ETV Bharat / opinion

18th G-20 Summit: ସମ୍ମିଳନୀରୁ କଣ ହାସିଲ କଲା ଭାରତ ? ପଢନ୍ତୁ ପୂର୍ବତନ ରାଷ୍ଟ୍ରଦୂତଙ୍କ ଆଲେଖ୍ୟ

ଜି-୨୦ ସମ୍ମିଳନୀରୁ କଣ ହାସଲ କଲା ଭାରତ ? ଦିଲ୍ଲୀରେ ଆୟୋଜିତ ମହାଶକ୍ତିଙ୍କ ମହାକୁମ୍ଭର ନିଷ୍କର୍ସ କଣ ବାହାରିଲା ? ପଢନ୍ତୁ ପୂର୍ବତନ ରାଷ୍ଟ୍ରଦୂତ ଜେକେ ତ୍ରିପାଠୀଙ୍କ ଏହି ଆଲେଖ୍ୟ

Etv Bharat
Etv Bharat
author img

By ETV Bharat Odisha Team

Published : Sep 12, 2023, 6:16 PM IST

ଜେକେ ତ୍ରିପାଠୀ, ପୂର୍ବତନ ରାଷ୍ଟ୍ରଦୂତ

ଭାରତ ଅଧ୍ୟକ୍ଷତାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଫଳତାର ସହ ଶେଷ ହୋଇଛି ୧୮ତମ ଜି-୨୦ ସମ୍ମିଳନୀ । ସମ୍ମିଳନୀର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ ରାଷ୍ଟ୍ରପତି ଲୁଇସ ଇଗ୍ନାସିଓ ଲୁଲା ଡା ସିଲଭାଙ୍କୁ ଜି-୨୦ ଅଧ୍ୟକ୍ଷତା ହସ୍ତାନ୍ତର କରିଛନ୍ତି । ଦିଲ୍ଲୀରେ ବସିଥିବା ୧୮ତମ ଜି-୨୦ ସମ୍ମିଳନୀରୁ ଭାରତକୁ କଣ ହାସିଲ ହୋଇଛି ? ଏହି ସମ୍ମିଳନୀର ନିଷ୍କର୍ସ କଣ ? ସେ ନେଇ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ପୂର୍ବତନ ରାଷ୍ଟ୍ରଦୂତ ଜେକେ ତ୍ରିପାଠୀ ।

ଗତବର୍ଷ ନଭେମ୍ବରରେ ଭାରତ ଇଣ୍ଡୋନେସିଆଠାରୁ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିଥିଲା । ଏହାପରେ ସଂଗଠନ ଉପରେ ବିଫଳତାର ଖଣ୍ଡା ଲଟକିଥିଲା । ଋଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ବି ୨ ପକ୍ଷଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି । ବୈଶ୍ବିକ ବିଶେଷଜ୍ଞ ଆକଳନ କରିଥିଲେ ଯେ ୧୮ତମ ଜି୨୦ ଶିଖର ସମ୍ମିଳନୀରେ ଏହା ଉପରେ ପ୍ରସ୍ତାବ ଆସିବ । ହେଲେ ଏହାର କୌଣସି ନିଷ୍କର୍ସ ବାହାରି ପାରିବ ନାହିଁ । ଏହାପରେ ଭାରତର ଅଧ୍ୟକ୍ଷତାକୁ ନେଇ ପ୍ରଶ୍ନ ଉଠିବ । ଦେଶ ସମାଲୋଚିତ ହେବ ।

ଏହାର ସଙ୍କେତ ସେତେବେଳେ ମିଳିଯାଇଥିଲା ଯେତେବେଳେ ନାଟୋ ଦେଶ ଓ ଋଷିଆ-ଚୀନ ମଧ୍ୟରେ ଅସହମତି ଯୋଗୁଁ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ କୌଣସି ମିଳିତ ଘୋଷଣା କରାଯାଇନଥିଲା । ଚଳିତ ବର୍ଷ ପ୍ରାରମ୍ଭରୁ ଶ୍ରୀନଗରରେ ଆୟୋଜିତ ଜି-୨୦ ପର୍ଯ୍ୟଟନ ବୈଠକରେ ଚୀନ, ସାଉଦି ଆରବ, ଇଜିପ୍ଟ, ୟୁଏଇର ଅନୁପସ୍ଥିତି ଏଭଳି ବିଚାରଧାରାକୁ ଅଧିକ ବଳ ଯୋଗାଇଥିଲା ।

