ETV Bharat / opinion

ଉତ୍ତରକାଶୀ ଟନେଲ ଟ୍ରାଜେଡି: ଦେବଭୂମିରେ କାହିଁକି ନିର୍ମାଣ ହେଉଛି ଏତେ ସଂଖ୍ୟକ ଟନେଲ ?

ପ୍ରାକୃତିକ ଦୁର୍ଘଟଣା ହେଉ କି ମନୁଷ୍ୟକୃତ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମେ କେତେ ପ୍ରସ୍ତୁତ ? ଉତ୍ତରକାଶୀ ଟନେଲ ଟ୍ରାଜେଡି ଏହାର ସତ୍ୟତାକୁ ସାମ୍ନାକୁ ଆଣିଛି । ଏହି ଦୁର୍ଘଟଣା ଏକ ପ୍ରକାର ଆମକୁ ଶିକ୍ଷା ଦେଇଛି ଯେ ଆମର ପ୍ରସ୍ତୁତି କିପରି ହେବା ଉଚିତ ? କାରଣ ଆଜିକୁ ୧୭ ଦିନ ହେବ ଟନେଲ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ତେବେ ଦେବଭୂମି ଉତ୍ତରାଖଣ୍ଡରେ କାହିଁକି ନିର୍ମାଣ ହେଉଛି ଏତେ ସଂଖ୍ୟକ ଟନେଲ ? ବାସ୍ତବରେ ଏହା କେତେ ଆବଶ୍ୟକ ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଛି । ପଢନ୍ତୁ ଏହି ପ୍ରସଙ୍ଗ ଉପରେ ଲେଖକ ଆର.ପିଙ୍କ ଆଲେଖ୍ୟ

Uttarkashi tunnel disaster raises many questions

author img

By ETV Bharat Odisha Team

Published : Nov 28, 2023, 5:39 PM IST

ଲେଖକ- ଆର. ପି ନୈଲୱାଲ

ହାଇଦ୍ରାବାଦ: ଉତ୍ତରକାଶୀ ଟନେଲ ଟ୍ରାଜେଡି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟବହୃତ ଯନ୍ତ୍ରପାତିର ପୋଲ୍‌ ଖୋଲିଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମେ କେତେ ପ୍ରସ୍ତୁତ ଓ ଏଥିରେ ବ୍ୟବହୃତ ପ୍ରଯୁକ୍ତିବିଦ୍ୟା କେତେ ଫଳପ୍ରଦ, ସେ ସମ୍ପର୍କରେ ଆଲୋଚନା କରିବାର ସମୟ ଆସିଛି । ଇତିମଧ୍ୟରେ ୧୭ ଦିନ ବିତିଗଲାଣି, ହେଲେ ଆମ ଶ୍ରମିକ ଭାଇମାନେ ଏବେ ବି ସେହି ଘନ ଅନ୍ଧକାରପୂର୍ଣ୍ଣ ଟନେଲ ଭିତରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଅଲଗା ଅଲଗା ବିଭାଗ ଲାଗି ପଡ଼ିଛି । କିନ୍ତୁ ସବୁ କିଛି ଫେଲ୍‌ ମାରିଛି । ଶେଷରେ ମାନୁଆଲ ଡ୍ରିଲିଂ କରାଯାଇ ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରିଛି ଉଦ୍ଧାରକାରୀ ଟିମ ।

