ETV Bharat / science-and-technology

ଜାନୁଆରୀ ୨୯ରୁ ଆମାଜନ ପ୍ରାଇମ ଆରମ୍ଭ କରିବ ଆଡ ଷ୍ଟ୍ରିମିଂ - ଆମାଜନ ପ୍ରାଇମ ଭିଡିଓ

Amazon Prime Video to stream ads from Jan 29 : ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ଦେଖିବା ସମୟରେ ଚାଲିବ ଆଡ୍ ବା ବିଜ୍ଞାପନ । ପ୍ରତି ମାସ ଅତିରିକ୍ତ ୨.୯୯ ଡଲାର ହିସାବରେ ଏକ ନୂଆ ବିଜ୍ଞାପନ ମୁକ୍ତ ଅପସନ ପ୍ରଦାନ କରିବ କମ୍ପାନୀ । ଅଧିକ ପଢନ୍ତୁ

ଜାନୁଆରୀ ୨୯ ରୁ ଆମାଜନ ପ୍ରାଇମ ଆରମ୍ଭ କରିବ ଆଡ ଷ୍ଟ୍ରିମିଙ୍ଗ

author img

By ETV Bharat Odisha Team

Published : Dec 27, 2023, 8:58 PM IST

ସାନ ଫ୍ରାନସିସ୍କୋ : ଏଣିକି ଆମାଜନ ପ୍ରାଇମ ଭିଡିଓରେ ଦେଖିବାକୁ ପଡିବ ଆଡ୍ ବା ବିଜ୍ଞାପନ । ଆସନ୍ତା ୨୦୨୪ ମସିହାରେ ଏହି ନୂଆ ନିୟମ ଲାଗୁ ହେବ । ଜାନୁଆରୀ ୨୯ ତାରିଖ ପରଠୁ ଆମାଜନ ପ୍ରାଇମ ଭିଡିଓରେ ଫିଲ୍ମ ଏବଂ ଟିଭି ଶୋ ଚାଲିଥିବା ସମୟରେ ବିଜ୍ଞାପନ ଦେଖାଯିବ । କମ୍ପାନୀର ଆଡଭର୍ଟାଇଜମେଣ୍ଟ ବିଜନେସକୁ ବିସ୍ତାର କରିବା ଏବଂ ମନୋରଞ୍ଜନରୁ ଆର୍ଥିକ ଲାଭ ହାସଲ କରିବା ଲକ୍ଷ୍ୟ ନେଇ ଏ ପଦକ୍ଷେପ ନିଆଯାଇଛି । ସୀମିତ ବିଜ୍ଞାପନରୁ ବର୍ତ୍ତିବା ପାଇଁ ଆମାଜନ ପ୍ରାଇମ ଭିଡିଓ ପ୍ରତି ଗ୍ରାହକଙ୍କୁ ମାସିକ ସବସ୍କ୍ରିପସନ ଛଡା ଅତିରିକ୍ତ ୨.୯୯ ଡଲାର ପେମେଣ୍ଟ କରିବାର ଅପସନ୍ ରହିଛି ।

କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ପଦକ୍ଷେପ ଜରିଆରେ କମ୍ପାନୀ ଆକର୍ଷଣୀୟ କଣ୍ଟେଣ୍ଟ ରେ ବିନିଯୋଗ ଜାରି ରଖିବା ଏବଂ ବିସ୍ତୃତ ଅବଧି ମଧ୍ୟରେ ସେହି ନିବେଶକୁ ଇଚ୍ଛା ଅନୁସାରେ ବଢାଇ ପାରିବ । ଗ୍ରାହକଙ୍କୁ ଏକ ମେଲ ଜରିଆରେ କମ୍ପାନୀ ଜଣାଇଛି ଯେ ଲିନିୟର ଟିଭି ଓ ଅନ୍ୟ ଷ୍ଟ୍ରିମିଙ୍ଗ ଟିଭି ପ୍ରଦାନକାରୀ ମାନଙ୍କ ତୁଳନା ରେ କମ ବିଜ୍ଞାପନ ରଖିବା କମ୍ପାନୀର ଲକ୍ଷ୍ୟ ଅଟେ । ଏନେଇ ଗ୍ରାହକଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ କରିବାର ଆବଶ୍ୟକତା ନାହିଁ ଏବଂ ଗ୍ରାହକଙ୍କ ପ୍ରାଇମ ସଦସ୍ୟତା ପାଇଁ ଉପଲବ୍ଧ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ ... ଇନଫୋସିସ ସହ 1.5 ବିଲିୟନ ଡଲାର ଚୁକ୍ତିନାମା ରଦ୍ଦ କଲା ବୈଶ୍ବିକ କମ୍ପାନୀ

ସୂଚନାଯୋଗ୍ୟ ଯେ ଆମାଜନ ପ୍ରାଇମର ବର୍ତ୍ତମାନ ଦାମ ପ୍ରତିମାସ କୁ ୧୪. ୯୯ ଡଲାର ବା ବାର୍ଷିକ ୧୩୯ ଡଲାର ରହିଛି । ପ୍ରାଇମ ଭିଡିଓକୁ ବ୍ୟକ୍ତିଗତ ଭାବେ ୮.୯୯ ଡଲାର ପ୍ରତି ମାସକୁ ସବସ୍କ୍ରାଇବ କରାଯାଇ ପାରିବ । ଏହା ସହ କମ୍ପାନୀ ତରଫରୁ ପ୍ରତି ମାସ ଅତିରିକ୍ତ ୨.୯୯ ଡଲାର ହିସାବରେ ଏକ ନୂଆ ବିଜ୍ଞାପନ ମୁକ୍ତ ଅପସନ ପ୍ରଦାନ କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ ବିଜ୍ଞାପନ ମୁକ୍ତ ଷ୍ଟ୍ରିମିଙ୍ଗ ପାଇଁ ଲାଗୁ ନୂଆ ଶୁଳ୍କରେ ପ୍ରାଇମର ଦର ୧୮ ଡଲାରରୁ କମ ହୋଇଯିବ ଏବଂ ଷ୍ଟାଣ୍ଡଆଲୋନ ପ୍ରାଇମ ଭିଡିଓର ଦାମ ୧୨ ଡଲାର ରୁ କମ ହୋଇଯିବ । ସାମ୍ପ୍ରତିକ ପରିସ୍ଥିତିରେ ଅନ୍ୟ ପ୍ରତିଦ୍ବନ୍ଦୀ ଷ୍ଟ୍ରିମିଂ ସର୍ଭିସ କମ୍ପାନୀମାନେ ସବସ୍କ୍ରିପସନ ର ଦର ବଢାଇବା ସହ ବିଜ୍ଞାପନକୁ ଆଗକୁ ବଢାଉଛନ୍ତି । ଆମାଜନ ପ୍ରାଇମ ଭିଡିଓ ଗତ ବର୍ଷ ଆମାଜନ ଅରିଜିନାଲସ , ଲାଇଭ ସ୍ପୋର୍ଟସ ପ୍ରୋଗ୍ରାମିଂ ଓ ପ୍ରାଇମ ଭାବେ ସ୍ବତନ୍ତ୍ର ଭିଡିଓ କଣ୍ଟେଣ୍ଟ ଉପରେ ୭ ବିଲିୟନ ଡଲାରରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.