ETV Bharat / jagte-raho

ଦିଲ୍ଲୀରେ ଏନକାଉଣ୍ଟର, 4 ଅପରାଧୀ ଆହତ

author img

By

Published : Oct 8, 2020, 9:46 AM IST

ନୂଆଦିଲ୍ଲୀର ବେଗମପୁର ଅଞ୍ଚଳରେ ଭୋର ସମୟରେ ଏନକାଉଣ୍ଟର । 4 ଅପରାଧୀ ଆହତ । ଅଧିକ ପଢନ୍ତୁ...

ଦିଲ୍ଲୀରେ ଏନକାଉଣ୍ଟର, 4 ଅପରାଧୀ ଆହତ
ଦିଲ୍ଲୀରେ ଏନକାଉଣ୍ଟର, 4 ଅପରାଧୀ ଆହତ

ନୂଆଦିଲ୍ଲୀ: ବେଗମପୁର ଅଞ୍ଚଳରେ ଭୋର ସମୟରେ ଏନକାଉଣ୍ଟର । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପକ୍ଷରୁ ହୋଇଥିବା ଏହି ଏନକାଉଣ୍ଟରରେ 4 ଅପରାଧୀ ଆହତ । ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବାବେଳେ ଉଭୟଙ୍କ ମଧ୍ୟରେ ପାଖାପାଖି 50 ଟି ଗୁଳି ଚାଲିଥିବାର ସୂଚନା ମିଳିଛି ।

ଏହି ସମୟରେ 4 ଅପରାଧୀଙ୍କୁ ଗୁଳି ଲାଗିଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ଠାରୁ ଅନେକ ପରିମାଣର ଅସ୍ତ୍ରଶସ୍ତ୍ର, ବୁଲେଟ ପ୍ରୁଫ୍‌ ହେଲମେଟ, ବୁଲେଟ ପ୍ରୁଫ ଜ୍ୟାକେଟ ଆଦି ଜବତ କରାଯାଇଛି ।

ଲରେନ୍ସଂ ବିଶ୍ନୋଇ ଗ୍ୟାଙ୍ଗର 4 ଅପରାଧୀ ସୋନୁ, ରୋହିତ, ଅମିତ ଓ ରବିନ୍ଦର ବେଗମପୁର ଆସିବା ସହ ତାଙ୍କ ବିରୋଧୀ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଯାହାକୁ ନେଇ ସ୍ପେଶାଲ ସେଲର ଏକ ଟିମ୍‌ ପୂର୍ବରୁ ଜଗିଥିବା ସହ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ।

ତେବେ ଖସିବାକୁ ଚେଷ୍ଟା କରି ପୋଲିସ ଉପରକୁ ଅପରାଧୀ ମାନେ ପ୍ରଥମେ ଗୁଳି ଚଳାଇଥିଲେ । ଯାହା ପୋଲିସ ଗାଡିରେ ବାଜିଥିଲା । ପରେ ପୋଲିସ ପକ୍ଷରୁ ଗୁଳି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.