ଗତ ନଭେମ୍ବର ୧୨ ତାରିଖଠାରୁ ଟନେଲ ଭିତରେ ଭୂସ୍ଖଳନ ହେବା ପରେ ଫସି ରହିଛନ୍ତି ୪୧ଜଣ ଶ୍ରମିକ । ଯେଉଁ ଟନେଲରେ ଶ୍ରମିକମାନେ ଫସି ରହିଛନ୍ତି, ତାହା ଚାରି ଧାମ ପ୍ରୋଜେକ୍ଟ ଅଧୀନରେ ନିର୍ମାଣ କରାଯାଉଛି । ଏହାକୁ ଇଞ୍ଜିନିୟରିଂ ପ୍ରକ୍ୟୁରମେଣ୍ଟ୍‌ ଆଣ୍ଡ୍‌ କନଷ୍ଟ୍ରକ୍ସନ୍‌ ମୋଡ୍‌ରେ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପକୁ ସଡ଼କ ପରିବହନ ଓ ହାଇୱେ ମନ୍ତ୍ରଣାଳୟ ବିଭାଗର ଅର୍ଥ ଯୋଗାଉଛି । ତେବେ ଟନେଲ୍‌ ଭିତରେ ୪୧ ଜୀବନ ଫସି ରହିଥିବା ବେଳେ ସାରା ଭାରତ ସେମାନଙ୍କର ସୁରକ୍ଷିତ ଉଦ୍ଧାର ଲାଗି ପ୍ରାର୍ଥନା କରୁଛି । ଆମର ପ୍ରସ୍ତୁତି କିପରି ହେବା ଉଚିତ ଏହି ଟନେଲ ଦୁର୍ଘଟଣା ଆମ ବିପର୍ଯ୍ୟୟ ପରିଚାଳନାକୁ ଉଚିତ ଶିକ୍ଷା ଦେଇଛି । କୌଣସି ବି ଏକ ଉପାୟ ବାହାର କରିବା ଦରକାର, ଯାହାକି ଏପରି ପରିସ୍ଥିତିରେ ତତ୍ପରତା ପ୍ରକାଶ କରି ଶୀଘ୍ର ସମସ୍ୟାର ସମାଧାନ କରିହେବ ।

ଏହା ବି ପଢନ୍ତୁ- ଆଜି ସନ୍ଧ୍ୟା 5ଟା ସୁଦ୍ଧା ଖୁସି ଖବର ! ଆଉ ମାତ୍ର 3 ମିଟର ଦୂରତା

ଏହା ସତ ଯେ, ଆଜି ପ୍ରତି ରାଜ୍ୟରେ ନିଜର ବିପର୍ଯ୍ୟୟ ପରିଚାଳନା ବିଭାଗ ରହିଛି । ରାଜ୍ୟର ଏହି ସ୍ବତନ୍ତ୍ର ବିଭାଗକୁ କେନ୍ଦ୍ରରୁ ମଧ୍ୟ ଅନୁଦାନ ମିଳେ । ହେଲେ ଯେତେବେଳେ ଆବଶ୍ୟକ ପଡ଼େ, ସେତେବେଳେ ଏହି ବିଭାଗ ସକ୍ରିୟ ହୁଏ । ଗଢ଼ୱାଲ ହିମାଳୟ କ୍ଷେତ୍ର କେତେ ସମ୍ବେଦନଶୀଳ ଅବସ୍ଥାରେ ରହିଛି ତାହା କାହାକୁ ଅଛପା ନାହିଁ । ଏହା ଦେଶର ଭୂମିକମ୍ପ ଜୋନର ୫ନଂ ସ୍ଥାନରେ ରହିଛି । ବର୍ଷା ଋତୁରେ ଏଠାରେ ସର୍ବାଧିକ ଭୂସ୍ଖଳନ ହୋଇଥାଏ । ଏଥିଲାଗି ସାଧାରଣ ଜନଜୀବନ ମଧ୍ୟ ପ୍ରଭାବିତ ହୁଏ । ଅକ୍ଟୋବର ୧୯୯୧ ଓ ୧୯୯୮ ମସିହାରେ ହୋଇଥିବା ଭୂମିକମ୍ପ ସମସ୍ତଙ୍କ ମନରେ ଏକ ଅଭୁଲା ସ୍ମୃତି ହୋଇ ରହିଛି । ଯେଉଁଥିରେ ଅକାଳରେ ଅନେକ ଜୀବନ ଯାଇଥିଲା । ଶତାଧିକ ଲୋକ ବାସହୀନ ହୋଇପଡ଼ିଥିଲେ ।

