ETV Bharat / science-and-technology

8 ସହରରେ Airtel 5G Plus ସେବା ଆରମ୍ଭ - 5ଜି ସିମ୍ ସେବା

ଆଠଟି ସହରରେ 5G ପ୍ଲସ୍ ସେବା ଆରମ୍ଭ କଲା ଏୟାରଟେଲ୍(Airtel rolls out 5G Plus in 8 cities) ।

8 ସହରରେ Airtel 5G Plus ସେବା ଆରମ୍ଭ
8 ସହରରେ Airtel 5G Plus ସେବା ଆରମ୍ଭ
author img

By

Published : Oct 7, 2022, 6:48 AM IST

ନୂଆଦିଲ୍ଲୀ: ଆଠଟି ସହରରେ 5G ପ୍ଲସ୍ ସେବା ଆରମ୍ଭ କଲା ଏୟାରଟେଲ୍(Airtel rolls out 5G Plus in 8 cities) । ଭାରତର 8ଟି ସହରରେ ଗୁରୁବାର(ଅକ୍ଟୋବର 6) ଠାରୁ ଏହି ସେବା ଆରମ୍ଭ କରିଛି ଭାରତୀ ଏୟାରଟେଲ୍ । ଏୟାରଟେଲ 4G ସିମ୍ ବର୍ତ୍ତମାନ 5G ଭଳି କାର୍ଯ୍ୟକାରୀ ହେବ, ତେଣୁ ଉପଭୋକ୍ତାଙ୍କୁ ସିମ୍ କାର୍ଡ ବଦଳାଇବାକୁ ପଡିବ ନାହିଁ ବୋଲି କମ୍ପାନୀ କହିଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁରୀ, ନାଗପୁର ଏବଂ ବାରଣାସୀର ଗ୍ରାହକମାନେ ପର୍ଯ୍ୟାୟକ୍ରମେ ଏୟାରଟେଲ 5G ପ୍ଲସ ସେବାକୁ ଉପଭୋଗ କରିବା ଆରମ୍ଭ କରିବେ ବୋଲି କମ୍ପାନୀ କହିଛି ।

ଯେଉଁ ଗ୍ରାହକଙ୍କର 5G ସ୍ମାର୍ଟଫୋନ୍ ଅଛି, ସେବା ଅଧିକ ବ୍ୟାପକ ନହେବା ପର୍ଯ୍ୟନ୍ତ ସେମାନଙ୍କର ଡାଟା ପ୍ଲାନର ହାଇ ସ୍ପିଡ୍ ଏୟାରଟେଲ୍ 5 ଜି ପ୍ଲସ୍ ଉପଭୋଗ କରିବେ । ଭାରତୀ ଏୟାରଟେଲ ପରିଚାଳନା ନିର୍ଦ୍ଦେଶକ ତଥା CEO(Managing Director and CEO) ଗୋପାଲ ଭିତାଲ କହିଛନ୍ତି ଯେ, "ଆମର ଏହି ବ୍ୟବସ୍ଥା 5G ହ୍ୟାଣ୍ଡସେଟ ଏବଂ ବର୍ତ୍ତମାନ ଗ୍ରାହକ ବ୍ୟବହାର କରୁଥିବା ସିମ୍ ଉପରେ କାମ କରିବ । ଏୟାରଟେଲ 5 ଜି ପ୍ଲସ ଲୋକମାନଙ୍କର ଯୋଗାଯୋଗ, ଜୀବନଯାପନ, କାର୍ଯ୍ୟ ପ୍ରଣାଳୀକୁ ସୁଗମ କରିବ ।"

ଏୟାରଟେଲ 5G ପ୍ଲସ୍ ଏକ ଟେକ୍ନୋଲୋଜିରେ ଚାଲିଥାଏ, ଯେଉଁଥିରେ ସବୁଠାରୁ ବିକଶିତ ଇକୋସିଷ୍ଟମ ସହିତ ବିଶ୍ୱରେ ସର୍ବ ବୃହତ ବ୍ୟବହାରକାରୀ ଅଛନ୍ତି । ତେଣୁ ଭାରତର ସମସ୍ତ 5G ସ୍ମାର୍ଟଫୋନ୍ ଏୟାରଟେଲ ନେଟୱାର୍କରେ ନିରବଚ୍ଛିନ୍ନ ଭାବରେ କାମ କରିବ । ଏୟାରଟେଲ 5 ଜି ପ୍ଲସ୍ ହାଇ-ଡେଫିନେସନ୍ ଭିଡିଓ ଷ୍ଟ୍ରିମିଂ, ଗେମିଂ, ଚାଟିଂ, ଫଟୋ ଅପଲୋଡ୍ ଏବଂ ସୁପରଫାଷ୍ଟ ଆକ୍ସେସ୍ ଅନୁମତି ଦେବ । ଗତ ସପ୍ତାହରେ ଦେଶରେ 5Gର ଆନୁଷ୍ଠାନିକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ମାର୍ଟ ଫାର୍ମିଂ ସମାଧାନ ସହିତ ଜରୁରୀକାଳୀନ ପରିସ୍ଥିତିରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଭାରତୀ ଏୟାରଟେଲ ଏକ 5G ସଂଯୁକ୍ତ ଆମ୍ବୁଲାନ୍ସ ପ୍ରଦର୍ଶନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.