ଏହା ପରେ ବି 'ଭଏସ୍ ଅଫ୍ ଦି ସାଉଥ୍' ଶୀର୍ଷକରେ 125 ବିକାଶଶୀଳ ଦେଶକୁ ନେଇ ଏକ ଭର୍ଚ୍ଚୁଆଲ ବୈଠକ ଡାକି ଭାରତ ଚତୁରତାର ସହ ଏହାର ଅଧ୍ୟକ୍ଷତା ଆରମ୍ଭ କରିଥିଲା । ଏହି ବୈଠକ ସହ ଏହି ଦେଶଗୁଡିକୁ ନିଜ ଚିନ୍ତାଧାରା ପରିପ୍ରକାଶ ପାଇଁ ଏକ ପ୍ଲାଟଫର୍ମ ମିଳିଥିଲା । ଭାରତ ୬୦ରୁ ଅଧିକ ସହରରେ ୩ଟି କ୍ଷେତ୍ର ଶେର୍ପା, ଫାଇନାନ୍ସ ଏବଂ ଏନଜିଓ ଅଧୀନରେ ପ୍ରାୟ ୨୩୦ରୁ ଅଧିକ ବୈଠକର ଆୟୋଜନ କରିଥିଲା । ୬୦ରୁ ଅଧିକ ସହରରେ ଭାରତୀୟ ଅଂଶଗ୍ରହଣକାରୀଙ୍କ ବ୍ୟତୀତ ୧ ଲକ୍ଷରୁ ଅଧିକ ବିଦେଶୀ ପ୍ରତିନିଧୀ ଏଥିରେ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ଏକାଡେମିକ୍, ଟେକ୍ନୋକ୍ରାଟ୍, ବିଜନେସ ଟାଇକନ୍, ସାମାଜିକ କାର୍ଯ୍ୟକର୍ତ୍ତା, ଅର୍ଥନୀତିଜ୍ଞ, ଥିଙ୍କ ଟ୍ୟାଙ୍କ, ଏନଜିଓ ଓ ବିଭିନ୍ନ କ୍ଷେତ୍ରର ଅଧିକାରୀ ଯୋଗ ଦେଇଥିଲେ।

ଶିଖର ସମ୍ମିଳନୀର ଏକ ସପ୍ତାହ ପୂର୍ବରୁ ଉଭୟ ଯୁଦ୍ଧ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିଲେ । ଏଥିଲାଗି ସମଗ୍ର ଶିଖର ସମ୍ମିଳନୀ ଅସଫଳ ହେବାର ସମ୍ଭାବନା ରହିଥିଲା । ୱେଷ୍ଟର୍ଣ୍ଣ ବ୍ଲକ୍‌ (ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା କିମ୍ବା ଋଷ ବିରୁଦ୍ଧରେ ଆମେରିକା ଏବଂ ନାଟୋ ସହିତ ମିଳିତ ଶକ୍ତି) ଚାହୁଁଥିଲା ଯେ ମିଳିତ ଜାତିସଂଘ ଚାର୍ଟର ତଥା ଅନ୍ତର୍ଜାତୀୟ ନିୟମର ଉଲ୍ଲଙ୍ଘନ କରିଥିବା ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ଋଷ ଏବଂ ବାରମ୍ବାର ୟୁକ୍ରେନକୁ ପରମାଣୁ ଆକ୍ରମଣ ଧମକ ଦେବା ଲାଗି ସମ୍ମିଳନୀରେ ନିନ୍ଦା ପ୍ରସ୍ତାବ ଆସୁ । ହେଲେ ଋଷ-ଚୀନର ସମର୍ଥକ ଋଷକୁ ଭିଲେନ ସଜାଇବା ଲାଗି ପ୍ରସ୍ତୁତ ନଥିଲା । ଯଦି ଋଷକୁ ଏଠାରେ ଖଳନାୟକ ସଜା ଯାଇଥାନ୍ତା, ତେବେ ଚୀନ ମଧ୍ୟ ୧୯୪୫ରେ ହିରୋଶିମା ଓ ନାଗାଶାଖି ଉପରେ ଆମେରିକାର ପରମାଣୁ ବୋମା ପ୍ରସଙ୍ଗ ଉଠାଇଥାନ୍ତା । ଏଠାରେ ଉଭୟ ପକ୍ଷକୁ ହ୍ୟାଣ୍ଡେଲ କରିବା ନିଶ୍ଚିତ ଭାରତ ପକ୍ଷେ କଷ୍ଟସାଧ୍ୟ ଥିଲା ।

