ବ୍ରିଟେନ: ସାଧାରଣତଃ ସ୍ମାର୍ଟ ୱାଚ୍ ଗୁଡିକ ଚଲାବୁଲା, ଶୋଇବାର ଢାଞ୍ଚା, ହୃଦସ୍ପନ୍ଦନ ସହ ରକ୍ତଚାପ ଉପରେ ନଜର ରଖିଥାଏ । କିନ୍ତୁ ଶରୀରରେ ରସାୟନ ପ୍ରକ୍ରିୟା ଓ ମେଟବୋଲିଜିମ କେତେ ଭଲ କାମ କରୁଛି ତାହା ଯାଞ୍ଚ କରିପାରେ ନାହିଁ ।
ସେହି ଆବଶ୍ୟକତାର ସମାଧାନ ପାଇଁ UCLA ଇଞ୍ଜିନିୟରମାନେ ଡିସ୍ପୋଜେବଲ ଦ୍ୱିପାକ୍ଷିକ ଫିଲ୍ମ ବିକଶିତ କରିଛନ୍ତି ଯାହା ସ୍ମାର୍ଟ ୱାଚର ଭିତର ପାଖରୁ ଯୋଡି ହୋଇ ରହିବ । ଏହି ୱାଚ ଝାଳର ଖୁବ କମ ପରିମାଣରେ ଥିବା ଅଣୁ ଓ କିଛି ପୋଷକ ତତ୍ତ୍ବକୁ ଚିହ୍ନଟ କରିଥାଏ । ଏହି ଡାଟା ରେକର୍ଡ କରିବା ପାଇଁ ସେମାନେ ଏକ କଷ୍ଟମ ସ୍ମାର୍ଟୱାଚ ଓ ଆପ ତିଆରି କରିଛନ୍ତି ।
ଶରୀର ଭିତରେ କ’ଣ ଘଟୁଛି ତାହାର ପ୍ରକୃତ ସମୟର ସ୍ନାପସଟ୍ ଦେବା ପାଇଁ ସିଷ୍ଟମ ଝାଳର ଥିବା ରାସାୟନିକ ତତ୍ତ୍ବ ଦରକାର କରିଥାଏ । ଟେକ୍ନୋଲୋଜି ବିଷୟରେ ବିସ୍ତୃତ ଏହି ଅଧ୍ୟୟନ ବିଜ୍ଞାନ ଆଡଭାନ୍ସ ପତ୍ରିକାରେ ପ୍ରକାଶିତ ହୋଇଥିଲା ।
UCLA ସାମୁଏଲି ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର ଇଲେକ୍ଟ୍ରିକାଲ ଏବଂ କମ୍ପ୍ୟୁଟରର ସହକାରୀ ପ୍ରଫେସର ସାମ ଏମିନେଜାଦ୍ କହିଛନ୍ତି ଯେ, ଏହି କାର୍ଯ୍ୟ ପାଇଁ ପ୍ରେରଣା ତାଙ୍କ ପୂର୍ବ ସଫଳତାକୁ ଦେଖି ମିଳିଛି । ଯେପରିକି 100 ମିଲିୟନରୁ ଅଧିକ ସ୍ମାର୍ଟୱାଚ ସହ ଅନ୍ୟାନ୍ୟ ପରିଧାନ ଯୋଗ୍ୟ ଟେକ୍ନୋଲୋଜି ଯାହା ବିଶ୍ବବ୍ୟାପୀ ଆଦୃତ ହୋଇପାରିଛି । ଏହି ଟେକ୍ନୋଲୋଜି ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ, ଗଣନା ଏବଂ ଟ୍ରାନ୍ସମିସନ୍ କ୍ଷମତା ରହିଛି ।
ଏହି ସ୍ମାର୍ଟ ୱାଚରେ କିଛି ଅପଡେଟ କରାଯାଇଛି । ଏହା ଦ୍ବାରା ବର୍ତ୍ତମାନ ସ୍ବାସ୍ଥ୍ୟ ମନିଟରିଂ କରାଯାଇପାରିବ । ଶରୀରରେ ଅଣୁ ସ୍ତରର ସୂଚନା ମାପିବାରେ ସକ୍ଷମ ହେବା ସହ ଶରୀରରେ ପ୍ରକୃତ କ’ଣ ଘଟୁଛି ସେ ବିଷୟରେ ଅଧିକ ସୂଚନା ଦେଇପାରିବ ବୋଲି ସାମୁଏଲ କହିଛନ୍ତି।
ଶରୀର ସହ ଲାଗି ରହିଥିବା ଆଡେସିଭ୍ ଫିଲ୍ମ ଝାଳ ବୁନ୍ଦାରୁ ରାସାୟନିକ ତତ୍ତ୍ବକୁ ସଂଗ୍ରହ କରିବା ସହ ତାହାର ବିଶ୍ଲେଷଣ କରିବ । ଘଣ୍ଟାର ଉପର ପାର୍ଶ୍ବ ସେହି ରାସାୟନିକ ସଙ୍କେତଗୁଡ଼ିକୁ ଇଲେକ୍ଟ୍ରିକାଲ ସଙ୍କେତରେ ପରିଣତ କରିବା ପରେ ଏହାକୁ ରିଟ ଓ ପ୍ରକ୍ରିୟାକରଣ ପରେ ସ୍ମାର୍ଟ ୱାଚରେ ପ୍ରଦର୍ଶିତ କରିଥାଏ ।
ୱାଙ୍ଗ କହିଛନ୍ତି ଯେ ଏହି ଫିଲ୍ମରେ ଉପଯୁକ୍ତ ଏନଜାଇମାଟିକ୍ ସେନ୍ସିଙ୍ଗ୍ ସ୍ତରଗୁଡିକ ଅନ୍ତର୍ଭୁକ୍ତ କରି ଆମେ ସ୍ବତନ୍ତ୍ର ଭାବରେ ଗ୍ଲୁକୋଜ୍ ଏବଂ ଲାକ୍ଟେଟ୍କୁ ଟାର୍ଗେଟ କରିଛୁ, ଯାହା ଶରୀରର ମେଟାବୋଲିଜିମ୍ ଏବଂ କୋଲାଇନ୍ ପରି ପୁଷ୍ଟିକର ଖାଦ୍ୟକୁ ସ୍ତରକୁ ସୂଚାଇଥାଏ ।
ଅନୁସନ୍ଧାନକାରୀମାନେ ଏହି ଫିଲ୍ମକୁ ପରୀକ୍ଷା କରିଥିଲେ, ଯିଏ ବସିଥିଲେ, କେହି ଜଣେ ଅଫିସ୍ କାମ କରୁଥିଲେ ଏବଂ ବକ୍ସିଂ ଭଳି କାର୍ଯ୍ୟକଳାପରେ ନିୟୋଜିତ ଥିଲେ । ଏହା ବିଭିନ୍ନ ପରିସ୍ଥିତିରେ ଏହି ସିଷ୍ଟମଟି ପ୍ରଭାବଶାଳୀ ବୋଲି ଜାଣିବାକୁ ପାଇଲେ । ସେମାନେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଫିଲ୍ମ ଚର୍ମରେ ଏବଂ ଘଣ୍ଟା ଉପରେ ବିନା କୌଣସି ଷ୍ଟ୍ରିପ ମଧ୍ୟ ଗୋଟିଏ ଦିନ ପାଇଁ ରହିପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