ଖୋର୍ଦ୍ଧା: ଦିନକୁ ଦିନ ବୃଦ୍ଧି ପାଉଛି ଯୌତୁକ ନିଆଁ । ଆଉ ଏହି ନିଆଁରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ସିରେଇପୁର ଗାଁରେ ଜଳିଯାଇଛି ଜୀବନ । ଅଧିକ ଯୌତୁକ ଦାବିକରି ସ୍ୱାମୀ ନିଜ ସ୍ତ୍ରୀକୁ ବିଷ ଦେଇ ମାରିଥିବା ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ମା ।
ଅଭିଯୋଗ ଅନୁଯାୟୀ ଝିଅର ଶ୍ବଶୁର ଘର ଲୋକେ ବିବାହ ପରଠାରୁ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଉଥିଲେ । ଏନେଇ ବୁଧବାର ବାଣପୁର ଥାନାରେ ଆପୋଷ ସମାଧାନ ହୋଇଥିଲା । କିନ୍ତୁ ବୁଧବାର ବିଳମ୍ବିତ ରାତିରେ ଝିଅ ବିଷ ଖାଇ ଆତ୍ମହତ୍ୟା କରିଥିବା ଶ୍ୱଶୁରଘର ପକ୍ଷରୁ କୁହାଯାଇଛି । ସେପଟେ ଝିଅର ମୃତ୍ୟୁ ପରେ ମା କିନ୍ତୁ ତାଙ୍କ ଝିଅକୁ ବିଷ ପିଆଇ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ସ୍ୱାମୀ ନିତ୍ୟାନନ୍ଦ ମହାନ୍ତିଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