୍ୟାନ ଦେବାର ସମ୍ଭାବନା ଅଛି । ଆପଲ୍ ଆନାଲିଷ୍ଟ ମିଙ୍ଗ-ଚି କୁଓ(Apple analyst Ming-Chi Kuo) ନିକଟରେ କହିଛନ୍ତି ଯେ, ଭିଏତନାମରେ ଏୟାରପୋଡ୍ ପ୍ରୋ 2 ମ୍ୟାନିଫ୍ୟାକ୍ଚରିଙ୍ଗ ଚାଲିଛି । ଏୟାରପୋଡସ୍ ପ୍ରୋ ଚାର୍ଜିଂ କ୍ଷେତ୍ରରେ ଲାଇଟିଂ ପୋର୍ଟ(Lightning port) ରହିବ, ଯାହା ଚଳିତ ବର୍ଷ USB-Cକୁ ସୁଇଚଓଭର ପାଇଁ ଆଶା ରଖିଛି ।