ETV Bharat / jagte-raho

ସମାଜସେବୀଙ୍କ ସନ୍ଦେହଜନକ ମୃତ୍ୟୁ, ରେଲୱେ ଟ୍ରାକରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

author img

By

Published : Jul 7, 2020, 12:26 PM IST

Updated : Jul 7, 2020, 1:45 PM IST

ରାଜଧାନୀରେ ଚାଞ୍ଚଲ୍ୟ । ଲିଙ୍ଗରାଜ ଷ୍ଟେସନ ରେଳ ଧାରଣାରୁ ଉଦ୍ଧାର ହେଲା ସମାଜସେବୀ ଆଦିତ୍ୟ ଦାସଙ୍କ କ୍ଷତାକ୍ତ ମୃତଦେହ । ମୃତଦେହକୁ ଜବତ କରିଛି ଜିଆରପି ପୋଲିସ ।

ସମାଜସେବୀଙ୍କ ସନ୍ଦେହଜନକ ମୃତ୍ୟୁ, ରେଲୱେ ଟ୍ରାକରୁ ମିଳିଲା ଡେଡ୍‌ବଡି

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଲିଙ୍ଗରାଜ ଷ୍ଟେସନ ରେଳ ଧାରଣାରୁ ଉଦ୍ଧାର ହେଲା ସମାଜସେବୀ ଆଦିତ୍ୟ ଦାସଙ୍କ କ୍ଷତାକ୍ତ ମୃତଦେହ । ମୃତଦେହକୁ ଜବତ କରିଛି ଜିଆରପି ପୋଲିସ । ମୃତଦେହ ଜବତ ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ସମାଜସେବୀଙ୍କ ସନ୍ଦେହଜନକ ମୃତ୍ୟୁ, ରେଲୱେ ଟ୍ରାକରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ପିପୁଲ ଫର ସେବା ପାଇଁ କାମ କରୁଥିବା ଆଦିତ୍ୟ ଦାସଙ୍କ ଘର ବୌଦ୍ଧ ଜିଲ୍ଲାର ତଳଶରଦା ସହଜପଲ୍ଲା ବୋଲି ଜଣାପଡିଛି । ସେ ଭୁବନେଶ୍ବରରେ ରହୁଥିବାବେଳେ ତାଙ୍କର ଗତ ଜୁନ 9 ତାରିଖରେ ବାହାଘର ହୋଇଥିଲା ।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ସନ୍ଦେହଘେରରେ ରହିଛି । ତେବେ ବିଗତ କିଛି ଦିନ ଧରି ସେ ଡିପ୍ରେସନରେ ଥିଲେ । ଫେସବୁକରେ ଡିପ୍ରେସନ ମେସେଜ ଦେଉଥିଲେ । ଯେଉଁଥିଲାଗି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

ସେପଟେ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ଏନେଇ ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 7, 2020, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.