ETV Bharat / lifestyle

ଏସବୁ ଫୋନରେ ବନ୍ଦ ହେବ ହ୍ବାଟସ ଆପ୍‌ !

ଖୁବ୍‌ ଶୀଘ୍ର ବନ୍ଦ ହେବାକୁ ଯାଉଛି ଟ୍ରେଣ୍ଡିଂ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ । ତେବେ କମ୍ପାନୀ ଏନେଇ ସୋମବାର ଜାରି କରିଛି ଏକ ତାଲିକା । ଯେଉଁଥିରେ ସ୍ପଷ୍ଟ ହୋଇଛି କି କେଉଁ ସବୁ ସେଟ୍‌ ପାଇଁ ଏହି ମେସେଜିଂ ଆପ୍‌ର ସର୍ଭିସ ବନ୍ଦ ହେବାକୁ ଯାଉଛି ।

ପ୍ରତୀକାତ୍ମକ ଫଟୋ
author img

By

Published : May 13, 2019, 8:08 PM IST

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ବନ୍ଦ ହେବାକୁ ଯାଉଛି ଟ୍ରେଣ୍ଡିଂ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ । ତେବେ କମ୍ପାନୀ ଏନେଇ ସୋମବାର ଜାରି କରିଛି ଏକ ତାଲିକା । ଯେଉଁଥିରେ ସ୍ପଷ୍ଟ ହୋଇଛି କି କେଉଁ ସବୁ ସେଟ୍‌ ପାଇଁ ଏହି ମେସେଜିଂ ଆପ୍‌ର ସର୍ଭିସ ବନ୍ଦ ହେବାକୁ ଯାଉଛି । ତାଲିକାରେ ସୂଚିତ ଓଏସ୍‌ ଭର୍ସନ ସହ ଏହା କେବେ ଲାଗୁ ହେବ ତାହା ମଧ୍ୟ ସ୍ପଷ୍ଟ କରାଯାଇଛି ।

ତେବେ କେଉଁ ସବୁ ସେଟ୍‌ ପାଇଁ ବନ୍ଦ ହେବାକୁ ଯାଉଛି ହ୍ବାଟ୍ସଆପ୍‌ ସର୍ଭିସ ଜାଣନ୍ତୁ:

- ଆସନ୍ତା ଡିସେମ୍ବର 31ରୁ ୱିଣ୍ଡୋସରେ ପରିଚାଳିତ ହେଉଥିବା ସ୍ମାର୍ଟଫୋନର ଅପରେଟିଂ ସିଷ୍ଟମ ହ୍ବାଟ୍ସଆପ୍‌ର ଅପଡେଟ ନେବା ବନ୍ଦ କରିବ । ଏଥିସହ ଏହି ନିର୍ଦ୍ଧାରିତ ତାରିଖ ପରଠାରୁ ଏହି ସେଟ୍‌ରେ ହ୍ବାଟ୍ସଆପ୍‌ ସେବା ବନ୍ଦ ହେବ ।
- ସେହିପରି ଏଣ୍ଡ୍ରଏଡ୍‌ ଭର୍ସନ 2.3.7 ପାଇଁ ଫେବୃଆରୀ 1, 2020ରୁ ବନ୍ଦ ହେବାକୁ ଯାଉଛି ହ୍ବାଟ୍ସଆପ୍‌ ସେବା ।
- ଆଇଓଏସ୍‌ 7ରେ ପରିଚାଳିତ ଆଇଫୋନରେ ମଧ୍ୟ ଫେବୃଆରୀ 1, 2020ରୁ ହ୍ବାଟ୍ଆପ୍‌ ଅପଡେଟ ନେବା ବନ୍ଦ କରିବ ।
- ଏଣ୍ଡ୍ରଏଡ୍‌ ଭର୍ସନ 2.3.3ରେ ହ୍ବାଟ୍ସଆପ୍‌ ଅପଡେଟ ବନ୍ଦ ହେବାକୁ ଯାଉଛି । ଯାହା ସମୟକ୍ରମେ ହ୍ବାଟ୍ସଆପ୍‌ ସେବା ବନ୍ଦ କରିବ ।
- ତେବେ କିଛି ଦିନ ହେବ ଆଇଓଏସ୍‌ 6ରେ ପରିଚାଳିତ ଆଇଫୋନରେ ହ୍ବାଟ୍ସଆପ୍‌ ସେବା ବନ୍ଦ ହୋଇସାରିଛି ।
- ସେହିପରି ଆପଲ ଡିଭାଇସ୍‌ରେ ଆଇଫୋନ 3ଜିଏସ୍‌ରେ ହ୍ବାଟ୍ସଆପ୍‌ ସପୋର୍ଟ ବନ୍ଦ ହୋଇସାରିଛି ।
- ଏହି ତାଲିକାରେ ବ୍ଲାକବେରୀ ମଧ୍ୟ ବାଦ୍‌ ପଡିନି । ତେବେ ବ୍ଲାକବେରୀ ଓଏସ୍‌ ଓ ବ୍ଲାକବେରୀ 10ରେ ହ୍ବାଟ୍ସାଆପ୍‌ ସପୋର୍ଟ ବନ୍ଦ ହୋଇସାରିଛି ।

ଏଠାରେ ପ୍ରକାଶ ଯେ କମ୍ପାନୀ ଦ୍ବାରା ସୋମବାର ସ୍ପଷ୍ଟ କରାଯାଇଛି ଯେ ପୁରୁଣା ପ୍ଲାଟଫର୍ମରେ ଯେଉଁମାନେ ହ୍ବାଟ୍ସଆପ୍‌ ବ୍ୟବହାର କରୁଛନ୍ତି, ସେମାନଙ୍କ ଚାର୍ଟ ହିଷ୍ଟ୍ରି ଟ୍ରାନ୍ସଫର୍‌ ହୋଇପାରିବ ନାହିଁ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.