ETV Bharat / international

Zimbabwe Election: ଜିମ୍ବାୱେରେ ପୁଣି ଏମର୍ସନ ମଙ୍ଗାଗ୍ବାଙ୍କ ରାଜ, ନିର୍ବାଚନ ଜିତି କଲେ ରେକର୍ଡ

ପୁଣି ଥରେ ଜିମ୍ବାୱେର ରାଷ୍ଟ୍ରପତି ହେଲେ ଏମର୍ସନ ମଙ୍ଗାଗ୍ବା । ଏକାଧିକ ଥର ରାଷ୍ଟ୍ରପତି ହୋଇ ସେ ଜିମ୍ବାୱେର ପ୍ରଥମ ବ୍ୟକ୍ତି ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ।

author img

By ETV Bharat Odisha Team

Published : Aug 27, 2023, 2:06 PM IST

Zimbabwe Election Result
ଜିମ୍ବାୱେର ରାଷ୍ଟ୍ରପତି ହେଲେ ଏମର୍ସନ ମଙ୍ଗାଗ୍ବା

ହରାରେ: ପୁଣି ଥରେ ଜିମ୍ବାୱେର ରାଷ୍ଟ୍ରପତି ହେଲେ ଏମର୍ସନ ମଙ୍ଗାଗ୍ବା । ନିଜ ପ୍ରତିଦ୍ବନ୍ଦୀ ନେଲସନ ଚାମିସାଙ୍କୁ ହରାଇ ସେ ଜିତାପଟ ହାସଲ କରିଛନ୍ତି । ତେବେ ଏହା ଏମର୍ସନଙ୍କ ଅନ୍ତିମ କାର୍ଯ୍ୟକାଳ ହେବାକୁ ଥିବାବେଳେ ଏକାଧିକ ଥର ରାଷ୍ଟ୍ରପତି ହୋଇ ସେ ଜିମ୍ବାୱେର ପ୍ରଥମ ବ୍ୟକ୍ତି ଭାବେ ରେକର୍ଡ ସୃଷ୍ଟି କରିଛନ୍ତି । ପୂର୍ବରୁ ମଧ୍ୟ ଜିମ୍ବାୱେର ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇଥିବା ଏମର୍ସନ ମଙ୍ଗାଗ୍ବାଙ୍କ ଆଗରେ ଅନେକ ଚାଲେଞ୍ଜ ରହିଛି । ସେପଟେ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆଣିଛି ZANY-PF ପାର୍ଟି । ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ଆଫ୍ରିକା ମହାଦେଶରେ ଅବସ୍ଥିତ ଜିମ୍ବାୱେର ଜନସଂଖ୍ୟା ପ୍ରାୟ 16 ନିୟୁତ ଅଟେ । ହେଲେ ଏଠାରେ ନିର୍ବାଚନ ସମୟରେ ଅନିୟମିତତା କରାଯାଉଥିବା କୁହାଯାଏ । ଫଳରେ ଲଗାତର 4ଦଶନ୍ଧି ଧରି ରୋବର୍ଟ ମୁଗାୱେ ଏଠାରେ ସରକାରରେ ରହିଆସୁଥିଲେ ବୋଲି ମତ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଜିମ୍ବାୱେବାସୀ ଉଚ୍ଚ ମୁଦ୍ରାସ୍ଫୀତି, ଦାରିଦ୍ର୍ୟତା ଏବଂ ଭୟର ବାତାବରଣ ମଧ୍ୟରେ ରହିଛନ୍ତି । ଦେଶରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି । ପ୍ରଥମ ଥର ଶାସନ କାଳରେ ଏମର୍ସନ ମଙ୍ଗାଗ୍ବାଙ୍କ ନିର୍ଦ୍ଦୟତା ପାଇଁ ତାଙ୍କୁ 'The Crocodile' (କୁମ୍ଭୀର) ବୋଲି ସମ୍ବୋଧନ କରାଯାଉଥିଲା । ଆଉ ଏବେ ପୁଣି ଥରେ ସେ କ୍ଷମତାକୁ ଆସିବା ପରେ ଦେଖା ଦେଇଛି ରାଜନୈତିକ ହଟଚମଟ । ସମର୍ଥନମାନେ ସେଲିବ୍ରେଟ କରୁଥିବାବେଳେ ବିରୋଧୀ କୁମ୍ଭୀରର ଫଟୋ ଓ ବ୍ୟାନର ଧରି ସମାଲୋଚନା କରିଥିବା ଦେଖିବାକୁ ମିଳିଛି।

ଏହା ବି ପଢନ୍ତୁ...ମୁଡ ଅଫ ନେଶନ ସର୍ଭେ ରିପୋର୍ଟକୁ ନେଇ ତେଜିଲା ରାଜନୀତି; କଂଗ୍ରେସ କହିଲା ପ୍ରଧାନମନ୍ତ୍ରୀ ହେବେ ରାହୁଲ

ତେବେ ମୁଗାୱେଙ୍କୁ 2017 ମସିହାରେ କ୍ଷମତାଚ୍ୟୁତ କରି ଦିଆଯାଇଥିଲା । ଏହାପରେ ମଙ୍ଗାୱା ନିର୍ବାଚନ ଲଢି ସରକାର ଗଢିଥିଲେ। ଚାମିସାଙ୍କୁ ହରାଇ ପ୍ରାୟ 50 ପ୍ରତିଶତରୁ ଅଧିକ ଭୋଟ ପାଇଥିଲେ ମଙ୍ଗାୱା । ଚଳିତବର୍ଷ ଗତ ବୁଧବାର ମତଦାନ ହୋଇଥିବାବେଳେ କେତେକ ମତଦାନ କେନ୍ଦ୍ରରେ 10ଘଣ୍ଟା ବିଳମ୍ବରେ ଭୋଟିଂ ହୋଇଥିଲା । ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ମତଦାନ ପାଇଁ ଆବଶ୍ୟକୀୟ ବାଲାଟ ପେପର ପଠାଇବାରେ ନିର୍ବାଚନ ଆୟୋଗ ବିଳମ୍ବ କରିବାରୁ ମତଦାନରେ ବିଳମ୍ବ ହୋଇଥିବା ଜଣାପଡିଛି।

କେତେକ ବିଦେଶୀ ପର୍ଯ୍ୟବେକ୍ଷକ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ନିର୍ବାଚନର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେମାନେ ନିର୍ବାଚନ ସ୍ବଚ୍ଛ ଓ ଅବାଧ ହେଉନଥିବା କହି କ୍ଷମତାକୁ ଆସିଥିବା ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । ଏନେଇ ୟୁରୋପୀୟ ସଂଘ ମିଶନ ପକ୍ଷରୁ କୁହାଯାଇଛି, "ସରକାର ଦମନକାରୀ ଆଇନ ପ୍ରଣୟନ କରୁଛନ୍ତି । ଜନସାଧାରଣଙ୍କ ମୌଳିକ ଅଧିକାରକୁ ଛଡାଇ ନେଇ ଭୟର ବାତାବରଣ ସୃଷ୍ଟି କରିଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.