ETV Bharat / lifestyle

350 କର୍ମଚାରୀଙ୍କୁ ଛୁଟିରେ ପଠାଇଲା ସ୍ବିଗୀ

author img

By

Published : Jul 28, 2020, 1:42 PM IST

ଫୁଡ ଡେଲିଭରୀ ଆପ୍ ‘ସ୍ବିଗୀ’ କୋଭିଡ-19 ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି 350 କର୍ମଚାରୀଙ୍କୁ ଛୁଟି ଦିଆଯାଇଛି ।

Swiggy to lay off 350 employee
350 କର୍ମଚାରୀଙ୍କୁ ଛୁଟିରେ ପଠାଇଲା ସ୍ବିଗି

ନୂଆଦିଲ୍ଲୀ: ଖାଇବା ଅର୍ଡର ଓ ବିତରଣ ଆପ୍ ସ୍ବିଗୀ ସୋମବାର କହିଛି ଯେ କୋଭିଡ-19 ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି 350 କର୍ମଚାରୀଙ୍କୁ ଛୁଟି ଦିଆଯାଇଛି । ମେ ମାସରେ ଆରମ୍ଭ ହୋଇଥିବା ରିଅଲିମେଣ୍ଟ ଅଭ୍ୟାସର ଏକ ଅଂଶ ଭାବରେ ଏହାକୁ କାର୍ଯ୍ୟକାରୀ କରାଯାଇଛି ।

ସ୍ବିଗୀ ମେ ମାସରେ ନିଜର କ୍ଷମତା ବୃଦ୍ଧି କରିବା ସହ ପ୍ରାୟ 1100 କର୍ମଚାରୀଙ୍କୁ ନିଯୁକ୍ତ କରିଥିଲା । ଏକ ବିବୃତ୍ତିରେ ସ୍ବିଗୀ କହିଛି ଯେ, ମହାମାରୀ କାରଣରୁ ଆମେ ମାତ୍ର 50 ପ୍ରତିଶତ ଲାଭ ପାଇବାରେ ସଫଳ ହୋଇଛି କିନ୍ତୁ ତଥାପି ଏହି ଅଭ୍ୟାସକୁ ଆଗକୁ ବଢାଇବା ପାଇଁ ବାଧ୍ୟ ହୋଇ ଆମକୁ 350 କର୍ମଚାରୀଙ୍କୁ ଛୁଟି ଦେବାକୁ ପଡୁଛି ।

କମ୍ପାନୀ ବର୍ତ୍ତମାନ ଏହି ରିଅଲମେଣ୍ଟ ଅଭ୍ୟାସକୁ ଶେଷ କରିବ ଆଉ ଆଗକୁ କୌଣସି ପ୍ରତିବନ୍ଧକ ଲଗାଇବାରେ କୌଣସି ଯୋଜନା ନାହିଁ ବୋଲି ବିବୃତ୍ତିରେ କୁହାଯାଇଛି । କର୍ମଚାରୀଙ୍କ ହୋଇଥିବା କ୍ଷତି ନେଇ ଆମେ ସମ୍ବେଦନଶୀଳ ଓ ସେମାନଙ୍କୁ ପ୍ୟାକେଜ ମୁତାବକ କ୍ଷତିପୂରଣ ଦିଆଯିବ ବୋଲି କମ୍ପାନୀ କହିଛି ।

କ୍ଷତିପୂରଣ ବାବଦକୁ 3-8 ମାସର ଦରମା ଦିଆଯିବ । ଦୁର୍ଘଟଣା ବୀମା ରାଶି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଡିସେମ୍ବର 20 ଯାଏଁ ପରିବାର ପାଇଁ ସ୍ବାସ୍ଥ୍ୟବୀମା ମଧ୍ୟ କାର୍ଯ୍ୟକାରୀ ରହିବ । ପ୍ୟାକେଜରେ ଉଭୟ ବୈଷୟିକ ଓ ବୃତ୍ତିଗତ ଦକ୍ଷତା ବିକାଶ, ପରାମର୍ଶ ସେବା, ଶିକ୍ଷା ସହାୟତା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.