ବିକାଶ କରିବା ଦିଗରେ ଏହି ଅଞ୍ଚଳର ସ୍ଥିତି ଏବେ ଗମ୍ଭୀର ସ୍ଥିତିରେ ରହିଛି । ଗଙ୍ଗା ଓ ଯମୁନା ଭଳି ପବିତ୍ର ନଦୀ ଗଢୱାଲ ଅଞ୍ଚଳରୁ ଉତ୍ପନ୍ନ ହୋଇଛି । ଯୋଜନା କରୁଥିବା ବ୍ୟକ୍ତିମାନେ ଏହି ଅଞ୍ଚଳରେ ବି ହାଇଡ୍ରୋ ପାୱାର ପ୍ରଡକ୍ସନ୍‌ ସେଣ୍ଟର ସମ୍ପର୍କରେ ଚିନ୍ତା କରୁଛନ୍ତି । ସେଥିଲାଗି ନିକଟ ଭବିଷ୍ୟତରେ ଏହି ଅଞ୍ଚଳରେ ଶତାଧିକ ସୁଡଙ୍ଗ ଖୋଳାଯାଉଛି । ଏଥିଲାଗି ପାହାଡ଼କୁ କଟାଯାଇ ପାହାଡ ଉପରେ ସ୍ଲୋପ ତିଆରି ହେଉଛି । ୨୪୦୦ ମେଗାୱାଟର ତିହରି ଡ୍ୟାମ ଏହାର ଏକ ବଡ଼ ଉଦାହରଣ । ଏହି ଡ୍ୟାମ ନିର୍ମାଣ ଲାଗି ବର୍ଷ ବର୍ଷ ଧରି ଉକ୍ତ ଅଞ୍ଚଳରେ ରହି ଆସୁଥିବା ଲୋକଙ୍କୁ ନିଜ ଭିଟାମାଟି ଛାଡ଼ିବାକୁ ପଡ଼ିଥିଲା । ଆଉ ଜନବସତି ଉଠିଯିବା ପରେ ଏହି ଅଞ୍ଚଳରେ ଥିବା ଗାଁଗୁଡ଼ିକ ଅଥଳ ଜଳ ରାଶି ଭିତରେ ଲୀନ ହୋଇଯାଇଥିଲା ।

ଯଦି 'ଚାରି ଧାମ ପ୍ରକଳ୍ପ' ସମ୍ପର୍କରେ ଆଲୋଚନା କରିବା, ତେବେ କେବଳ ରେଳ ମନ୍ତ୍ରଣାଳୟ ଏଥିଲାଗି ୬୧ଟି ଟନେଲ ଓ ୫୯ଟି ନୂଆ ପୋଲ ନିର୍ମାଣ କରିଛି । ଗଢୱାଲ ଭଳି ସମ୍ବେଦନଶୀଳ ସ୍ଥାନରେ ପାହାଡ଼ ଅଞ୍ଚଳରେ ଚଟାଣକୁ କଟାଯାଇଛି । ରେଲୱେ ଟନେଲ ବ୍ୟତୀତ ପାହାଡ଼ରେ ଡ୍ରିଲିଂ କରାଯାଇ ୭୫୦ ମିଟର ଲମ୍ବା ସୁଡ଼ଙ୍ଗ ନିର୍ମାଣ କରାଗଲା । ଆପଣ ଜାଣିଥିବେ କିଛି ମାସ ପୂର୍ବରୁ ଚମୋଲି ଜିଲ୍ଲାର ଯୋଶୀମଠ ସମସ୍ତ ଗଣମାଧ୍ୟମ ସଂସ୍ଥାର ହେଡଲାଇନ ପାଲଟିଥିଲା । ସୂଚନା ଅନୁସାରେ ୩୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିବାକୁ ଥିବା ବିଷ୍ଣୁପ୍ରୟାଗ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଲାଗି ୧୨ କିମି ସୁଡଙ୍ଗ ଖୋଳାଯାଇଥିଲା । ଯେଉଁ କାରଣରୁ ଯୋଶୀମଠ ଦବିବାକୁ ଲାଗିଥିଲା । ଏହା NTPCର ପ୍ରକଳ୍ପ ଥିଲା ।

