ETV Bharat / jagte-raho

ଗିରଫ ହେଲା ଗିଫ୍ଟ ଚୋର, ବିବାହ ବ୍ରତଘର ଦେଖି ଲୁଟୁଥିଲା

author img

By

Published : Mar 4, 2020, 12:09 PM IST

Updated : Mar 4, 2020, 12:27 PM IST

gift lootera arrested
ଗିରଫ ହେଲା ଗିଫ୍ଟ ଚୋର,ବିବାହ ବ୍ରତଘର ଦେଖି ଲୁଟୁଥିଲା

11:57 March 04

ଗିରଫ ହେଲା ଗିଫ୍ଟ ଚୋର, ବିବାହ ବ୍ରତଘର ଦେଖି ଲୁଟୁଥିଲା

ଭୁବନେଶ୍ବର: ଗିରଫ ହେଲା ଗିଫ୍ଟ ଚୋର । କମିଶନରେଟ ପୋଲିସ ହାତରେ ଗିଫ୍ଟ ଚୋର ନେକୁ । ତା ନାଁରେ ରହିଛି ଦୁଇଟି ବିବାହ ମଣ୍ଡପରୁ ଚୋରି ଅଭିଯୋଗ । ଯେକି ଅଭିନବ ଉପାୟରେ ଲୁଟୁଥିଲା ବାହାଘର ସାମଗ୍ରୀ ସହ ଗିଫ୍ଟ ଜିନିଷ ।

ଏପରିକି ବାହାଘର କି ବ୍ରତଘର ଏପରି ନାଟକ କରୁଥିଲା, ଦେଖିଲେ ଆପଣଙ୍କର ହୋସ ଉଡିଯିବ । ଲୋକଙ୍କ ସହ ମିଶିଯାଇ ସମ୍ପର୍କୀୟଙ୍କ ପରି ନାଟକ କରୁଥିଲା । ସରବତ ଓ ସୁପ୍‌ ଭଳି କୋଲଡ୍ରିଙ୍କ୍ସ ଯାଚୁଥିଲା । ଆଉ ଯାହା ହାତରେ ମୂଲ୍ୟବାନ ଜିନିଷ ଦେଖୁଥିଲା ତାର ନଜର ଅନ୍ୟଆଡକୁ ହଟାଇ ଜିନିଷ ଲୁଟୁଥିଲା।

ଜିନିଷକୁ ବିବାହ ବା ବ୍ରତଘର ମଣ୍ଡପ କଡରେ ଫୋପାଡି ଦେଇ ପୁଣି ଏକକାଳିନ ଭାବେ ଜିନିଷ ନେଇ ଫେରାର ହେଉଥିଲା। ଖଣ୍ଡଗିରି ଅଞ୍ଚଳରେ ଏପରି ଦୁଇଟି ପୃଥକ ପୃଥକ ଘଟଣା ଘଟିବା ପରେ ତଦନ୍ତ କରି ସମ୍ପୃକ୍ତ ଚୋରକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ପରେ ତାଠାରୁ ଅନେକ ଲୁଟ ସାମଗ୍ରୀ ଜବତ ହୋଇଛି ।  

ତେବେ ତା ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ଜଣାପଡିଛି । ସେପଟେ ସମାନ ଢଙ୍ଗରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ଏଭଳି ଘଟଣା ଘଟିଥିବା ନେଇ ଅଭିଯୋଗ ଆସିଛି । ଯାହାକୁ ନେଇ ଏମାନଙ୍କର ଏକ ରାକେଟ ଥିବା ଅନୁମାନ କରି ପୋଲିସ ଅଧିକ ତଦନ୍ତ କରୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ  

Last Updated : Mar 4, 2020, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.