ଶ୍ରୀନଗର: ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖି ପୁଲୱାମାରୁ ଦୁଇ ଯୁବକ ଗିରଫ । ଗିରଫ ଦ୍ବୟ ହେଲେ ରତନୀପୁରାର ଆକିବ ଲୋନ ଓ ଗୁଲୱାଗର ନାସିର ଅହମ୍ମଦ ହୁରା । ଦକ୍ଷିଣ କାଶ୍ମୀରରେ ବିଭିନ୍ନ ଘଟଣାରେ ସେମାନେ ଆତଙ୍କବାଦୀଙ୍କୁ ସମର୍ଥନ କରିଥିବା ନେଇ କହିଛି ପୋଲିସ ।
ଏମାନଙ୍କ ଠାରୁ ବିପୁଳ ମାତ୍ରାରେ ବିସ୍ସୋରକ ସାମଗ୍ରୀ ଓ ଗୁଳିଗୋଳା ଜବତ ହୋଇଛି । ଗିରଫ ଦ୍ବୟ କାଶ୍ମୀରେ ହିଂସାକାଣ୍ଡ ଘଟାଉଥିବା ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀଙ୍କୁ ସହଯୋଗ କରୁଥିଲେ । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
@ANI