ଏସବୁ ପରେ ମଧ୍ୟ ଭାରତ ତାହା କରି ଦେଖାଇଥିଲା, ଯାହାକି କେହି କେବେ କଳ୍ପନା ବି କରିନଥିଲେ । ସେପ୍ଟେମ୍ବର ୯ ତାରିଖ ୪.୩୦ ପର୍ଯ୍ୟନ୍ତ ସମସ୍ତ ପକ୍ଷ ସହିତ ଭାରତ କୂଟନୈତିକ ସ୍ତରରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲା । ଏହାପରେ ଜି-୨୦ ସମସ୍ତ ରାଷ୍ଟ୍ରଙ୍କ ପୂର୍ଣ୍ଣ ସହମତିରେ ଦିଲ୍ଲୀ ଘୋଷଣାନାମା ଜାରି ହୋଇଥିଲା । ଏହି ଉଲ୍ଲେଖନୀୟ ସଫଳତାର ଶ୍ରେୟ ଭାରତୀୟ ଶେର୍ପା ଅମିତାଭ କାନ୍ତ ଓ ଡ. ଏସ ଜୟଶଙ୍କରଙ୍କ ମାର୍ଗଦର୍ଶନ ଏବଂ ଭାରତୀୟ ବୈଦେଶିକ ସେବା ବିଭାଗର ୪ଜଣ ପ୍ରତିଷ୍ଠିତ ଅଧିକାରୀ ଟିମର ଅକ୍ଲାନ୍ତ ପରିଶ୍ରମକୁ ଦିଆଯାଇଛି । ଏହାର ସଙ୍କେତ ସେତେବେଳେ ମିଳିଥିଲା ଯେତେବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସମସ୍ତ ପ୍ରୋଟୋକଲ ଭାଙ୍ଗି ବିମାନବନ୍ଦରରୁ ସିଧା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ।

ଜି-୨୦ ସମ୍ମିଳନୀରେ ସର୍ବସମ୍ମତି କ୍ରମେ ଜାରି ହୋଇଥିବା ଦିଲ୍ଲୀ ଘୋଷଣାନାମାରେ ନା 'ଋଷ'ର ଶବ୍ଦ ବ୍ୟବହାର ହୋଇଥିଲା ନା 'ଆକ୍ରମଣ' ଶବ୍ଦ ଉଲ୍ଲେଖ ରହିଥିଲା । ଏହାକୁ ନାଟୋ (NATO)ର ପରାଜୟ ଭାବେ ଗ୍ରହଣ କରାଯାଇପାରେ । ଏହାସହ ପ୍ରତିଟି ଦେଶର ସଂପ୍ରଭୁତା ଓ ଅଖଣ୍ଡତାକୁ ସମ୍ମାନ ଜଣାଇବା ଲାଗି ଆହ୍ବାନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏକ ସଫଳ ଶିଖର ସମ୍ମିଳନୀ ଭାବରେ ବର୍ଣ୍ଣନା କରିଥିଲା ଋଷ । ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ 'ବୈଶ୍ବିକ ସଂସ୍ଥାଗୁଡ଼ିକୁ ଗଣତାନ୍ତ୍ରିକ କରିବା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାରୁ' ଭାରତକୁ ଧନ୍ୟବାଦ ଜଣାଇବା ସହ ଏହା ଋଷର ବିଜୟ ବୋଲି କହିଥିଲେ ।

