ନୂଆଦିଲ୍ଲୀ: ସ୍ମାର୍ଟଫୋନ ବ୍ରାଣ୍ଡ୍ Motorola ଖୁବଶୀଘ୍ର ଭାରତରେ ଆଉ ଏକ ନୂଆ ମଡେଲର ଫୋନକୁ ଲଞ୍ଚ କରିବାକୁ ଯାଉଛି । ଏହା ମୋଟୋର Moto Edge X30 ବୋଲି ଜଣାପଡ଼ିଛି । ଏହି ମୋବାଇଲରେ ଗ୍ରାହକଙ୍କୁ ଅନେକ ନୂଆ ସୁବିଧା ଭେଟି ଦିଆଯିବ ବୋଲି ଜଣାପଡ଼ିଛି ।
ମୋବାଇଲ ସମ୍ପର୍କିତ ସୂଚନା ଦେଉଥିବା ଅନଲାଇନ ୱେବସାଇଟ GSMArena ଅନୁସାରେ ଭାରତୀୟ ଷ୍ଟାଣ୍ଡାର୍ଡ ବ୍ୟୁରୋ ଏହି Moto Edge X30 ମୋବାଇଲକୁ XT2201-01 ମୋବାଇଲ ନମ୍ବରରେ ବଜାର ପ୍ରବେଶ ପାଇଁ ଅନୁମତି ଦେଇଛି । ଚୀନ ବଜାରରେ ଗତ ବର୍ଷ ଏହି ଫୋନକୁ ଲଞ୍ଚ କରିବା ଆରମ୍ଭ କରିଥିଲା ।
ଏଥିରେ କ'ଣ ରହିଛି ଅତ୍ୟାଧୁନିକ ସୁବିଧା ?
ଏହି Moto Edge X30 ମୋବାଇଲର ଡିସପ୍ଲେ ୬.୭ ଇଞ୍ଚର ହୋଇଥିବା ଜଣାପଡ଼ିଛି । ଏହି ମୋବାଇଲର ସ୍କ୍ରିନରେ ୧୦୦ ପ୍ରତିଶତ DCI P3 colour gamut ରହିଥିବା ବେଳେ ଏକ ପଞ୍ଚ୍ ହୋଲର କଟଆଉଟ୍ ଓ ଫିଙ୍ଗରପ୍ରିଣ୍ଟ ପାଇଁ ସେନ୍ସର ରହିଛି । ସ୍ମାର୍ଟଫୋନର ପଛ ପାର୍ଶ୍ବରେ ଟ୍ରିପଲ୍ କ୍ୟାମେରା ରହିଛି । ଏଥିରେ ଉପର କ୍ୟାମେରା 50MP ରହିଥିବା ବେଳେ 5MPର ଅଲଟ୍ରା ୱାଇଡ ଆଙ୍ଗଲ ଲେନ୍ସ ଓ 2MPର ସେନ୍ସର ରହିଛି ।
ସେଲ୍ଫି ଓ ଭିଡ଼ିଓ ଚାଟ୍ ପାଇଁ ଫ୍ରଣ୍ଟ କ୍ୟାମେରା 60MP ରହିଛି । ଏହି ମୋବାଇଲ ମାପ 163.56 X 75.95 X 8.49 ମିମି ରହିଥିବା ବେଳେ ଓଜନ ୧୯୪ ଗ୍ରାମ ରହିଛି । ଏହାସହିତ ଏଥିରେ Qualcomm Snapdragon 8 Gen 1 ପ୍ରୋସେସର ଲାଗିଛି । ଏହାସହିତ ଚାର୍ଜିଙ୍ଗ ପାଇଁ ୫G, ବ୍ଲୁଟୁଥ ୫.୨, GPS ଓ UAB ଟାଇପ-ସି ରହିଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