ETV Bharat / jagte-raho

ବ୍ରହ୍ମପୁରରେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟିନେବା ଘଟଣା, ଦୁଇ ଗିରଫ - Two arrested

ବ୍ରହ୍ମପୁରରେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟିନେବା ଘଟଣା । ଦୁଇ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟିନେବା ଘଟଣା, ଦୁଇ ଗିରଫ

author img

By

Published : Aug 28, 2020, 6:53 AM IST

ବ୍ରହ୍ମପୁର: ସହରର ବଡବଜାର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍ ଲୁଟି ନେବା ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡବଜାର ଥାନା ହରିଡାଖଣ୍ଡି ଉତ୍ତରମୁଖୀ ସାହିର 28 ବର୍ଷୀୟ ଶିବ ପଟ୍ଟନାୟକ ଏବଂ ମାର୍ଥା ସାହିର 23 ବର୍ଷୀୟ ନରସିଂହ ବାଡତ୍ୟା ।

ସୂଚନାଥାଉକି, ଗତ 26 ତାରିଖରେ ବଡବଜାର ଥାନା ରଘୁପତି ନଗର ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ଘରେ ପଶି ମାଡ ମାରିବା ସହ ସୁନା ଅଳଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

ବ୍ରହ୍ମପୁରରେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟିନେବା ଘଟଣା, ଦୁଇ ଗିରଫ
ବ୍ରହ୍ମପୁରରେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟିନେବା ଘଟଣା, ଦୁଇ ଗିରଫ

ଗିରଫ ଅଭିଯୁକ୍ତଙ୍କ ଠାରୁ ଲୁଟ୍‌ ହୋଇଥିବା ସୁନାଚେନ୍‌, ଗୋଟିଏ ଖଣ୍ଡା ଓ ମୋଟର ସାଇକେଲ ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଚୋରି, ଡକାୟତି ଭଳି ମାମଲା ରହିଛି ।

ଶିବ ପଟ୍ଟନାୟକ ନାମରେ ପୂର୍ବରୁ 12 ଟି ମାମଲା ରୁଜୁ ହୋଇଥିବାବେଳେ ନରସିଂହ ନାମରେ ମଧ୍ୟ ମାମଲା ରହିଛି। ଗିରଫ ଦୁଇ ଯୁବକଙ୍କ କୋଭିଡ ପରୀକ୍ଷା ପରେ କୋର୍ଟଚାଲଣ କରାଯିବ ବୋଲି ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.