ETV Bharat / international

ଆମେରିକାରେ ପୁଣି ଫୁଟିଲା ଗୁଳି, ୨ ମୃତ

author img

By

Published : Aug 25, 2022, 9:10 AM IST

ଆମେରିକାର ୱାଶିଂଟନ ଡିସି ଠାରେ ଫୁଟିଲା ଗୁଳି । ରାସ୍ତାରେ ଉପରେ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିଚାଳନା ଯୋଗୁଁ ଦୁଇ ମୃତ । ଅଧିକ ପଢନ୍ତୁ

ଆମେରିକାରେ ପୁଣି ଫୁଟିଲା ଗୁଳି, ୨ ମୃତ
ଆମେରିକାରେ ପୁଣି ଫୁଟିଲା ଗୁଳି, ୨ ମୃତ

ୱାଶିଂଟନ: ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ(US Shooting ) । ବୁଧବାର ଦିନ ଆମେରିକା ରାଜଧାନୀ ୱାଶିଂଟନ ଡିସି(Washington DC) ଠାରେ ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ପୂର୍ବାହ୍ନ ପ୍ରାୟ ୧୨ଟା ୫୦ ମିନିଟ୍ ସମୟରେ ଏହି ଗୁଳି ଫୁଟିଥିବା ଜିନହୁଆ ନ୍ୟୁଜ ଏଜେନ୍ସି(Xinhua news agency) ରିପୋର୍ଟରୁ ଜଣାପଡିଛି ।

ପ୍ରାଥମିକ ତଦନ୍ତରୁ ଏହି ଗୁଳିମାଡରେ ଦୁଇ ଜଣ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଦୁଇ ଦୁର୍ବୃତ୍ତ କଳାରଙ୍ଗର SUV ଗାଡିରେ ଆସିଥିଲେ । ସେମାନେ ଏକ ବିଲ୍ଡିଂ ସାମ୍ନାରେ ଗାଡିରୁ ବାହାରି ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ ଏବଂ କିଛି ସମୟ ପରେ ଫେରାର୍ ହୋଇଯାଇଥିଲେ । ଏଥିପାଇଁ ସେମାନେ ସେମି ଅଟୋମାଟିକ ବନ୍ଧୁକ ବ୍ୟବହାର କରିଥିଲେ । ଦୁର୍ବୃତ୍ତ ଆଖିବୁଜା ଗୁଳିମାଡରେ ୫ ଜଣଙ୍କ ଦେହରେ ଗୁଳି ବାଜିଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସେଠାରେ ଟଳି ପଡିଥିଲେ । ଏନେଇ ଡିସି ପୋଲିସ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ମେଡିକାଲ ପଠାଇଛି । ମୃତକମାନେ ଦୁଇ ଯୁବକ ହୋଇଥିବା ଜଣାପଡିଛି ।

ତେବେ ଘଟଣା ଘଟିଥିବା ସ୍ଥାନ ଏକ ଖୋଲା ଡ୍ରଗ୍ ମାର୍କେଟ(open-air drug market) ହୋଇଥିବା ଏକଜ୍‌କ୍ୟୁଟିଭ ଆସିଷ୍ଟାଣ୍ଟ ଚିଫ୍ ଅଫ୍ ପୋଲିସ (Executive Assistant Chief of Police) ଗଣମାଧ୍ୟମ ଆଗରେ କହିଛନ୍ତି । ବର୍ତ୍ତମାନ ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ: କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା, ୯ ମୃତ

ତେବେ ପୂର୍ବରୁ ମଧ୍ୟ ଆମେରିକାରେ ଏପରି ଅନେକ ଗୁଳିକାଣ୍ଡ ଘଟିଛି । ଗତ ୭ ତାରିଖରେ ଆମେରିକା ଓହିଓ (Ohio) ସହର ଅନ୍ତର୍ଗତ ବଟଲର ଟାଉନସିପ୍‌ର ବିଭିନ୍ନ ସ୍ଥାନରେ ଗୁଳିମାଡ ହୋଇଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଆମେରିକାର ଚିକାଗୋ ସ୍ଥିତ ହାଇଲ୍ୟାଣ୍ଡ ପାର୍କରେ ସ୍ବାଧୀନତା ଦିବସ ପରେଡ ଚାଲୁଥିବା ବେଳେ ଗୁଳିମାଡରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୧୬ ଜଣ ଆହତ ହୋଇଥିଲେ । ବିଗତ କିଛି ମାସ ମଧ୍ୟରେ ଆମେରିକାର ବିଭିନ୍ନ ସ୍ଥାନରେ ଏହିପରି ଗୁଳିକାଣ୍ଡ ଘଟଣାମାନ ଘଟି ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.