ETV Bharat / lifestyle

Mobile Banking App: ୧୦ ଭାରତୀୟରୁ ୮ ଜଣ କରୁଛନ୍ତି ବ୍ୟବହାର

ମେଟ୍ରୋ ସହରରେ ବ୍ୟାଙ୍କ ଆକାଉଣ୍ଟ ଥିବା ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ୮ରୁ ଅଧିକ ଲୋକ ମୋବାଇଲ ବ୍ୟାଙ୍କିଙ୍ଗ୍ ଆପ୍ ବ୍ୟବହାର କରନ୍ତି । ଡିଜିଟାଲ ପେମେଣ୍ଟ ବୃଦ୍ଧି ଯୋଗୁଁ ATMର ବ୍ୟବହାର ହ୍ରାସ ପାଉଛି ଏବଂ କୋରୋନା ମହାମାରୀ ଗ୍ରାହକଙ୍କୁ ଡିଜିଟାଲ ପେମେଣ୍ଟ ଆଡ଼କୁ ପ୍ରେରିତ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Mobile Banking App: ୧୦ ଭାରତୀୟଙ୍କ ମଧ୍ୟରୁ ୮ କରନ୍ତି ବ୍ୟବହାର

author img

By

Published : Feb 26, 2022, 5:11 PM IST

ନୂଆଦିଲ୍ଲୀ: ମେଟ୍ରୋ ସହର ବା ବଡ଼ ବଡ଼ ନଗରୀରେ ବ୍ୟାଙ୍କ ଆକାଉଣ୍ଟ ଥିବା ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ୮ରୁ ଅଧିକ ଲୋକ ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ ବ୍ୟବହାର କରନ୍ତି । କୋଭିଡ-19 ମହାମାରୀ ମଧ୍ୟରେ ଏହା ବୃଦ୍ଧି ପାଇଛି । ଏ ସମ୍ପର୍କରେ ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି । ଗ୍ଲୋବାଲ ମାର୍କେଟ ରିସର୍ଚ୍ଚ ଫାର୍ମ ଫରେଷ୍ଟରଙ୍କ ଅନୁଯାୟୀ ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ ଏସିଆର ସବୁଠାରୁ ଲୋକପ୍ରିୟ ବ୍ୟାଙ୍କିଙ୍ଗ ଚ୍ୟାନେଲ୍।

ଗ୍ରାହକମାନେ କିପରି ବ୍ୟାଙ୍କଗୁଡ଼ିକ ସହିତ ଜଡ଼ିତ ହୁଅନ୍ତି ଏବଂ ବ୍ୟାଙ୍କିଙ୍ଗରେ ଦ୍ରୁତ ଗତିରେ ଡିଜିଟାଲକୁ ରୂପାନ୍ତରିତ ହୁଅନ୍ତି ସେ ସମ୍ପର୍କରେ ଏହି ରିପୋର୍ଟରେ କୁହାଯାଇଛି । ଡିଜିଟାଲ ପେମେଣ୍ଟରେ ବୃଦ୍ଧି ଯୋଗୁଁ ଏଟିଏମ(ATM)ର ବ୍ୟବହାର ହ୍ରାସ ପାଉଛି ଏବଂ କୋଭିଡ-19 ମହାମାରୀ ଗ୍ରାହକଙ୍କୁ ଡିଜିଟାଲ ପେମେଣ୍ଟ ପାଇଁ ଅଧିକ ଉତ୍ସାହିତ କରିଛି ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଆମାଜନ, ANT ଗ୍ରୁପ୍, ଆପଲ୍, ଗୁଗଲ୍, ମେଟା ଏବଂ ଟେନ୍ସେଣ୍ଟ ଭଳି ଟେକ୍ କମ୍ପାନୀଗୁଡିକ ମୋବାଇଲ୍, କ୍ଲାଉଡ୍, ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍, ରିଅଲ୍ ଟାଇମ୍ ଡାଟା ଏବଂ ଫ୍ଲେକ୍ସିବଲ୍ ଭଳି ଡିଜିଟାଲ୍ ଟେକ୍ନୋଲୋଜି ବ୍ୟବହାର ହେଉଛି । ଏହି ଡିଜିଟାଲ୍ ପ୍ଲାଟଫର୍ମ ଏବଂ ଇକୋସିଷ୍ଟମ୍ ମାଧ୍ୟମରେ ବ୍ୟବସାୟକୁ ଆହୁରି ବ୍ୟାପକ କରିବାରେ ସାହାଯ୍ୟ କରୁଛି ।

ଏଥିସହିତ ବ୍ୟାଙ୍କଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ପରିବର୍ତ୍ତନ କରୁଛନ୍ତି । ଅନେକ ବ୍ୟାଙ୍କ ଏବେ ସ୍ବୀକାର କରୁଛନ୍ତି ଯେ ଡିଜିଟାଲ ବ୍ୟାକିଙ୍ଗ କଦାପି ଶେଷ ହେବ ନାହିଁ। ସେପଟେ 35 ପ୍ରତିଶତ ବିଶ୍ବ ନିର୍ମାଣକାରୀ କହିଛନ୍ତି ଯେ ଅନେକ ବ୍ୟାଙ୍କ ଡିଜିଟାଲ୍ ରୂପାନ୍ତରଣ ବିସ୍ତାର କରୁଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.