ETV Bharat / international

ବାଇଡେନଙ୍କୁ ଭେଟିଲେ ଜେଲେନସ୍କି: ୧.୮୫ ବିଲିୟନ ଡଲାର ସାମରିକ ସହାୟତା ଦେବ ଆମେରିକା - ବାଇଡେନଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି

ୟୁକ୍ରେନ ଓ ଋଷିଆ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିଲେ ଜେଲେନସ୍କି । ଏହି ଅବସରରେ ୟୁକ୍ରେନକୁ ମିଶାଇଲ ସିଷ୍ଟମ ସହ ୧.୮୫ ବିଲିୟନ ଡଲାରର ସାମରିକ ସହାୟତା ଘୋଷଣା କଲା ଆମେରିକା । ଅଧିକ ପଢନ୍ତୁ

ବାଇଡେନଙ୍କୁ ଭେଟିଲେ ଜେଲେନସ୍କି
ବାଇଡେନଙ୍କୁ ଭେଟିଲେ ଜେଲେନସ୍କି
author img

By

Published : Dec 22, 2022, 10:15 AM IST

ୱାଶିଂଟନ: ୟୁକ୍ରେନ ଓ ଋଷିଆ ସଂଘର୍ଷକୁ ୩୦୦ ଦିନ ବିତିଥିବାବେଳେ ଯୁଦ୍ଧ ବନ୍ଦ ହେବାର ନାଁ ନେଉନି । ଏହାରି ଭିତରେ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଆମେରିକା ଗସ୍ତ କରି ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି (Zelenskyy meets Biden) । ଫେବୃଆରୀରେ ଋଷିଆ ଆକ୍ରମଣ ପରେ ଜେଲେନସ୍କିଙ୍କ ଏହା ପ୍ରଥମ ଆମେରିକା ଗସ୍ତ । ହ୍ବାଇଟ ହାଉସ୍‌ରେ ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୋଇଛି । ଏହି ଅବସରରେ ରାଷ୍ଟ୍ରପତି ବାଇଡେନ ୟୁକ୍ରେନ ପାଇଁ ଅତ୍ୟାଧୁନିକ ମିଶାଇଲ ସିଷ୍ଟମ ସହ ୧.୮୫ ବିଲିୟନ ଡଲାରର ସାମରିକ ସହାୟତା ଘୋଷଣା କରିଛନ୍ତି ।

ଏହି ସହାୟତା ପ୍ୟାକେଜରେ ପାଟ୍ରିଅଟ ଏୟାର ଡିଫେନ୍ସ ବ୍ୟାଟେରୀ(Patriot air defence battery) ଓ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ସାମିଲ ରହିଛି । ହାଇମୋବିଲିଟି ଆର୍ଟିଲାରୀ ରକେଟ ସିଷ୍ଟମ(HIMARS) ପାଇଁ ଅତିରିକ୍ତ ଗୋଳା ବାରୁଦ, ୧୫୫ ମିମି ଆର୍ଟିଲାରୀ ରାଉଣ୍ଡ, ୧୦ ୧୨୦ମିମି ମୋର୍ଟାର ସିଷ୍ଟମ, ୬ଟି ସଶସ୍ତ୍ର ଟ୍ରକ, ହାଇସ୍ପିଡ୍ ଆଣ୍ଟି ରାଡିଏସନ ମିଶାଇଲ(High-speed Anti-radiation missiles), ୨୭୦୦ରୁ ଅଧିକ ଗ୍ରେନେଡ୍ ଲଞ୍ଚର ସମେତ ଛୋଟ ଯୁଦ୍ଧାସ୍ତ୍ର ରହିଛି ।

ଜେଲେନସ୍କିଙ୍କ ସହ ଆଲୋଚନା ସମୟରେ ବାଇଡେନ କହିଛନ୍ତି, ''ଏହି ରକ୍ତପାତକୁ ୩୦୦ ଦିନ ବିତିଗଲାଣି ବୋଲି ବିଶ୍ବାସ ହେଉଛି । ବିନା କାରଣରେ ଋଷିଆ ନିରୀହ ୟୁକ୍ରେନବାସୀଙ୍କ ଉପରେ ଆକ୍ରମଣ କରୁଛି । ଏହି ଆକ୍ରମଣ ନିରୀହ ଲୋକଙ୍କୁ କେବଳ ଭୟଭୀତ କରିବା ବ୍ୟତୀତ ଆଉ କିଛି ନୁହେଁ ।'' ସେହିପରି ବିପଦ ସମୟରେ ସହାୟତା ପାଇଁ ୟୁକ୍ରେନ ରାଷ୍ଟ୍ରପତି (President Volodymyr Zelensky) ଆମେରିକାବାସୀ, ରାଷ୍ଟ୍ରପତି ବାଇଡେନ ଓ ଆମେରିକା କଂଗ୍ରେସକୁ ଧନ୍ୟବାଦ ଜଣାଇଛନ୍ତି । ୟୁକ୍ରେନକୁ ଧ୍ବଂସ କରିବାରୁ ଋଷିଆ ୩୦୦ ଦିନ ଧରି ଷଡଯନ୍ତ୍ର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହାସହିତ ଋଷିଆ ନିକଟରେ ୟୁକ୍ରେନ କେବେ ଆତ୍ମସମର୍ପଣ କରିବ ନାହିଁ ବୋଲି ସାକ୍ଷାତକାର ପରେ ଜେଲେନସ୍କି ସ୍ପଷ୍ଟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜଣେ ବୋକାକୁ ଦାୟିତ୍ବ ଦେଇ ଛାଡିଦେବି ଟ୍ବିଟର CEO ପଦ: ଏଲନ ମସ୍କ

ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ''ଋଷିଆ ୟୁକ୍ରେନ ଉପରେ କ୍ରୁର ଆକ୍ରମଣ ଜାରି ରଖିଛି । ୱାଶିଂଟନ ଡିସିରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସ୍ବାଗତ କରାଯାଇଛି । ଋଷିଆର ଜବାବ ଦେବା ପାଇଁ ଆମେରିକା ୟୁକ୍ରେନକୁ ୧.୮୫ ବିଲିୟନ ଡଲାର ମୂଲ୍ୟର ସାମରିକ ସହାୟତା ଯୋଗାଇଦେବ ।

ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୦ ମାସରୁ ଅଧିକ ସମୟ ହେଲାଣି । ମାତ୍ର ଯୁଦ୍ଧରେ ଥମିବା ଦଳରେ ଦିନକୁ ଦିନ ଅଧିକ ଜୋରଦାର ହେଉଛି । ଏପରିକି ରାଷ୍ଟ୍ରପତି ପୁଟିନ ଆଣବିକ ଯୁଦ୍ଧର ମଧ୍ୟ ଚେତାବନୀ ଦେଉଛନ୍ତି । ଯୁଦ୍ଧ ଆରମ୍ଭରୁ ଆମେରିକା ଲଗାତାର ଭାବେ ୟୁକ୍ରେନକୁ ସମର୍ଥନ ଦେଇଆସୁଛି । ଏଥିପାଇଁ ଆମେରିକା ପକ୍ଷରୁ ଅନେକ ଥର ସାମରିକ ସହାୟତା ଦିଆଗଲାଣି । ଯୁଦ୍ଧ ପରେ ଜେଲେନସ୍କି ବୁଧବାର ପ୍ରଥମ ଥର ଆମେରିକା ଗସ୍ତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.