ଏହା ବି ପଢନ୍ତୁ- ଯୋଶୀମଠ ମାଟି ଧସିବା ଘଟଣା, ୧୯୭୬ ମସିହାରେ କରାଯାଇଥିଲା ପୂର୍ବାନୁମାନ

ୱଦିଆ ଇନିଷ୍ଟିଚ୍ୟୁଟ ଅଫ୍‌ ହିମାଳୟାନ ଜିଓଲୋଜି (WHG)ର ପୂର୍ବତନ ବୈଜ୍ଞାନିକ ଡଃ ଏନଏସ ଭିର୍ଦ୍ଦି ଓ ଡଃ ଏକେ ମହାଜନ କହିଥିଲେ ଯେ କେବଳ ଗଙ୍ଗା ବେସିନରେ ୧୫୦କିମି ଟନେଲ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଏହି ସମସ୍ତ ଟନେଲ ହାଇଡ୍ରୋ ପ୍ରକଳ୍ପ ଲାଗି ନିର୍ମାଣ କରାଯାଉଛି । କିଛି ଟନେଲର ନିର୍ମାଣ ଶେଷ ହୋଇସାରିଥିବା ବେଳେ ଆଉ କିଛି ଟନେଲ ବାକି ରହିଛି । ଟନେଲ ନିର୍ମାଣ ଲାଗି ତରବରିଆ ଭାବେ ବିସ୍ଫୋରଣ କରାଯାଉଛି । ଏହାଦ୍ବାରା ପରିବେଶ ଉପରେ କେତେ ମାତ୍ରାରେ କୁପ୍ରଭାବ ପଡୁଛି, ତାହା ସହଜରେ ଅନୁମେୟ । ଜଙ୍ଗଲ, ବନ୍ୟଜନ୍ତୁ, ଟୋପ୍ରୋଗ୍ରାଫି ସବୁ କିଛି ଏହାଦ୍ବାରା ପ୍ରଭାବିତ ହେଉଛି । ଏପରି ପ୍ରକାର ବିକାଶକୁ ସହଜରେ ଗ୍ରହଣ କରାଯାଇପାରିବ ନାହିଁ । ଏହି ସ୍ଥିତି ଉପରେ ଗମ୍ଭୀର ଭାବେ ବିଚାର କରାଯିବା ଆବଶ୍ୟକ ।

ଏବେ ସମୟ ଆସିଛି ସମ୍ପର୍ଣ୍ଣ ଉତ୍ତରାଖଣ୍ଡର ବୈଷୟକି ସର୍ବେକ୍ଷଣ ବା ଟେକ୍ନିକାଲ ସର୍ଭେ କରାଯିବା ଉଚିତ । ଏଥିରେ ଇଞ୍ଜିନିୟର ଓ ଭୂ-ବୈଜ୍ଞାନିକ ସାମିଲ ହେବା ଉଚିତ । ୧୯୯୧ ଅକ୍ଟୋବର ୨୨ ତାରିଖରେ ଉତ୍ତରାଖଣ୍ଡରେ ଭୟଙ୍କର ଭୂକମ୍ପ ହେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିବି ନରସିଂହ ରାଓ ଏଭଳି ସର୍ଭେ କରିବା ଲାଗି ପ୍ରତିଶୃତି ଦେଇଥିଲେ । ହେଲେ ଆଜିକୁ ୩୦ ବର୍ଷ ବିତିଯାଇଥିଲେ ସୁଦ୍ଧା, ଏହି ସର୍ଭେ ସମ୍ପର୍କରେ କେହି ଆଲୋଚନା ବି କରିନାହାନ୍ତି ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.