ଅନ୍ୟପଟେ ଏହି ଘୋଷଣାନାମାକୁ ନିଜ ଦୃଷ୍ଟିକୋଣରୁ ଦେଖି ଫ୍ରାନ୍ସ ରାଷ୍ଟ୍ରପତି ଭାରତର ଭୂମିକାକୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିବା ବେଳେ କହିଥିଲେ ଯେ 'ଜି-୨୦ ପୁଣି ଥିରେ ଋଷର ମନମାନିକୁ କ୍ଷମା ଦେଇଛି' । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ବିଶ୍ବନେତାମାନେ ମଧ୍ୟ ଏହି ସମ୍ମିଳନୀକୁ ସଫଳ ବୋଲି କହିଛନ୍ତି । ଯଦି ଏହି ପ୍ରଶ୍ନ ଉଠେ ଯେ ଭାରତ ଏହି ଆୟୋଜନକୁ ନେଇ କେତେ ଖର୍ଚ୍ଚ କରିଛି ଓ ଏଥିରୁ କଣ ଲାଭ ହୋଇଛି ? ତେବେ ସରକାରୀ ସୂତ୍ର ଅନୁସାରେ ଆୟୋଜନ ସ୍ଥଳ ଭାରତ ମଣ୍ଡପମ ନିର୍ମାଣ ଲାଗି ଭାରତ ୨୭୦୦ କୋଟି ଟଙ୍କା ଖର୍ଚ୍ଚ କରିଛି । ଯାହାକି ଅନ୍ୟ ରାଷ୍ଟ୍ରରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀର ଖର୍ଚ୍ଚଠୁ କମ ।

୧୮ତମ ଜି-୨୦ ସମ୍ମିଳନୀରେ ଭାରତ ଅଧ୍ୟକ୍ଷତାରେ ଆଉ ଏକ ବଡ଼ ଉବଲବ୍ଧି ହେଉଛି ଆଫ୍ରିକୀୟ ସଂଘ ଏହାର ସଦସ୍ୟତା ଗ୍ରହଣ କରିବା । ଏଥିଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ମୋଦିଙ୍କ 'ନିର୍ଣ୍ଣାୟକ ନେତୃତ୍ବ ଏବଂ ଗ୍ଲୋବାଲ ସାଉଥ୍ର ସ୍ବରକୁ ବୃଦ୍ଧି' ପାଇଁ ପ୍ରଶଂସା କରିଛନ୍ତି । ଫ୍ରାନ୍ସ, ଜର୍ମାନ ଏବଂ ବ୍ରାଜିଲର ନେତାମାନେ ଏହି ଘଟଣା ଏବଂ ଏହାର ଫଳାଫଳ ଦଲିଲକୁ ପ୍ରଶଂସା କରିଥିଲେ । ଯାହାକି ଜି-୨୦ ସମ୍ମିଳନୀରେ ଭାରତ ଅଧ୍ୟକ୍ଷତାର ସଫଳତାକୁ ଦର୍ଶାଇଛି ।

