ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଅଧିକାଂଶ ଲୋକଙ୍କ ଜୀବନର ଏକ ଅଂଶ ପାଲଟିଛି । ଯେତେ ପ୍ରକାର ସ୍ମାର୍ଟଫୋନ ଅଛି ସେଥିମଧ୍ୟରୁ ଅଧିକାଂଶ ଫିଚର୍ସ ଆଣ୍ଡ୍ରଏଡ ଫୋନରେ ମିଳିଥାଏ । ଫୋନରେ ଏତେଗୁଡ଼ିଏ ଫିଚର ଅଛି ଯେ, ଆମେ ଅନେକର ବ୍ୟବହାର ବିଷୟରେ ମଧ୍ୟ ଜାଣିନାହୁଁ । ଆଜି ଆମେ ଆପଣଙ୍କୁ ଏପରି ଏକ ଫିଚର ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣଙ୍କ ଫୋନ ଅନଲକ ହୋଇଥିଲେ ମଧ୍ୟ କେହି ଏହାକୁ ଖୋଲିପାରିବେ ନାହିଁ ।
ଆଣ୍ଡ୍ରଏଡ ଫୋନରେ ମିଳୁଥିବା ଏକ ବିଶେଷ ଫିଚର ହେଉଛି ସ୍କ୍ରିନ ପିନ। ଅନେକ ଫୋନରେ ଏହା ସ୍କ୍ରିନ ପିନିଙ୍ଗ ନାମରେ ଆସିଥାଏ, କିନ୍ତୁ ଉଭୟଙ୍କର କାମ ସମାନ ଅଟେ । ଏହି ଫିଚର କାମ ହେଉଛି ଯଦି ଆପଣଙ୍କର ଫୋନ ଅନ୍ୟ କାହା ପାଖରେ ଅଛି । ତେବେ ଜମେ ଚାହିଁଲେ ମଧ୍ୟ ଆପଣଙ୍କ ଫୋନର ଆଉ କୌଣସି ଆପ କେହି ଖୋଲିପାରିବେ ନାହିଁ । ଆଣ୍ଡ୍ରଏଡ 5.0 ଭର୍ସନ ପରେ ଅଧିକାଂଶ ସ୍ମାର୍ଟଫୋନରେ ଏହି ଫିଚର ରଖାଯାଇଛି ।
ଏହି ଫିଚର ଗୁଡିକୁ ଏପରି ବ୍ୟବହାର କରନ୍ତୁ
ଏହି ଫିଚର ବ୍ୟବହାର କରିବାକୁ, ପ୍ରଥମେ ଫୋନର ସେଟିଙ୍ଗକୁ ଯାଆନ୍ତୁ ।
ବର୍ତ୍ତମାନ ସିକ୍ୟୁରିଟି ଏବଂ ଲୋକେସନ ଅପ୍ସନ ଚୟନ କରନ୍ତୁ । ଏହାପରେ ଆଡଭାନ୍ସଡ ଅପ୍ସନ ଦେଖାଯିବ ।
ଏହି ଅପ୍ସନରେ, ଆପଣ ସ୍କ୍ରିନ ପିନିଙ୍ଗର ଅପ୍ସନ ଦେଖିବେ, ଏହାକୁ ସିଲେକ୍ଟ କରନ୍ତୁ ।
ସ୍କ୍ରିନ ପିନିଙ୍ଗର ଫିଚର ଅଫ ଅଛି କି ନାହିଁ ଦେଖନ୍ତୁ, ତେବେ ଏହାକୁ ଟର୍ନ ଅନ କରନ୍ତୁ ।
ଏହା କରିବା ପରେ, ଆପଣ ପିନ କରିବାକୁ ଚାହୁଁଥିବା ଆପ ଖୋଲନ୍ତୁ, ତାପରେ ରିସେଣ୍ଟ ଆପ ଅପ୍ସନ କୁ ଯାଆନ୍ତୁ ।
ଏହାପରେ, ଆପ ଉପରେ ଡିପ ପ୍ରେସ କରନ୍ତୁ ଏବଂ ପିନର ଅପ୍ସନ ଚୟନ କରନ୍ତୁ ।
ଏହା କରିସାରିବା ପରେ ଅନ୍ୟ ଏକ ଆପକୁ ଯିବାକୁ, ଆପଣଙ୍କୁ ଏକକାଳୀନ ହୋମ ଏବଂ ବ୍ୟାକ ବଟନ ପ୍ରେସ କରିବାକୁ ପଡିବ । ଲକ ସ୍କ୍ରିନ ପାସୱାର୍ଡ ବ୍ୟବହାର କରିବାକୁ ପଡିବ ।