ETV Bharat / opinion

ମଧ୍ୟପ୍ରାଚ୍ୟ ବିବାଦ; ଆଞ୍ଚଳିକ ଯୁଦ୍ଧର ରୂପ ନେବ କି ? - ମଧ୍ୟପ୍ରାଚ୍ୟ ବିବାଦ

Middle East Conflict: ଇରାନ ସିଧାସଳଖ ଇସ୍ରାଏଲ-ହମାସ ଯୁଦ୍ଧରେ ସାମିଲ ହେଉନାହିଁ । ହେଲେ ପାଲେଷ୍ଟାଇନ, ଇରାକ, ଲେବାନନ, ୟେମେନ ଏବଂ ସିରିଆରେ ଥିବା ଆତଙ୍କୀ ଗୋଷ୍ଠୀକୁ ସମର୍ଥନ କରୁଛି । ତେବେ ମଧ୍ୟପ୍ରାଚ୍ୟ ବିବାଦ ଏକ ଆଞ୍ଚଳିକ ଯୁଦ୍ଧର ରୂପ ନେବ କି ? ଏହା ଉପରେ ପଢନ୍ତୁ ଡଃ ରାଭେଲା ଭାନୁ କ୍ରୀଷ୍ଣା କିରନଙ୍କ ଏହି ଆଲେଖ୍ୟ

Middle East Conflict
Middle East Conflict
author img

By ETV Bharat Odisha Team

Published : Jan 13, 2024, 10:33 PM IST

ଲେଖକ- ଡଃ ରାଭେଲା ଭାନୁ କ୍ରୀଷ୍ଣା କିରନ

ହାଇଦ୍ରାବାଦ: ଗତ କିଛି ମାସ ଧରି ଇସ୍ରାଏଲ, ପାଲେଷ୍ଟାଇନ, ସିରିଆ, ଲେବନାନ, ଇରାନ ଓ ଇରାକରେ କ୍ରମାଗତ ଭାବେ ଆକ୍ରମଣ ହେଉଛି । ମଧ୍ୟ ପ୍ରାଚ୍ୟ ବିବାଦ ଧିରେ ଧିରେ ଆଞ୍ଚଳିକ ଯୁଦ୍ଧର ରୂପ ନେବ ବୋଲି ଚର୍ଚ୍ଚା ହେଲାଣି । ହମାସ ଆତଙ୍କବାଦୀ ଗୋଷ୍ଠୀ ଗତବର୍ଷ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହଠାତ ଆକ୍ରମଣ କରିଥିଲା । ଏଥିରେ ୧୨୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆତଙ୍କୀ ଗୋଷ୍ଠୀ ୨୪୦ ଜଣଙ୍କୁ ଅପହରଣ କରିଥିଲା । ଏହାର ପ୍ରତି ଜବାବରେ ଶକ୍ତିଶାଳୀ ଇସ୍ରାଏଲ ମିସାଇଲ ମାଡ଼ କରିବା ପରେ ଗାଜାରେ ମୃତ୍ୟୁ ସଂଖ୍ୟା ୨୨ ହଜାରରେ ପହଞ୍ଚିଛି ।

