ETV Bharat / opinion

'ପ୍ରେସ୍ ସ୍ବାଧୀନତା ଉପରେ ଝୁଲୁଛି ବିପଦର ଖଣ୍ଡା'

Press Freedom: ସାମ୍ବିଧାନିକ ପ୍ରତୀକ ଭାବେ ବିବେଚନା ହେଉଥିବା ଗଣମାଧ୍ୟମର ଭବିଷ୍ୟତ ଏବେ ବିପଦଘେରକୁ ଟାଣି ହୋଇଯାଉଛି । ମାଲାୟାଲମ ନ୍ୟୁଜ୍ ଚ୍ୟାନେଲ ଉପରେ ଲଗାଯାଇଥିବା ନିଷେଧାଦେଶକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 10, 2024, 6:05 PM IST

press freedom
ଗଣତନ୍ତ୍ରର ସ୍ବାଧୀନତା

ଅନୁବାଦକ: କେଏଲଏନ ପ୍ରାଣଭି

ହାଇଦ୍ରାବାଦ: ଗତବର୍ଷ ମାଲାୟାଲମ ନ୍ୟୁଜ୍ ଚ୍ୟାନେଲ ଉପରେ ଲଗାଯାଇଥିଲା ନିଷେଧାଦେଶ । ଯାହାର ଶୁଣାଣି କରି ଏହି ନିଷେଧାଦେଶ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଗଣତନ୍ତ୍ରର ମୁହଁ ବନ୍ଦ କରିବାକୁ ସରକାର ନେଇଥିବା ନିଷ୍ପତ୍ତିକୁ ଭର୍ତ୍ସନା କରିଛନ୍ତି । ଦ ପ୍ରେସ୍ ଆଣ୍ଡ ପିରିୟୋଡିକାଲସ ରେଜିଷ୍ଟ୍ରେସନ ଆକ୍ଟ (The Press and Periodicals Act)ର ମୋଦି ସରକାର ଉଲ୍ଲଂଘନ କରିଥିବା ଦର୍ଶାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କୋର୍ଟ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ଗତ ୧୫୫ ବର୍ଷ ଧରି ପ୍ରଚଳିତ ହୋଇଆସୁଥିବା ଆଇନର ପରିବର୍ତ୍ତନ କରାଯାଇଛି । କର୍ପୋରେଟ୍ ପରିଚାଳନା ଓ ପ୍ରେସ ସ୍ବାଧୀନତା ଏହି ନୂଆ ଆଇନରେ ଅନ୍ତର୍ଭୁକ୍ତ ରହିଛି ।

ଗତ ସାଢ଼େ ୩ ବର୍ଷ ତଳେ, କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ ହୋଇଥିଲା । ଯେଉଁଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇ ଦର୍ଶାଯାଇଥିଲା ଯେ, ସାମ୍ବାଦିକତାର ସ୍ବାଧୀନତାକୁ ଆମେ ସମ୍ମାନ କରୁଛୁ । କିନ୍ତୁ ଆତ୍ମ ନିୟନ୍ତ୍ରଣ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏଣୁ ସାମ୍ବାଦିକମାନଙ୍କୁ ସମାଜ ପ୍ରତି ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି । କାରଣ ଗଣତନ୍ତ୍ରର ସ୍ତମ୍ଭକୁ ମଜବୁତ କରିବାରେ ସାମ୍ବାଦିକଙ୍କ ଭୂମିକା ରହିଥାଏ । ହେଲେ ଅନେକ ସମୟରେ ଭୁଲ ତଥ୍ୟ ପ୍ରସାରଣ କରାଯାଉଥିବା ଅଭିଯୋଗ ହୋଇଥିଲା ।

ଅପରପକ୍ଷେ, ଦେଖିବାକୁ ଗଲେ ୟୁପିଏ ସରକାର ସମୟରେ ବିଜେପିର ଥିବା ଆଭିମୁଖ୍ୟ ଆଉ ବର୍ତ୍ତମାନର ମତରେ ପରିବର୍ତ୍ତନ ଆସିଛି । ପୂର୍ବରୁ କଂଗ୍ରେସ ସରକାର ସମୟରେ ଗଣମାଧ୍ୟମର ନିୟମାବଳୀକୁ କଡ଼ାକଡ଼ି କରିବା ନେଇ ସ୍ବର ଉଠାଇଥିବା ବିଜେପି ବର୍ତ୍ତମାନ ୟୁ-ଟର୍ଣ୍ଣ ନେଇଥିବା ଚର୍ଚ୍ଚା ହେଉଛି । ଆଉ କେତେକ ଚ୍ୟାନେଲ ସରକାରଙ୍କ ହାତବାରିସି ସାଜିଛନ୍ତି । ଫଳରେ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଚାଟୁକାରିତା କରିବାକୁ ପଛାଉ ନାହାନ୍ତି । ଯାହା ଗଣତନ୍ତ୍ର ପାଇଁ ବିପଦ ଆଣିଦେଇଛି । ଯେଉଁଥିପାଇଁ ଗ୍ଲୋବାଲ ପ୍ରେସ୍ ଫ୍ରିଡମ ସୂଚକାଙ୍କରେ ଭାରତ ବର୍ତ୍ତମାନ ୧୬୧ତମ ସ୍ଥାନକୁ ଖସି ଆସିଛି । ୧୮୦ଟି ଦେଶ ମଧ୍ୟରୁ ଭାରତ ୧୬୧ ତମ ସ୍ଥାନରେ ରହିଛି ।

ଏହା ମଧ୍ୟ ପଢନ୍ତୁ...ଏପି ଲ୍ୟାଣ୍ଡ ଟାଇଟଲିଂ ଆକ୍ଟ 2022; ବର୍ତ୍ତମାନର ନ୍ୟାୟିକ ବ୍ୟବସ୍ଥାକୁ କରିବ କ୍ଷୁର୍ଣ୍ଣ !

ଜନତାଙ୍କ ମୁକ୍ତ ସ୍ବର ହେଉଛି ଗଣତନ୍ତ୍ରର ପ୍ରତୀକ । ସାମ୍ବିଧାନିକ ପ୍ରତୀକ ଭାବେ ବିବେଚନା ହେଉଥିବା ଗଣମାଧ୍ୟମର ଭବିଷ୍ୟତ ଏବେ ବିପଦଘେରକୁ ଟାଣି ହୋଇଯାଉଛି । ତେଣୁ ଗଣମାଧ୍ୟମର ସ୍ବରକୁ ଅଯଥାରେ ଚାପି ଦେବାର ଉଦ୍ୟମ କରାଯିବା ଘଟଣାକୁ ନିନ୍ଦା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ଜନତାଙ୍କ ସ୍ବର ସାଜିବା ଦିଗରେ ଗଣମାଧ୍ୟମଙ୍କୁ ସଜାଗ ହେବା ପାଇଁ ପରାମର୍ଶ ଦେଇଛନ୍ତି । ସମସ୍ତ ନାଗରିକଙ୍କୁ ନିଜର ସ୍ବାଧୀନତା ପାଇଁ ଲଢେଇ କରିବାକୁ ଆହ୍ୱାନ କରିଛନ୍ତି ସୁପ୍ରିମକୋର୍ଟ ।

(ଏହା ଲେଖକଙ୍କର ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.