କୃଷି ଓଡ଼ିଶା- ୨୦୨୪ ଉଦ୍ଘାଟନ କରୁଛନ୍ତି ମୁଖ୍ୟମନ୍ତ୍ରୀ, LIVE - Krushi Odisha 2024
🎬 Watch Now: Feature Video
Published : Jan 12, 2024, 4:44 PM IST
|Updated : Jan 12, 2024, 5:42 PM IST
ଭୁବନେଶ୍ଵର: ଜନତା ମୈଦାନରେ ଆୟୋଜନ ହୋଇଛି 'କୃଷି ଓଡ଼ିଶା ୨୦୨୪' । ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ରହିଛି 'କୃଷି ପ୍ରଗତିରେ ମହିଳା' । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଶୁଭ ଉଦ୍ଘାଟନ କରୁଛନ୍ତି । ରାଜ୍ୟପାଳ ରଘୁବର ଦାସ ଉଦଯାପନ ଉତ୍ସବରେ ସାମିଲ ହେବେ । କାର୍ଯ୍ୟକ୍ରମରେ ୫୦୦୦ ମହିଳା କୃଷକ, ୨୦୦୦ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କୃଷି ଉଦ୍ୟୋଗୀ ସାମିଲ ହେବେ । ୩୦ଟି ଜିଲ୍ଲାରୁ ସଫଳ କୃଷି ମଡେଲରେ ନିଜର ଉତ୍କର୍ଷକୁ ପ୍ରଦର୍ଶିତ କରିଥିବା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଗ୍ରଣୀ କୃଷକ, କୃଷି ଉଦ୍ୟୋଗୀ, ସ୍ଵୟଂ ସହାୟକ ଗୋଷ୍ଠୀଗୁଡିକୁ ସମ୍ମାନୀତ କରାଯିବ । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା ଜାନୁଆରୀ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । କୃଷି ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ଦେଖନ୍ତୁ ଲାଇଭ....