୨୦୨୩ ଡିସେମ୍ବର ୨୫ରେ ଇରାନର ରିଭୋଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି)ର ଅନ୍ୟତମ କମାଣ୍ଡର ସେୟଦ ରଜି ମୌସଭିକୁ ହତ୍ୟା କରାଯାଇଥିଲା । ଚଳିତ ବର୍ଷ ଜାନୁଆରୀ ୨ରେ ହମାସର ଡେପୁଟି ନେତା ଅଲ-ଅରୁରି ସମେତ ୬ ଜଣଙ୍କୁ ବେରୁଟଠାରେ ଡ୍ରୋନ ଆକ୍ରମଣ ଦ୍ବାରା ହତ୍ୟା କରାଯାଇଥିଲା । ଜାନୁଆରୀ ୩ରେ ଇରାନରେ କାସିମ ସୋଲେମାନିଙ୍କ (ଇରାନର ସ୍ବର୍ଗତ ମିଲିଟାରୀ କମାଣ୍ଡର ଯିଏ କି ୨୦୧୯ ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍ରରେ ନିହତ ହୋଇଥିଲେ) କବର ନିକଟରେ ଦୁଇ ଥର ହୋଇଥିବା ବିସ୍ଫୋରଣରେ ପ୍ରାୟ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଜାନୁଆରୀ ୪ ତାରିଖରେ ଆଞ୍ଚଳିକ ଯୁଦ୍ଧର ସମ୍ଭାବନା ଅଧିକ ଦେଖିବାକୁ ମିଳିଛି ଯେତେବେଳେ ଆମେରିକା ବାଗଦାଦ ଠାରେ ଏକ ଡ୍ରୋନ ଷ୍ଟ୍ରାଇକ ଲଞ୍ଚ କରିଥିଲା, ଯେଉଁଥିରେ ଇରାନ ସମର୍ଥିତ ମିଲିସିଆ ନେତା ମୁସ୍ତାକ ତଲେବ ଅଲ-ସଇଦିର ମୃତ୍ୟୁ ଘଟିଛି । ଏହାପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି । ଏହାବାଦ ଗତ ୨୦୨୩ ଡିସେମ୍ବର ୩୧ ତାରିଖରେ ଆମେରିକା ହାଉଥି ଡଙ୍ଗା ଉପରେ ଆକ୍ରମଣ କରିଥିବା ବେଳେ ସେଥିରେ ଚାଳକଙ୍କ ସମେତ ସମସ୍ତ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା ।

ଏହା ବି ପଢନ୍ତୁ- ହାଉଥି ଠିକଣାରେ ଆମେରିକା ଷ୍ଟ୍ରାଇକ୍ ଜାରି, ୟେମେନରେ ୨୮ ଟାର୍ଗେଟରେ ମିସାଇଲ ମାଡ଼

ସେହିପରି ଜାନୁଆରୀ ୪ ତାରିଖରେ ଲୋହିତ ସାଗର ଦେଇ ଯାତ୍ରା କରୁଥିବା ବାଣିଜ୍ୟିକ ଜାହାଜ ଉପରେ ୨୫ଟି ଆକ୍ରମଣ ହୋଇଥିଲା । ୱାଶିଂଟନ ନେତୃତ୍ବରେ ୧୨ରୁ ଅଧିକ ଦେଶ ଲୋହିତ ସାଗରରେ ହେଉଥିବା ଆକ୍ରମଣ ନେଇ ହାଉଥି ଆତଙ୍କବାଦୀଙ୍କୁ ଚେତାବନୀ ଦେଇଥିଲେ । ଏହି ସମୁଦ୍ର ପଥଟି ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ବେଶ ମହତ୍ତ୍ବପୂର୍ଣ୍ଣ । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ କହିବାନୁସାରେ ଇସ୍ରାଏଲକୁ ଚାରିପଟୁ ଘେରିବା ଲାଗି ଗାଜା, ଲେବାନନ, ସିରିଆ, ସାମାରିଆ (ୱେଷ୍ଟ ବ୍ୟାଙ୍କ), ଇରାକ, ୟେମେନ, ଇରାନ ଚକ୍ରାନ୍ତ କରୁଛନ୍ତି । ଉତ୍ତରରୁ ହିଜବୁଲ, ଦକ୍ଷିଣରୁ ହମାସ, ୟେମେନରୁ ହାଇଥି ଗ୍ରୁପ, ଇରାକରୁ ହାସଦ ଅଲ-ଶାବି ଓ ଇରାନ ଫଣ୍ଡିଂ କରୁଥିବା ସିରିଆ ଗ୍ରୁପ ଅନ୍ତର୍ଭୁକ୍ତ ।