ଭାରତ ଅନ୍ୟ ୩ଟି ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ମଧ୍ୟ ମିଳିଛି । ପ୍ରଥମଟି ହେଉଛି ସବୁଜ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଭାରତର ପରିବେଶ ସୁରକ୍ଷାରେ ଦ୍ରୁତ ଗତିରେ ପରିବର୍ତ୍ତନ ଆସିବାକୁ ନେଇ ଭାରତକୁ ସମର୍ଥନ କରିବା ଲାଗି ଭାରତ-ଆମେରିକା ମିଳିତ ପାଣ୍ଠି ଗଠନ କରିବାକୁ ନିଷ୍ପତ୍ତି ନିଆଗଲା । ଦ୍ବିତୀୟରେ ବ୍ରାଜିଲ, ଭାରତ ଏବଂ ଯୁକ୍ତରାଷ୍ଟ୍ରର ୮୦% ରୁ ଅଧିକ ଅଂଶ ସହିତ 'ଗ୍ଲୋବାଲ୍ ବାୟୋ-ଇନ୍ଧନ ଆଲାଇନ୍ସ' ଆରମ୍ଭ ହୋଇଛି । ବିଦେଶ ମନ୍ତ୍ରଣାଳୟ ଅନୁସାରେ ଏହି ମେଣ୍ଟ ଦ୍ବାରା ସ୍ଥାୟୀ ଜୈବ ଇନ୍ଧନର ଉପଯୋଗର ବହୁଳ ବ୍ୟବହାର କରାଯିବ । ଏହି ମେଣ୍ଟରେ ଅନ୍ୟ କିଛି ଦେଶ ମଧ୍ୟ ସାମିଲ ହେବା ଲାଗି ଇଚ୍ଛା ପ୍ରକଟ କରିଥିବା ଜଣାପଡ଼ିଛି ।

ଭାରତ ପାଇଁ ତୃତୀୟ ତଥା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧ ହେଉଛି ୟୁଏଇ, ସାଉଦି ଆରବ, ଜୋର୍ଡାନ, ଇସ୍ରାଏଲ, ଇଟାଲୀ ଏବଂ ଗ୍ରୀସ ମାଧ୍ୟମରେ ଭାରତରୁ ଆମେରିକାକୁ 'ସମୁଦ୍ର-ରେଳ-ପରିବହନ କରିଡର' ସୃଷ୍ଟି । ଏହା କେବଳ ସାମଗ୍ରୀ ପରିବହନ ପାଇଁ ନିଆଯାଇଥିବା ସମୟକୁ ହ୍ରାସ କରିବ ନାହିଁ ବରଂ ଅଧିକ ଖର୍ଚ୍ଚକୁ ହ୍ରାସ କରିପାରିବ ।

ପରିଶେଷରେ, ଏହି ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଆଉ ଏକ ସଫଳତା ଥିଲା । ଯାହାକି ବିଶ୍ବରେ ଭାରତର ବୃଦ୍ଧି ପାଉଥିବା ଗ୍ରହଣୀୟତାର ଏକ ପ୍ରମାଣ । ନୂଆ ବିଶ୍ବ ଗଠନରେ ଭାରତର ଭୂମିକାକୁ ଦର୍ଶାଇଥାଏ ।

ଲେଖକଙ୍କ ସମ୍ପର୍କରେ.. (ଜେକେ ତ୍ରିପାଠୀ ହେଉଛନ୍ତି ଅବସରପ୍ରାପ୍ତ ଭାରତୀୟ ବୈଦେଶିକ ସେବା ଅଧିକାରୀ । କୂଟନୈତିକ ସ୍ତରରେ ୩୩ ବର୍ଷର ଅଭିଜ୍ଞତା ରହିଛି । ପୂର୍ବତନ ରାଷ୍ଟ୍ରଦୂତ ଜେକେ ତ୍ରିପାଠୀଙ୍କର ଆଫ୍ରିକା, ୟୁରୋପ, ମଧ୍ୟ ପୂର୍ବ ଏବଂ ଲାଟିନ ଆମେରିକାରେ ବିସ୍ତୃତ ଅଭିଜ୍ଞତା ଅଛି । ସେ ନିଜ ଚାକିରି ମଧ୍ୟରେ ଜାମ୍ବିଆ, ମାଳଦ୍ବୀପ, ହଙ୍ଗେରୀ, ସ୍ବିଡେନ, ଭେନେଜୁଏଲା ଏବଂ ଓମାନରେ କାର୍ଯ୍ୟ କରିଛନ୍ତି । )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.