ETV Bharat / lifestyle

PUBGର ବିକଳ୍ପ, ମେଡ୍ ଇନ୍ ଇଣ୍ଡିଆ FAU-G

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଆନ୍ଦୋଳନକୁ ସମର୍ଥନ କରି, ଏକ ଆକ୍ସନ୍ ଗେମ୍, ୟୁନାଇଟେଡ୍-ଗାର୍ଡସ୍ FAU-G ବିକଶିତ କରାଯାଇଛି । ମନୋରଞ୍ଜନ ବ୍ୟତୀତ ଖେଳାଳିମାନେ ମଧ୍ୟ ଆମ ଯବାନଙ୍କ ବଳିଦାନ ବିଷୟରେ ଜାଣିପାରିବେ ।

PUBGର ବିକଳ୍ପ, ମେଡ୍ ଇନ୍ ଇଣ୍ଡିଆ FAU-G
PUBGର ବିକଳ୍ପ, ମେଡ୍ ଇନ୍ ଇଣ୍ଡିଆ FAU-G
author img

By

Published : Sep 7, 2020, 1:28 PM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଆନ୍ଦୋଳନକୁ ସମର୍ଥନ କରି, ଏକ ଆକ୍ସନ୍ ଗେମ୍, ୟୁନାଇଟେଡ୍-ଗାର୍ଡସ୍ FAU-G ବିକଶିତ କରାଯାଇଛି । ମନୋରଞ୍ଜନ ବ୍ୟତୀତ ଖେଳାଳିମାନେ ମଧ୍ୟ ଆମ ଯବାନଙ୍କ ବଳିଦାନ ବିଷୟରେ ଜାଣିବେ। ଏଥିରୁ ଉତ୍ପାଦିତ 20 ପ୍ରତିଶତ ଅର୍ଥ ଭାରତକେବୀର ଟ୍ରଷ୍ଟକୁ ଦିଆଯିବ । ଏନେଇ ଟ୍ବିଟ କରିଥିଲେ ଅକ୍ଷୟ କୁମାର । ଡେଭଲପର୍ nCore ଗେମ୍ସ ଦ୍ୱାରା ନୂତନ PUBG ବିକଳ୍ପ ଘୋଷଣା କରାଯାଇଛି ।

PUBGର ବିକଳ୍ପ, ମେଡ୍ ଇନ୍ ଇଣ୍ଡିଆ FAU-G
PUBGର ବିକଳ୍ପ, ମେଡ୍ ଇନ୍ ଇଣ୍ଡିଆ FAU-G

ସେପ୍ଟେମ୍ବର 2ରେ ସରକାର ମଲ୍ଟିପ୍ଲେୟାର ଆକ୍ସନ୍ ଗେମ୍ PUBG ଉପରେ ପ୍ରତିବନ୍ଧକ ଲଗାଇଥିଲେ ଓ ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ଏହାକୁ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ବାହାର କରିଦିଆଯାଇଛି ।

PUBGର ବିକଳ୍ପ, ମେଡ୍ ଇନ୍ ଇଣ୍ଡିଆ FAU-G
PUBGର ବିକଳ୍ପ, ମେଡ୍ ଇନ୍ ଇଣ୍ଡିଆ FAU-G

ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY)ଙ୍କ ନିର୍ଦ୍ଦେଶରେ PUBG ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଜାତୀୟ ସୁରକ୍ଷା ଦୃଷ୍ଟିରୁ ଚାଇନାରୁ 117ଟି ଲୋକପ୍ରିୟ ଆପକୁ ମଧ୍ୟ ନିଷିଦ୍ଧ କରାଯାଇଥିଲା । ଜୁନ୍ ମାସରେ ଟିକଟକ୍ ସମେତ 59 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଓ ଜୁଲାଇରେ ଅନ୍ୟ 47ଟି ଆପ୍ ବ୍ୟାନ କରାଯାଇଥିଲା।

ସର୍ବଭାରତୀୟ ସ୍ତରରେ 600 ମିଲିୟନରୁ ଅଧିକ ଡାଉନଲୋଡ୍ ଏବଂ 50 ନିୟୁତ ସକ୍ରିୟ ଖେଳାଳି ଥିବା PUBG ଖେଳର ଭାରତରେ ଲକ୍ଷ ଲକ୍ଷ ଉପଭୋକ୍ତା । PUBG ମୋବାଇଲ୍ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ 1.3 ବିଲିୟନ ଡ଼ଲାର୍ (ପ୍ରାୟ 9,731 କୋଟି ଟଙ୍କା) ବିଶ୍ବ ରାଜସ୍ୱ ଲାଭ କରିଛି । ଭାରତରେ ସର୍ବାଧିକ ଡାଉନଲୋଡ୍ ହୋଇଛି ଏହି ଆପ୍ । କୋଭିଡ-19 ମହାମାରୀ ଓ ଲକଡାଉନ କାରଣରୁ ଲୋକେ ଘରେ ରହି 175 ମିଲିୟନ ଇନଷ୍ଟଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.