ତେବେ ଇସ୍ରାଏଲ ଏହି ଚକ୍ରାନ୍ତକୁ ମୁକାବିଲା କରିବା ଲାଗି Nili ୟୁନିଟ ଗଠନ କରିଛି । ଯେଉଁମାନେ ଅକ୍ଟୋବର ୭ ତାରିଖ ଆକ୍ରମଣରେ ସାମିଲ ଥିଲେ ସେମାନେ ବିଶ୍ବର କୌଣସି କୋଣରେ ବି ସୁରକ୍ଷିତ ନାହାନ୍ତି ବୋଲି କହିଛି ଇସ୍ରାଏଲ । ଉତ୍ତର ଭାରତ ମହାସାଗରରେ ମିଳିତ ନୌସେନା ଅଭ୍ୟାସ (ଜାନୁୟାରୀ 2023) ଏବଂ ଉତ୍ତର ଆରବ ସାଗରର ଓମାନ ଗଲ୍ଫରେ ନୌସେନା ଅଭ୍ୟାସ 'ସୁରକ୍ଷା ବଣ୍ଡ୍‌ -2023' ମାଧ୍ୟମରେ ଇରାନ ମଧ୍ୟ ଚୀନ ଏବଂ ଋଷ ସହିତ ଏହାର ରଣନୀତିକ ସମ୍ପର୍କର ବିକାଶ କରିବାରେ ଲାଗିଛି । ଏଭଳି ସ୍ଥିତିରେ ବିଶେଷଜ୍ଞଙ୍କ ମତରେ ଇରାନ ଯୁଦ୍ଧରେ ସିଧାସଳଖ ଜଡ଼ିତ ହେବାକୁ ଚାହୁଁନାହିଁ । ଏଣୁ ପାଲେଷ୍ଟାଇନ, ଇରାକ, ଲେବାନନ, ୟେମେନ ଓ ସିରିଆର ଆତଙ୍କବାଦୀଙ୍କ ସହାୟତାରେ ଇସ୍ରାଏଲ ଉପରେ ପରୋକ୍ଷରେ ଆକ୍ରମଣ କରୁଛି ।

ଏହା ବି ପଢନ୍ତୁ- ରେଡ ସି'ରେ ନୌସେନା ଜାହାଜ ଉପରେ 'ହାଉଥି' ଆକ୍ରମଣ, ଦୀର୍ଘକାଳୀନ ବିବାଦର ସମ୍ମୁଖୀନ ବିଶ୍ବ

ଇସ୍ରାଏଲ-ହମାସ ଯୁଦ୍ଧ ପରେ ଆମେରିକୀୟ ଡଲାର ବିରୋଧରେ ରିୟାଲ (ଇରାନ ମୁଦ୍ରା) ହ୍ରାସ ଯୋଗୁଁ ଇରାନର ଅର୍ଥନୀତି ଦୁର୍ବଳ ସ୍ଥିତିରେ ରହିଛି । ଫଳରେ ଏହି ଯୁଦ୍ଧରେ ସିଧାସଳଖ ଜଡିତ ହୋଇ ସ୍ଥିତିକୁ ଜଟିଳ କରିବାକୁ ଇରାନ ଚାହୁଁନାହିଁ, କିନ୍ତୁ ପରୋକ୍ଷରେ ଅନ୍ୟ ରାଷ୍ଟ୍ରର ଆତଙ୍କବାଦୀ ଗୋଷ୍ଠୀ ସହାୟତାରେ ଆକ୍ରମଣ କରୁଛି ଇରାନ । ଆମେରିକା ହିଜବୁଲ ଉପରେ ବିବାଦ ବୃଦ୍ଧି ନ କରିବାକୁ ଚାପ ପ୍ରୟୋଗ କରିବା ପାଇଁ ଲେବାନନ ସହିତ କୂଟନୈତିକ ସ୍ତରରେ ଆଲୋଚନା କରୁଛି । ତେଣୁ ଆଞ୍ଚଳିକ ଯୁଦ୍ଧର ସମ୍ଭାବନା ଏବେ ବହୁତ କମ, କିନ୍ତୁ ପୂର୍ବାପେକ୍ଷା ଅଧିକ ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.